High Court Bar Association : ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିବ ହାଇକୋର୍ଟ ବାର୍
ଓଡ଼ିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ । ଏହି ପ୍ରସଙ୍ଗରେ ଆସନ୍ତା ଅକ୍ଟୋବର ୧ ତାରିଖରେ ବାର ଆସୋସିଏସନର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିବ ବୋଲି ଜଣାପଡ଼ିଛି ।
କମୁଛି ବିଚାରପତିଙ୍କ ସଂଖ୍ୟା । ଏହା ନେଇ ଓଡ଼ିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ । ଏହି ପ୍ରସଙ୍ଗରେ ଆସନ୍ତା ଅକ୍ଟୋବର ୧ ତାରିଖରେ ବାର ଆସୋସିଏସନର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିବ ବୋଲି ଜଣାପଡ଼ିଛି । ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାର ସଭାପତି ଏନେଇ ସୂଚନା ଦେଇଛନ୍ତି | ବର୍ତ୍ତମାନ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟାକୁ ନେଇ ସଙ୍କଟ ଦେଖାଦେଇଛି। ହାଇକୋର୍ଟ ପାଇଁ ୩୩ ଜଣ ବିଚାରପତିଙ୍କ ପଦ ମଞ୍ଜୁର ହୋଇଥିବା ବେଳେ ବର୍ତ୍ତମାନ ମାତ୍ର ୧୫ ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି । ଏହାସହ ଅକ୍ଟୋବର ଓ ନଭେମ୍ବର ମାସରେ ଆଉ ଦୁଇଜଣ ବିଚାରପତି ଅବସର ନେବାକୁ ଥିବାରୁ ସଂଖ୍ୟା ୧୩କୁ ଖସିଆସିବ। ଅନ୍ୟପଟେ, ହାଇକୋର୍ଟରେ ୧ ଲକ୍ଷ ୭୦ ହଜାରରୁ ଅଧିକ ମାମଲା ବିଚାରାଧୀନ ରହିଛି। ବିଚାରପତିଙ୍କ ଅଭାବ ଯୋଗୁଁ ମାମଲା ଶୁଣାଣି ପ୍ରଭାବିତ ହେଉଥିବା କହିଛି ବାର ଆସୋସିଏସନ । ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଦାବିରେ ଏବେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିବ ବାର୍ ଆସୋସିଏସନ ।
