ଫାଟିଲା ଭେଣ୍ଟିଲେଟର- ୩ ନବଜାତକ ମୃତ..
କିଛି ପିଲାଙ୍କ ଜନ୍ମ କିଛି ଘଣ୍ଟା ପୂର୍ବରୁ ତ କାହାର ଦିନେ ଦୁଇ ଦିନ ତଳେ ହୋଇଥିଲା। ଯେଉଁ କୋଠରୀରେ ନିଆଁ ଲାଗିଲା, ସେଠାରେ ଥିଲେ ୧୨ଜଣ। ନିଆଁ ଲାଗିବା ମାତ୍ରେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ତତ୍କାଳ ରେସକ୍ୟୁ କାମ କରିଥିଲେ। ହେଲେ ଧୂଆଁର ମାତ୍ରା ଅଧିକ ଥିବାରୁ ୩ଜଣ ନବଜାତକଙ୍କ ଶ୍ୱାସରୁଦ୍ଧରୁ ମୃତ୍ୟୁ ଘଟିଛି। ସୋମବାର ବିଳମ୍ୱିତ ରାତି ସାଢ଼େ ୩ଟାରେ ଏହି ଅଘଟଣ ଘଟିଛି।

ମହାରାଷ୍ଟ୍ରର ଅମରାବତୀ ମହିଳା ହସ୍ପିଟାଲରେ ଫାଟିଲା ଭେଣ୍ଟିଲେଟର। ଭେଣ୍ଟିଲେଟର ଫାଟିବାରୁ ନିଆଁ ଲାଗିଯାଇଥିଲା। ଶ୍ୱାସରୁଦ୍ଧରୁ ୩ ଜଣ ନବଜାତକଙ୍କ ମୃତ୍ୟୁ ହୋଇଛି। ୩୬ ନବଜାତକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ୬ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏହି ୬ ଜଣଙ୍କୁ ଅମରାବତୀର ସୁପର ସ୍ପେଶିଆଲିଟି ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି। ହସ୍ପିଟାଲର ନବଜାତ ଶିଶୁ ଚିକିତ୍ସା କକ୍ଷ ବା ସ୍ପେଶିଆଲ ନ୍ୟୁ ବର୍ଣ୍ଣ କେୟାର ୟୁନିଟ (ଏସଏନସିୟୁ)ରେ ଧୂଆଁ କାରଣରୁ ପିଲାଙ୍କ ଶ୍ୱାସରୁଦ୍ଧ ହୋଇଯାଇଥିଲା। ଅମରାବତୀ ଜିଲ୍ଲା ମହିଳା ହସ୍ପିଟାଲର ତୃତୀୟ ମହଲାରେ ନବଜାତକଙ୍କ କକ୍ଷ ରହିଛି। ୩ଟି କକ୍ଷରେ ପ୍ରତି କକ୍ଷରେ ୧୩ଜଣ ନବଜାତକ ଥିଲେ। ଅର୍ଥାତ ମୋଟ୍ ୩୯ ଜଣ ନବଜାତକ ଥିଲେ। କିଛି ପିଲାଙ୍କ ଜନ୍ମ କିଛି ଘଣ୍ଟା ପୂର୍ବରୁ ତ କାହାର ଦିନେ ଦୁଇ ଦିନ ତଳେ ହୋଇଥିଲା। ଯେଉଁ କୋଠରୀରେ ନିଆଁ ଲାଗିଲା, ସେଠାରେ ଥିଲେ ୧୨ଜଣ। ନିଆଁ ଲାଗିବା ମାତ୍ରେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ତତ୍କାଳ ରେସକ୍ୟୁ କାମ କରିଥିଲେ। ହେଲେ ଧୂଆଁର ମାତ୍ରା ଅଧିକ ଥିବାରୁ ୩ଜଣ ନବଜାତକଙ୍କ ଶ୍ୱାସରୁଦ୍ଧରୁ ମୃତ୍ୟୁ ଘଟିଛି। ସୋମବାର ବିଳମ୍ୱିତ ରାତି ସାଢ଼େ ୩ଟାରେ ଏହି ଅଘଟଣ ଘଟିଛି। ଅଗ୍ନିଶମ ବିଭାଗ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲା। ସେପଟେ ପ୍ରକୃତ କାରଣ ଠାବ କରିବାକୁ ଆରମ୍ଭ ହୋଇଛି ତନାଘନା। ଏନସିପି ବିଧାୟିକା ସୁଲଭ ଖୋଡ଼କେ କହିଛନ୍ତି, ଭେଣ୍ଟିଲେଟର ଇନଷ୍ଟଲେସନରେ କିଛି ତୃଟି ଥିଲା କି ନାହିଁ, ଏହାର ତଦନ୍ତ ଜରୁରୀ। ବିଦ୍ୟୁତ୍ ସିଷ୍ଟମ ଓ ବିଜୁଳି ବୋର୍ଡ ଠିକରେ କାମ କରୁଥିଲା କି ନାହିଁ ତାକୁ ବି ତଦନ୍ତ ପରିସରଭୁକ୍ତ କରାଯିବ। ହସ୍ପିଟାଲରେ କ୍ରମାଗତ ଫାୟାର ଅଡିଟ୍ ହେଉଥିଲା। ଅମରାବତୀର ପୂର୍ବତନ ସାଂସଦ ତଥା ବିଜେପି ନେତ୍ରୀ ନବନୀତ ରାଣା କହିଛନ୍ତି, ଯଦି ନିଆଁ ଲାଗିଥିଲା, ଏହାକୁ ମୁକାବିଲା କରିବାକୁ ବ୍ୟବସ୍ଥା ବି ଥାଏ। ସ୍ପ୍ରିଂକଲର ତୁରନ୍ତ ଚାଲୁ ହୋଇଯିବା କଥା। ଭେଣ୍ଟିଲେଟର କେମିତି ବିସ୍ଫୋରଣ ହେଲା। ଯିଏ ବି ଦୋଷୀ, ତାକୁ ନିସ୍ତାର ନାହିଁ। ସରକାରଙ୍କଠୁ ଉଚିତ କ୍ଷତିପୂରଣ ଦାବି କରାଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରକାଶରାଓ ଅବିଟକରଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ।ଭେଣ୍ଟିଲେଟର ବିସ୍ଫୋରଣରୁ ୩ ନବଜାତକଙ୍କ ମୃତ୍ୟୁ ସମସ୍ତଙ୍କୁ ହତବାକ୍ କରିଦେଇଛି। ବମ୍ୱେ ନର୍ସିଂ ଆକ୍ଟ ଅନୁସାରେ ହସ୍ପିଟାଲର ଫାୟାର ଅଡିଟ୍ ବାଧ୍ୟତାମୂଳକ କରାଯାଇଛି। ହେଲେ ଏ ଘଟଣା କେମିତି ଓ କାହିଁକି ଘଟିଲା, ତାହାର ଛାନଭିନ ଆରମ୍ଭ ହୋଇଛି।
