IAS Dibya Mittal:ପିଲିଟିକ୍ସ କରିବେ ଦିବ୍ୟା - ସସପେନ୍ସ ହଟାଇଲେ ପୂର୍ବତନ ଆଇଏଏସ
ଅର୍ଥବଳ, ବାହୁବଳ ଓ ଜାତି ରାଜନୀତିରୁ ଉର୍ଦ୍ଧ୍ୱରେ ରହି ସେ ଏକ ଉତ୍ତରଦାୟିତ୍ୱ ଓ ନ୍ୟାୟର ମଝଭୁତ ରାଜନୀତି କରିବାକୁ ଆଗ୍ରହୀ ବୋଲି ମନର କଥା ଖୋଲି କହିଛନ୍ତି। ୟୁପିକୁ ନିଜର କର୍ମଭୂମି କହି ସେ ରାଜନୀତିର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଥିବା କହିଛନ୍ତି। ରାଜନୀତିରେ ୪ଟି ଶବ୍ଦର କଥା କହିଛନ୍ତି। ଉଦ୍ଦେଶ୍ୟ, ନ୍ୟାୟ, ଚିନ୍ତା ଓ ଭାବନା। ୧୩ ବର୍ଷ ଧରି ସେ ପ୍ରଶାସନିକ ସେବାରେ ଥିଲେ।

ଆଇଏଏସ ଚାକିରୀ ଛାଡ଼ିଥିବା ଦିବ୍ୟା ମିତ୍ତଲ ଏବେ ରାଜନୀତିରେ ପାଦ ଥାପିବେ। ଅଗଷ୍ଟ ୩୦ ତାରିଖରେ ୨୦୧୩ ବ୍ୟାଚର ଏହି ଆଇଏଏସ ଚାକିରୀରୁ ଇସ୍ତଫା ଦେଇଥିଲେ। ସେ ଦେଓରିଆ, ମିର୍ଜାପୁର ଓ ସନ୍ତକବୀର ନଗରର ଜିଲ୍ଲପାଳ ଭାବେ କାମ କରିଥିଲେ। ବ୍ୟକ୍ତିଗତ ଓ ପାରିବାରିକ କାରଣରୁ ଚାକିରୀ ଛାଡ଼ିଥିବା କଥା କହିଥିଲେ ଦିବ୍ୟା। ଏହା ସହ ନୂଆ ଲକ୍ଷ୍ୟର କଥା ବି କହିଥଲେ। ଆଇଏଏସ ଚାକିରୀ ତାଙ୍କ ଜୀବନର କେବଳ ଏକ ଚାପ୍ଟର। ପରିବାର, ଲେଖନୀ, ଶିକ୍ଷଣ ଓ ସମାଜସେବା ସହ ଜଡ଼ିଚ ନିଜ ଭବିଷ୍ୟତର ଏକ ବିକଳ୍ପର ସଙ୍କେତ ଦେଇଥିଲେ ଦିବ୍ୟା। ତାଙ୍କ ଇସ୍ତଫା ସେପ୍ଟେମ୍ୱର ୧୫ରେ ଗୃହୀତ ହୋଇଥିଲା। ଆଉ ଆଜି ରାଜନୀତିରେ ଏଣ୍ଟ୍ରି କରିବେ ବୋଲି ଆନୁଷ୍ଠାନିକ ଘୋଷଣା କରିଛନ୍ତି। ହେଲେ କୌଣସି ଦଳରେ ମିଶିବେନି। ସ୍ୱାଧୀନ ଭାବରେ ଲଢ଼ିବେ। ସୋସିଆଲ ମିଡିଆରେ ଆସି ଏ କଥା ଘୋଷଣା କରିଛନ୍ତି ଦିବ୍ୟା। ତାଙ୍କ ରାଜନୀତି ସାଧାରଣ ଲୋକଙ୍କ ମୁଦ୍ଦା ଓ ସାଧାରଣ ଲୋକଙ୍କ ସ୍ୱରକୁ ସାମ୍ନାକୁ ଆଣିବା ଲାଗି ହେବ। ସ୍ଥାନୀୟ ମୁଦ୍ଦା ଯେମିତିକି ରାସ୍ତା, ସ୍କୁଲର ଭିତ୍ତିଭୂମି କେମିତି ସଜଡ଼ାଯିବ, ତା ଉପରେ ଧ୍ୟାନ କେନ୍ଦ୍ରିଭୂତ କରିବାକୁ କହିଛନ୍ତି। ଅର୍ଥବଳ, ବାହୁବଳ ଓ ଜାତି ରାଜନୀତିରୁ ଉର୍ଦ୍ଧ୍ୱରେ ରହି ସେ ଏକ ଉତ୍ତରଦାୟିତ୍ୱ ଓ ନ୍ୟାୟର ମଝଭୁତ ରାଜନୀତି କରିବାକୁ ଆଗ୍ରହୀ ବୋଲି ମନର କଥା ଖୋଲି କହିଛନ୍ତି। ୟୁପିକୁ ନିଜର କର୍ମଭୂମି କହି ସେ ରାଜନୀତିର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଥିବା କହିଛନ୍ତି। ରାଜନୀତିରେ ୪ଟି ଶବ୍ଦର କଥା କହିଛନ୍ତି। ଉଦ୍ଦେଶ୍ୟ, ନ୍ୟାୟ, ଚିନ୍ତା ଓ ଭାବନା। ୧୩ ବର୍ଷ ଧରି ସେ ପ୍ରଶାସନିକ ସେବାରେ ଥିଲେ। ୨୦୨୩ରେ ମିର୍ଜାପୁରରେ ତାଙ୍କୁ ନେଇ ବଡ଼ ବିବାଦ ଉଠିଥିଲା। ଲାହୁରିଆ ଦାହରେ ପାଇପ ଯୋଗେ ପାନୀୟ ଜଳଯୋଗାଣର ଭୂମିପୂଜନ ଉତ୍ସବରେ ସେ ନା ସ୍ଥାନୀୟ ବିଧାୟକ, ସାଂସଦ ବା କୌଣସି ସ୍ଥାନୀୟ ଜନପ୍ରତିନିଧିକୁ ଡାକିଥିଲେ। ଏକାକୀ ଜଳପୂଜନ ଲାଗି ପହଞ୍ଚି ଯାଇଥିଲେ। ପ୍ରୋଟକଲ ଭାଙ୍ଗିଥିବାରୁ ତାଙ୍କ ବିରୁଦ୍ଧରେ ବିଜେପି ନେତା ବିପୁଲ ସିଂ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଫେରାଦ ହୋଇଥିଲେ। ଏହା ପରେ ତାଙ୍କୁ ବଦଳି କରିଦିଆଯାଇଥିଲା। ଆଉ ପ୍ରାୟ ମାସେ ହେଲା ତାଙ୍କୁ କୌଣସି ପୋଷ୍ଟିଂ ବି ଦିଆଯାଇନଥିଲା। ଦିବ୍ୟା ଆଇଆଇଟି ଦିଲ୍ଲୀ ଓ ଆଇଆଇଏମ ବେଙ୍ଗାଲୁରୁରୁ ପାଠ ପଢ଼ିଛନ୍ତି। ଏହା ପରେ ସେ ଲଣ୍ଡନରେ ଚାକିରୀ କରିଥିଲେ। କିନ୍ତୁ ପରେ ଭାରତ ଫେରି ୟୁପିଏସସି ପ୍ରସ୍ତୁତି କରିଥିଲେ। ଦିବ୍ୟା ମିତ୍ତଲ ଇସ୍ତଫା ଦେବା ପରେ ତାଙ୍କୁ ଦଳରେ ଅଫର ଦେବାକୁ ବିରୋଧୀ ଦଳର ନେତା ବି ପ୍ରତିକ୍ରିୟା ଦେଇଥିଲେ। କଂଗ୍ରେସ ନେତା ଅଜୟ ରାୟ କହିଥିଲେ, ଯଦି ଦିବ୍ୟା ନିର୍ବାଚନ ଲଢିବାକୁ ଚାହାନ୍ତି,ତାହେଲେ ଦଳ ତାଙ୍କ ନାଁ ବିଚାରକୁ ନେଇପାରେ। ସପାର ସୁପ୍ରିମୋ ଅଖିଳେଶ ଯାଦବ କହିଥିଲେ, ଦିବ୍ୟାଙ୍କ ଭଳି ଅନେକ ଅଫିସରଙ୍କ ଉପରେ ଚାପ ପଡ଼ୁଛି।
