ଗୋଟିଏ ମର୍ଡର- ୪ ରାଜ୍ୟରେ ୧୨ହଜାର କିମିର ଅପରେସନ- ୮ ଗିରଫ
ଗୁଡ୍ଡୁକୁ ମର୍ଡର ଲାଗି ଅଭିଯୁକ୍ତ ଷଡ଼ଯନ୍ତ୍ର ରଚିଥିଲେ। ସେଥିଲାଗି ଗୁଡ୍ଡୁକୁ ସେମାନେ ଚାଲାକି କରି ବିହାରରୁ ଦିଲ୍ଲୀକୁ ଡାକିଥିଲେ। ଲମ୍ୱା ସମୟ ଧରି ଚାଲିଥିବା ବିବାଦର ସମାଧାନ କରିବାକୁ ଡାକିବାରୁ ଭେଟିବାକୁ ପ୍ରସ୍ତୁତ ହୋଇଯାଇଥିଲା ଗୁଡ୍ଡୁ। ହେଲେ ବୁଝାମଣା ପାଇଁ ଡାକିଥିବା ଏହି ବୈଠକ ଅସଲରେ ଏକ ଜାଲ ଥିଲା।

ଦିଲ୍ଲୀର ଲାଲକୁଆଁରେ ଗୁଡ୍ଡୁ ବାଦଶାହ ହତ୍ୟାକାଣ୍ଡରେ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଏ ଗୁଳିକାଣ୍ଡରେ ଆହତ ହୋଇଥିବା ଫାରୁକ ହିଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ପୁଲିସ ଖୁଲାସା କରିଛି। ଜୁଲାଇ ୨୮ରେ ପ୍ରହ୍ଲାଦପୁରରେ ଫାୟାରିଂ ହୋଇଥିଲା। ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଇରସାଦ ଆଲମ ଓରଫ ଗୁଡ୍ଡୁଙ୍କ ମୃତ୍ୟୁ ହୋଇସାରିଥିଲା। ଗୁଳି ବାଜି ଆହତ ଏମ.ଫାରୁକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା ପୁଲିସ। କ୍ରାଇମ ଟିମ୍ ଓ ଫରେନସିକ ଟିମ୍ ଘଟଣାସ୍ଥଳରୁ ରକ୍ତଲଗା ସାମଗ୍ରୀ, ଖାଲି ଖୋକା, ଜୀବନ୍ତ ଗୁଳି ଓ ଧାତୁର ପ୍ରୋଜେକ୍ଟାଇଲ ଜବତ କରିଥିଲା। ଆରମ୍ଭରୁ ଏ ଘଟଣାରେ ଗୁଳି ମାଡ଼ରେ ଆହତ ଫାରୁକ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଗଲା ବୋଲି କହି ପୁରା ପୁଲିସ ସନ୍ଦେହର ସ୍କାନରରୁ ବାହାରେ ଅଛି ବୋଲି ଭାବୁଥିଲା। କିନ୍ତୁ ପୁଲିସ ଯେବେ ତାକୁ ବିସ୍ତୃତ ପଚରାଉଚୁରା କଲା, ତା କଥାବାର୍ତ୍ତାରେ କିଛି ବିରୋଧାଭାସ ଓ ଅସଙ୍ଗତି ଦେଖିପାରିଥିଲା। ସେଥିଲାଗି କଲ୍ ଡିଟେଲ ରେକର୍ଡ, ଟେକ୍ନିକ ଅନୁଧ୍ୟାନ, ଫିଲ୍ଡ ଇଣ୍ଟେଲିଜେନ୍ସ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ତଦନ୍ତକୁ ଆଗକୁ ବଢ଼ାଇଥିଲା। ଆଉ ତଦନ୍ତରେ ଫାରୁକର ଭୂମିକା ଓ ଷଡ଼ଯନ୍ତ୍ରରେ ସାମିଲ ଥିବାର ସଙ୍କେତ ମିଳିଥିଲା। ଏହା ପରେ ଘଟଣା ଦିନ ହିଁ ଫାରୁକକୁ ଗିରଫ କରିସାରିଥିଲା ପୁଲିସ। ହତ୍ୟା ପଛରେ ପୁରୁଣା ଶତୃତା ଥିବା ଜଣାପଡ଼ିଥିଲା। ଏହି ଶତୃତା ମୃତକ ଗୁଡ୍ଡୁ ବାଦଶାହ ଓ ଅଭିଯୁକ୍ତ ସମଶାଦ, ଅସଫାକ ଭିତରେ ଥିଲା। ଯାହାର ଜଡ଼ ବିହାରର ସୁପୌଲ ସ୍ଥିତ ଏରିଆରୁ ଥିଲା। ଗୁଡ୍ଡୁକୁ ମର୍ଡର ଲାଗି ଅଭିଯୁକ୍ତ ଷଡ଼ଯନ୍ତ୍ର ରଚିଥିଲେ। ସେଥିଲାଗି ଗୁଡ୍ଡୁକୁ ସେମାନେ ଚାଲାକି କରି ବିହାରରୁ ଦିଲ୍ଲୀକୁ ଡାକିଥିଲେ। ଲମ୍ୱା ସମୟ ଧରି ଚାଲିଥିବା ବିବାଦର ସମାଧାନ କରିବାକୁ ଡାକିବାରୁ ଭେଟିବାକୁ ପ୍ରସ୍ତୁତ ହୋଇଯାଇଥିଲା ଗୁଡ୍ଡୁ। ହେଲେ ବୁଝାମଣା ପାଇଁ ଡାକିଥିବା ଏହି ବୈଠକ ଅସଲରେ ଏକ ଜାଲ ଥିଲା। ଗୁଡ୍ଡୁଙ୍କୁ ଲାଲକୁଆଁ ସ୍ଥିତ ଏକ ଓ୍ୱେୟାରହାଉସ ଭଡ଼ା ଘରକୁ ନିଆଯାଇଥିଲା। ଆଉ ସେଠାରେ ତାକୁ ଗୁଳି କରିଦିଆଗଲା। ଏ ମାମଲାରେ ମୋଟ୍ ୮ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ୭ ଅଭିଯୁକ୍ତଙ୍କ ଘର ବିହାରର ସୁପୌଲରେ। କେବଳ ଜଣେ ଅଭିଯୁକ୍ତ ଅମନ ଯାଦବର ଧର ଦିଲ୍ଲୀରେ। ଶମସାଦ ଓ ଅସଫାକର ଅପରାଧ କାର୍ଯ୍ୟକଳାପର ଇତିହାସ ରହିଛି। ଫାରୁକ ଆଗ ଗୁଡ୍ଡୁର ବିଶ୍ୱାସ ଜିତିଥିଲା। ସେ ହିଁ ବିବାଦର ସମାଧାନ ଲାଗି କହି ବାହାନାରେ ଦିଲ୍ଲୀକୁ ଡାକି ଓ୍ୱେୟାରହାଉସକୁ ନେଇଥିଲା। ମର୍ଡର ପରେ ନିଜକୁ ଆହତ ଅବସ୍ଥାରେ ଦେଖାଇ ନିର୍ଦୋଷ ପୀଡ଼ିତଙ୍କ ଭଳି ଦର୍ଶାଇବାକୁ ଚେଷ୍ଟା କରିଥିଲା। ହେଲେ ସବୁ ଗୁମର ଖୋଲିଦେଲା ପୁଲିସ। ଗୁଡ୍ଡୁ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ପ୍ରାୟ ୪ଟି ରାଜ୍ୟରେ ଛାନଭିନ୍ କରିଥିଲା। ଦିଲ୍ଲୀ, ୟୁପି, ବିହାର, ତେଲେଙ୍ଗାନା ଓ ତାମିଲନାଡୁରେ ପ୍ରାୟ ୧୨ହଜାର କିଲୋମିଟରର ଅପରେସନ ଚଳାଇଥିଲା।
