ଆୟୁଷ୍ମାନ ଭାରତରେ ୬୦ କୋଟିରୁ ଅଧିକ ଲୋକ ସାମିଲ
ଆୟୁଷ୍ମାନ ଭାରତ ଯୋଜନା ନିଜର ୮ ବର୍ଷ ପୂରଣ କରିଦେଇଛି, ଯେଉଁଥିରେ ୬୦ କୋଟିରୁ ଅଧିକ ଲୋକଙ୍କୁ ସସ୍ତା ଓ ଭଲ ସ୍ଵାସ୍ଥସେବା ମିଳିଛି |

ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରିବାର ଉଦ୍ଧେଷ୍ୟ ଲୋକଙ୍କୁ ଭଲ ଓ ସସ୍ତା ସ୍ୱାସ୍ଥ୍ୟସେବା ସୁବିଧା ପହଞ୍ଚାଇବା ରହିଛି | ସରକାର ୮ବର୍ଷରେ ଏହି ଯୋଜନାକୁ ୬୦ କୋଟିରୁ ଅଧିକ ଲାଭାର୍ଥି ସାମିଲ ହୋଇଛନ୍ତି | ଆୟୁଷ୍ମାନ ଭାରତ ଯୋଜନାରେ ୩୯,୦୦୦ରୁ ଅଧିକ ସରକାରି ଏବଂ ପ୍ରାଇଭେଟ ହସ୍ପିଟାଲରେ ୧୩କୋଟିରୁ ଅତ୍ୟଧିକ ଲୋକ ୨ଲକ୍ଷ କୋଟି ଅଧିକ ଟଙ୍କାର ଚିକିତ୍ସା କରିଛନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୁଷ୍ମାନ ଭାରତ ଯୋଜନାକୁ ୮ବର୍ଷ ପୂରଣ ହେବା ପରେ ସରକାରୀ ଏହି ସ୍କିମରେ ସାଧାରଣ ଲୋକଙ୍କୁ ମିଳୁଥିବା ଲାଭ ବିଷୟରେ କହିଥିଲେ | PM ମୋଦି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରରେ ଲେଖିଥିଲେ ," ଆଠ ବର୍ଷ ପୂର୍ବେ , ଆୟୁଷ୍ମାନ ଭାରତର ଆରମ୍ଭ ଏହି ଚିନ୍ତାଧାରା ସହ କରାଯାଇଥିଲା ଯେ ,ପ୍ରତ୍ୟେକ ଭାରତୀୟଙ୍କୁ ଉତ୍ତମ ଓ ସୁଲଭ ସ୍ୱାସ୍ଥ୍ୟସେବା ମିଳିପାରିବା" | ବର୍ତ୍ତମାନ ୬୦ କୋଟିରୁ ଅଧିକ ଲାଭାର୍ଥି ପ୍ରତିବର୍ଷ ୫ଲକ୍ଷ ଟଙ୍କା ହେଲଥ କଭର ମିଳି ପାରିବ , ଯାହାଦ୍ୱାରା ଏହା ଦୁନିଆର ସବୁଠୁ ବଡ ସ୍ୱାସ୍ଥ୍ୟସେବା ସ୍କିମ ହୋଇଛି | ଏହି ଯୋଜନା ଚିକିତ୍ସା ଖର୍ଚ୍ଚରେ ରେକର୍ଡ ପରିମାଣରେ ସଞ୍ଚୟ ସମ୍ଭବ କରିପାରିଛି | ଯାହାଦ୍ୱାରା ଗରିବ ଓ ମଧ୍ୟମ ବର୍ଗଙ୍କୁ ଲାଭ ହୋଇଛି ଏବଂ ଏହି ସ୍ୱାସ୍ଥ୍ୟସେବା ସମସ୍ତ ଘରକୁ ପହଞ୍ଚିପାରିଛି | ଆୟୁଷ୍ମାନ ଆରୋଗ୍ୟ ମନ୍ଦିରଗୁଡିକରେ ଏପର୍ଯ୍ୟନ୍ତ ୫୦୦ କୋଟିରୁ ଅଧିକ ଥର ଲୋକମାନେ ଆସିଛନ୍ତି , ଯାହା ଫଳରେ ତୁଣମୂଳ ସ୍ତରରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଆହୁରି ସୃଦୃଢ଼ ହୋଇଛି | ଆୟୁଷ୍ମାନ ଭାରତ ଯୋଜନାର ବର୍ତ୍ତମାନ ତଥ୍ୟ ହିସାବରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ଼ଡା କହିଛନ୍ତି ଏହି ଯୋଜନାରେ ୬୦ କୋଟିରୁ ଅଧିକ ଲୋକ ସାମିଲ ହୋଇଛନ୍ତି ଓ ୪୮.୫ କୋଟି ରୁ ଅଧିକ ଆୟୁଷ୍ମାନ କାର୍ଡ ତିଆରି ହୋଇଛି | ସ୍ୱାସ୍ଥ୍ୟମନ୍ତ୍ରୀ ଏହି ତଥ୍ୟଗୁଡିକରେ ମାନବୀୟ ପ୍ରଭାବ ଉପରେ ଜୋର ଦେଇ କହିଛନ୍ତି ଯେ ,ପରିବାରଗୁଡିକ ଚିକିତ୍ସା ଖର୍ଚ୍ଚର ଆର୍ଥିକ ବୋଝରୁ ରକ୍ଷା ପାଇଛନ୍ତି | ରୋଗୀମାନଙ୍କୁ ସମୟୋଚିତ ଚିକିତ୍ସା ମିଳିଛି ଏବଂ ପରିବାରଗୁଡିକ ଆର୍ଥିକ ସଙ୍କଟର ଭୟ ବିନା ରାଗର ମୂକାବଲା କରିପାରିଛନ୍ତି |
