କୌସ୍ତୁଭ କ୍ୟାମ୍ପସରେ: ଔଷଧ ଗବେଷଣାରେ ମଡର୍ଣ୍ଣ ଆପ୍ରୋଚ୍
ଯୁବ ବୈଜ୍ଞାନିକ, ଶିକ୍ଷାବିତ୍, ଗବେଷକ, ସ୍କଲାର, ଶିଳ୍ପ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ଗୋଟିଏ ପ୍ଲାଟଫର୍ମରେ ଆଣିବାକୁ ପ୍ରୟାସ କରିଛି କ୍ରିମ୍ସ। କୌସ୍ତୁଭ କ୍ୟାମ୍ପସରେ ଆୟୋଜିତ ଦିନିକିଆ ଜାତୀୟ ସମ୍ମିଳନୀରେ ଏ ସନ୍ଦର୍ଭରେ ମାନସମନ୍ଥନ ହୋଇଛି। କୌସ୍ତୁଭ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (କ୍ରିମ୍ସ) ପକ୍ଷରୁ ମଡର୍ଣ୍ଣ ଆପ୍ରୋଚ ଟୁ ଡ୍ରଗ୍ ଡିସକଭରି ଆଣ୍ଡ ରିସର୍ଚ୍ଚ ନାଁରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଫାର୍ମାସିଟ୍ୟୁକାଲ ଇଣ୍ଡଷ୍ଟ୍ରିରେ କେତେ ଚ୍ୟାଲେଞ୍ଜ୍ ଅଛି, ଔଷଧ ଉଦ୍ଭାବନରେ କଅଣ ନୂଆ ରଣନୀତି ଆପଣାଇବା ସେ ସବୁ ବାବଦରେ ଟିକିନିଖି ଆଲୋଚନା

ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ ନୂଆ ନୂଆ ଔଷଧକୁ ଆବିଷ୍କାର ଓ ଗବେଷଣା ଜରୁରୀ। କାରଣ ଦିନକୁ ଦିନ ରୋଗର ସଂଖ୍ୟା ବଢୁଛି। ନୂଆ ନୂଆ ଭାଇରସ ଜନ୍ମ ହେଉଛି। ଏହାକୁ ମୁକାବିଲା କରିବାକୁ ହେଲେ ଏହାର ଲକ୍ଷଣ ଅନୁସାରେ ଔଷଧ, ଭାକ୍ସିନ ବା ଟିକା ବାହାର କରିବା ବି ଜରୁରୀ ହୋଇପଡ଼ିଲାଣି। ପୁରୁଣା ରୋଗର ସଙ୍କେତ କହି ନୂଆ ରୋଗକୁ ଚିହ୍ନଟ ନକରି ଦେହ ଦେଖାଇବାରେ ଅତ୍ୟଧିକ ବିଳମ୍ୱରୁ ଜୀବନହାନି ହୁଏ। ସେଥିଲାଗି ଜଳବାୟୁ ପରିବର୍ତ୍ତନକୁ ତାଳ ଦେଇ ରୋଗ ନିରୂପଣ ଆଜିର ଦିନରେ ବଡ଼ ଆହ୍ୱାନ ସାଜିଛି। ଆଉ ଏ ସନ୍ଦର୍ଭରେ କେବଳ ଚିନ୍ତାପ୍ରକଟ କଲେ ହେବନି। ଏ ସମସ୍ୟାର ସମାଧାନ ଲାଗି ଏକାଠି ହେବାକୁ ପଡ଼ିବ। ବିଶେଷ କରି ଯୁବ ବୈଜ୍ଞାନିକ, ଶିକ୍ଷାବିତ୍, ଗବେଷକ, ସ୍କଲାର, ଶିଳ୍ପ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ଗୋଟିଏ ପ୍ଲାଟଫର୍ମରେ ଆଣିବାକୁ ପ୍ରୟାସ କରିଛି କ୍ରିମ୍ସ। କୌସ୍ତୁଭ କ୍ୟାମ୍ପସରେ ଆୟୋଜିତ ଦିନିକିଆ ଜାତୀୟ ସମ୍ମିଳନୀରେ ଏ ସନ୍ଦର୍ଭରେ ମାନସମନ୍ଥନ ହୋଇଛି। କୌସ୍ତୁଭ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (କ୍ରିମ୍ସ) ପକ୍ଷରୁ ମଡର୍ଣ୍ଣ ଆପ୍ରୋଚ ଟୁ ଡ୍ରଗ୍ ଡିସକଭରି ଆଣ୍ଡ ରିସର୍ଚ୍ଚ ନାଁରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଫାର୍ମାସିଟ୍ୟୁକାଲ ଇଣ୍ଡଷ୍ଟ୍ରିରେ କେତେ ଚ୍ୟାଲେଞ୍ଜ୍ ଅଛି, ଔଷଧ ଉଦ୍ଭାବନରେ କଅଣ ନୂଆ ରଣନୀତି ଆପଣାଇବା ସେ ସବୁ ବାବଦରେ ଟିକିନିଖି ଆଲୋଚନା ହୋଇଥିଲା। ଫାର୍ମା ଇଣ୍ଡଷ୍ଟ୍ରିରେ ଏଆଇ ଓ ସଫ୍ଟଓ୍ୱେରର ବ୍ୟବହାରକୁ ନେଇ ତର୍ଜମା ହୋଇଛି। ଏହି ଜାତୀୟ ସମ୍ମିଳନୀରେ ଭୁବନେଶ୍ୱର ଆଇଏଲଏସର ନିର୍ଦ୍ଦେଶକ ଡକ୍ଟର ଦେବାଶୀଷ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦେଶକ ପ୍ରସନ୍ନ ପ୍ରଧାନ, କୌସ୍ତୁଭ ଗ୍ରୁପର ଏକଜିକ୍ୟୁଟିଭ ଡାଇରେକ୍ଟର କୌସ୍ତୁଭ ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ସମ୍ମିଳନୀରେ ୨୫୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ। ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡ଼ୁ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଆନ୍ଧ୍ର, ଆସାମ, ତେଲେଙ୍ଗାନା ଓ କର୍ଣ୍ଣାଟକରୁ ପ୍ରତିନିଧି ସାମିଲ ହୋଇଥିଲେ। ୪ଟି ସାଇଣ୍ଟିଫିକ୍ ସେସନରେ ବିସ୍ତୃତ ଆଲୋଚନା ହୋଇଥିଲା।
