ଅକ୍ସିଜେନ ସରିଗଲା- ଚଳନ୍ତା ଆଂବୁଲାନ୍ସରେ ଚାଲିଗଲା ଜୀବନ
ଆଗ ଅଜିତଙ୍କୁ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତା ପରେ ମାଣ୍ଡଲା ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସ୍ଥାନାନ୍ତର ବେଳେ ସମାନ ସରକାରୀ ଆମ୍ୱୁଲାନ୍ସରେ ଅକ୍ସିଜେନ ରଖିଥିଲେ ମେଡିକାଲ ଷ୍ଟାଫ। ହେଲେ ୩ କିଲୋମିଟର ଯିବା ପରେ ସିଲିଣ୍ଡରରୁ ଅକ୍ସିଜେନ ସରିଗଲା।

ଚଳନ୍ତା ଆମ୍ୱୁଲାନ୍ସରେ ଚାଲିଗଲା ୨୧ ବର୍ଷ ପୁଅର ଜୀବନ। ତା ପୁଣି ବାପା ମାଆ କୋଳରେ। ମଧ୍ୟପ୍ରଦେଶର ମାଣ୍ଡଲାରୁ ଆସିଛି ଏଭଳି ଛାତିଥରା ଘଟଣା। ଆମ୍ୱୁଲାନ୍ସରେ ଅକ୍ସିଜେନ ଅଭାବରୁ କିଡନୀ ରୋଗରେ ଆକ୍ରାନ୍ତ ଅଜିତ ବାରୟାଙ୍କ ଜୀବନ ଚାଲିଗଲା। ଜୁଲାଇ ୨୬ରେ ମାଣ୍ଡଲାରେ ଘଟିଛି ଘଟଣା। ବେଶ୍ ଦହଗଞ୍ଜ ଓ ଛଟପଟ ହୋଇ ଚାଲିଗଲେ ଅଜିତ। ଆମ୍ୱୁଲାନ୍ସକୁ ଡାକିବାର ଘଣ୍ଟାଏ ପରେ ଆସିଲା ଗାଡ଼ି। ନିଃଶ୍ୱାସପ୍ରଶ୍ୱାସ ଅଭାବରୁ ଚାଲିଗଲେ। ଆଗ ଅଜିତଙ୍କୁ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତା ପରେ ମାଣ୍ଡଲା ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସ୍ଥାନାନ୍ତର ବେଳେ ସମାନ ସରକାରୀ ଆମ୍ୱୁଲାନ୍ସରେ ଅକ୍ସିଜେନ ରଖିଥିଲେ ମେଡିକାଲ ଷ୍ଟାଫ। ହେଲେ ୩ କିଲୋମିଟର ଯିବା ପରେ ସିଲିଣ୍ଡରରୁ ଅକ୍ସିଜେନ ସରିଗଲା। ବାପା ମାଆଙ୍କ କୋଳରେ ଅକ୍ସିଜେନ ଅଭାବରୁ ଛଟପଟ ହେଲେ। ଆଉ ଜିଲ୍ଲା ହସ୍ପିଟାଲରେ ପହଞ୍ଚିଲାବେଳକୁ ଆଉ ଜୀବନରେ ନଥିଲେ ଅଜିତ। ହସ୍ପିଟାଲକୁ ଆମ୍ୱୁଲାନ୍ସ ଯିବା ବାଟରେ ଯଦି ଅକ୍ସିଜେନ ସିଲିଣ୍ଡର ଉପଲବ୍ଧ ହୋଇପାରିଥାଆନ୍ତା, ତାହେଲେ ହୁଏତ ଅଜିତ ବଞ୍ଚିପାରିଥାଆନ୍ତେ। କାରଣ ପ୍ରାୟ ୨୫ କିଲୋମିଟର ବିନା ଅକ୍ସିଜେନରେ ଆମ୍ୱୁଲାନ୍ସ ଯାଇଥିଲା ଜିଲ୍ଲା ହସ୍ପିଟାଲ।
