Murder At Oyo :ଓୟୋ ରୁମରେ ଶବ- ଆଧାରରେ ଦୁର୍ଗା ତ ହସ୍ପିଟାଲ ରେକର୍ଡରେ ସିରିଶା
ହୋଟେଲରେ ରୁମ୍ ନେବା ବେଳେ ନକଲି ନାଁ ଓ ନକଲି ପରିଚୟପତ୍ରର ବ୍ୟବହାର କରିଥିଲେ। ହୋଟେଲ ରେକର୍ଡ ମୁତାବକ, ଶ୍ରୀନିବାସ ନିଜ ନାଁ ଗଣେଶ ଓ ଶିରିସା ନିଜ ନାଁ ଦୁର୍ଗା କହିଥିଲେ। ଦୁହେଁ ହୋଟେଲର ୧୦ ନମ୍ୱର ରୁମରେ ରହିଥିଲେ। ମଙ୍ଗଳବାର ସାଢ଼େ ୩ଟାରେ ଶ୍ରୀନିବାସ ରିସପସନରେ କହିଥିଲେ ଯେ, ସକାଳ ଜଳଖିଆ ଖାଇ ଶିରିସା ଚେକଆଉଟ କରିବେ।

ଓୟୋ ହୋଟେଲରେ ମହିଳାଙ୍କୁ ମର୍ଡର। ହାଇଦ୍ରାବାଦର ଏସଆର ନଗର ଥାନା ଅନ୍ତର୍ଗତ ଗୋକୁଳ ପ୍ରାଇଡ ଓୟୋ ହୋଟେଲରେ ୩୪ ବର୍ଷୀୟା ମହିଳା ବେଗାରି ଶିରିସାଙ୍କୁ ନିର୍ମମ ହତ୍ୟା। ୨୦୧୬ରୁ ବେଗାରିଙ୍କ ଛାଡ଼ପତ୍ର ହୋଇସାରିଛି। ସେ ଏକ ବ୍ୟାଙ୍କରେ କଷ୍ଟମର କେୟାର କର୍ମଚାରୀ ଭାବେ କାମ କରୁଥିଲେ। ୩୮ ବର୍ଷୀୟ ଅଉସଲାପଲ୍ଲୀ ଶ୍ରୀନିବାସଙ୍କ ସହ ତାଙ୍କର ଆଫାୟାର ଥିଲା। ସେପ୍ଟେମ୍ୱର ୨୪ରେ ଦୁହେଁ ଓୟୋ ହୋଟେଲକୁ ଆସିଥିଲେ। ସେଠାରେ ୪ ଦିନ ରହିଥିଲେ। ୨୮ ତାରିଖ ରାତିରେ ବିବାହକୁ ନେଇ ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା। ବିବାହ ଲାଗି ରାଜି ନଥିଲେ ବେଗାରି। ଏଥିରେ ଉତକ୍ଷିପ୍ତ ହୋଇ ଶ୍ରୀନିବାସ ତାଙ୍କୁ ପିଟି ପିଟି ମାରିଦେଲା। ଆଉ ଘଟଣାସ୍ଥଳରୁ ଚମ୍ପଟ ମାରିଛି। ଜଳଖିଆ ପରେ ଚେକଆଉଟ କରିବାକୁ କହି ଫେରାର ହୋଇଯାଇଛି ପ୍ରେମିକ। ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଦୁହେଁ ହୋଟେଲରେ ରୁମ୍ ନେବା ବେଳେ ନକଲି ନାଁ ଓ ନକଲି ପରିଚୟପତ୍ରର ବ୍ୟବହାର କରିଥିଲେ। ହୋଟେଲ ରେକର୍ଡ ମୁତାବକ, ଶ୍ରୀନିବାସ ନିଜ ନାଁ ଗଣେଶ ଓ ଶିରିସା ନିଜ ନାଁ ଦୁର୍ଗା କହିଥିଲେ। ଦୁହେଁ ହୋଟେଲର ୧୦ ନମ୍ୱର ରୁମରେ ରହିଥିଲେ। ମଙ୍ଗଳବାର ସାଢ଼େ ୩ଟାରେ ଶ୍ରୀନିବାସ ରିସପସନରେ କହିଥିଲେ ଯେ, ସକାଳ ଜଳଖିଆ ଖାଇ ଶିରିସା ଚେକଆଉଟ କରିବେ। ହେଲେ ରୁମରୁ କୌଣସି ଜବାବ ନ ଆସିବାରୁ ହୋଟେଲ ଷ୍ଟାଫଙ୍କ ସନ୍ଦେହ ହୋଇଥିଲା। ପୁଲିସକୁ ସୂଚନା ଦେବା ପରେ ପୁଲିସ ଉପସ୍ଥିତିରେ ମାଷ୍ଟର ଚାବିରେ ରୁମ୍ ଖୋଲାଯାଇଥିଲା। ଆଉ ବେଡରେ ଶିରିସାଙ୍କ ଶବ ପଡ଼ିଥିଲା। ହତ୍ୟା ପାଇଁ ପରଦାର ରଡ୍ ବ୍ୟବହାର କରିଥିଲା ଶ୍ରୀନିବାସ।
