ପୋଖରୀରେ ବୁଡ଼ିରୁହନ୍ତି ଇକବାଲ- ବିରଳ ରୋଗର ଚିକିତ୍ସା ଲାଗି ମୁମ୍ୱାଇକୁ ଏୟାରଲିଫ୍ଟ
ଇକବାଲ ଦିନ ରାତି ପୋଖରୀରେ ଅଧା ବୁଡ଼ି ରହୁଥିବାର ଭିଡ଼ିଓ ଭାଇରାଲ ହୋଇଥିଲା। ପାଣିରୁ ବାହାରକୁ ଆସିବା ମାତ୍ରେ ତାଙ୍କର ପୁରା ଶରୀରରେ ଅସହ୍ୟ ଜଳାପୋଡ଼ା ଆରମ୍ଭ ହୁଏ। ଇକବାଲ ଏହା ବି କହିଥିଲେ, ତାଙ୍କୁ ଲାଗୁଛି ଯେମିତି, କୌଣସି ଅଦୃଶ୍ୟ ଶକ୍ତିର ପ୍ରଭାବରେ ଏମିତି ଘଟୁଛି। ସେଥିଲାଗି ସେ ଘଣ୍ଟା ଘଣ୍ଟା ଧରି ପୋଖରୀରେ ବସିଥାଆନ୍ତି। କେବେ ୫ ଦିନ ତ କେବେ ପୁରା ସପ୍ତାହ। ଯଦିଓ ମେଡିକାଳ ସାଇନ୍ସ ଏହାକୁ ମାନେନା।

ଇକବାଲ। ଦୁର୍ଲ୍ଲଭ ବେମାରୀରେ ପୀଡ଼ିତ। ପୋଖରୀ ଭିତରେ କଟୁଛି ଯାହାର ଜୀବନ। ମୁର୍ସିଦାବାଦର ବେଲଡାଙ୍ଗାର ଇକବାଲ। ପାଣି ଭିତରେ ରହିବାକୁ ବାଧ୍ୟ ହେଉଛନ୍ତି। ଆଉ ଏବେ ତାଙ୍କର ସ୍ୱତନ୍ତ୍ର ଚିକିତ୍ସା ଲାଗି ତାଙ୍କୁ ମୁମ୍ୱାଇ ଏୟାରଲିଫ୍ଟ କରାଯାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କାର୍ଯ୍ୟକାରୀ ନିର୍ଦେଶକ ଅନନ୍ତ ଅମ୍ୱାନୀଙ୍କ ନିର୍ଦେଶ ପରେ ତାଙ୍କୁ ମୁମ୍ୱାଇ ଏୟାରଲିଫ୍ଟ କରାଯାଇଛି। ମୁମ୍ୱାଇର ସର ଏଚଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଶେଷଜ୍ଞ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରିବେ। ଇକବାଲଙ୍କ ବାପା ମାଆ ଆର୍ଥିକ ସ୍ତରରେ ବହୁ ଦୁର୍ବଳ। ସେଥିଲାଗି ତାଙ୍କର ଚିକିତ୍ସା ଲାଗି ଅସମର୍ଥ ଥିଲେ। ଆଉ ସାହାଯ୍ୟ ଲାଗି ଅପିଲ୍ କରୁଥିଲେ। ଲମ୍ୱା ସମୟ ଧରି ପାଣିରେ ରହୁଥିବାରୁ ତାଙ୍କର ସ୍ୱାସ୍ଥ୍ୟ ଜଟିଳତା ଅଧିକ ଦେଖାଯିବ ବୋଲି ଡାକ୍ତର ବି ଚେତାଇ ଦେଇଥିଲେ। ଇକବାଲ ଦିନ ରାତି ପୋଖରୀରେ ଅଧା ବୁଡ଼ି ରହୁଥିବାର ଭିଡ଼ିଓ ଭାଇରାଲ ହୋଇଥିଲା। ପାଣିରୁ ବାହାରକୁ ଆସିବା ମାତ୍ରେ ତାଙ୍କର ପୁରା ଶରୀରରେ ଅସହ୍ୟ ଜଳାପୋଡ଼ା ଆରମ୍ଭ ହୁଏ। ଇକବାଲ ଏହା ବି କହିଥିଲେ, ତାଙ୍କୁ ଲାଗୁଛି ଯେମିତି, କୌଣସି ଅଦୃଶ୍ୟ ଶକ୍ତିର ପ୍ରଭାବରେ ଏମିତି ଘଟୁଛି। ସେଥିଲାଗି ସେ ଘଣ୍ଟା ଘଣ୍ଟା ଧରି ପୋଖରୀରେ ପହଁରିଥାଆନ୍ତି। କେବେ ୫ ଦିନ ତ କେବେ ପୁରା ସପ୍ତାହ। ଯଦିଓ ମେଡିକାଳ ସାଇନ୍ସ ଏହାକୁ ମାନେନା। ଡାକ୍ତରଙ୍କ କହିବା କଥା, ଏନହାଇଡ୍ରୋସ ସମେତ ଟିନିଆ, ହେନ୍ସନ୍ସ, ଏରିଥ୍ରୋମିଲୋଜିଆ ଭଳି ବେମାରରେ ସେ ପୀଡିତ। ଏହି ରୋଗରୁ ଶରୀରର ଏକାଧିକ ଅଂଶରୁ ଝାଳ ବାହାରେନା। କାରଣ ସାଧାରଣତଃ ଝାଳ ବାହାରିଲେ ଗରମ ବାହାରିଯାଏ ଓ ଶରୀର ଥଣ୍ଡା ରୁହେ। କିନ୍ତୁ ଝାଳ ନ ବାହାରିଲେ, ଶରୀର ଅଧିକ ଗରମ ହୋଇଯାଏ। ଏହା ବିପଜ୍ଜନକ ଓ ଜୀବନହାରକ ବି ସାବ୍ୟସ୍ତ ହୋଇଥାଏ। ଏନହାଇଡ୍ରୋସିସ୍ କାରଣରୁ ଚର୍ମ ସବୁବେଳେ ଶୁଖିଲା ରହିଥାଏ। ଶରୀରକୁ ଥଣ୍ଡା ଅନୁଭବ ହୋଇନଥାଏ। ଏନହାଇଡ୍ରୋସିସ କାରଣରୁ ଜଳାପୋଡ଼ା ହୁଏ। ହୃଦୟର ଗତି ବି ତେଜ୍ ହୋଇଯାଏ। ଏମିତି ଅବସ୍ଥାରେ ପାଣିରେ ବୁଡ଼ି ରହିଲେ ବା ଗାଧୋଇଲେ ଆରାମ ଲାଗେ। ପୋଖରୀକୁ ଯିବା ମାତ୍ରେ ଶାନ୍ତି ମିଳୁଥିବାରୁ ଇକବାଲର ଅଭ୍ୟାସ ହୋଇଗଲା। ତେବେ ଦୀର୍ଘ ବର୍ଷ ଧରି ପାଣିରେ ରହୁଥିବାରୁ ଏ ରୋଗ ସହ ଅନ୍ୟ ରୋଗର ରିସ୍କ ବି ବଢ଼ିପାରେ। କିଛି ଲୋକଙ୍କ ରୋଗ ଜନ୍ମରୁ ହୋଇଥାଏ। ଆଉ କିଛି ଲୋକଙ୍କ ଭିତରେ ଶରୀର ବିକଶିତ ପରେ ଲକ୍ଷଣ ଦେଖାଯାଏ। କିଛି ରୋଗୀଙ୍କ ଭିତରେ ସୋରାୟସିସ ଭଳି ବେମାରୀରୁ ସ୍କିନ୍ କୁ କ୍ଷତି ପହଞ୍ଚାଏ। ଡାଏବେଟିସ୍ ଓ ଗୁଇଲେନ୍-ବୈରେ ସିଣ୍ଡ୍ରୋମ କାରଣରୁ ଶିରାକୁ ଏହା କ୍ଷତି ପହଞ୍ଚାଏ। ଭିଡ଼ିଓ ଭାଇରାଲରେ ଦେଖାଯାଇଥିଲା ଯେ, ସେ ପୋଖରୀରେ ବସି ଖାଉଛନ୍ତି। ଏବେ ୧୬ବର୍ଷର ଇକବାଲ ଶେଖ୍। ୫ ବର୍ଷରୁ ପୋଖରୀରେ ରହିବାର ଅଭ୍ୟାସରେ ପଡ଼ିଛନ୍ତି।
