କୋଲବ୍ଲକ ମାମଲାରେ ମନମୋହନଙ୍କୁ କ୍ଲିନଚିଟ୍
ସିବିଆଇ ଦ୍ୱାରା ଦାଖଲ କ୍ଲୋଜର ରିପୋର୍ଟକୁ ଖାରଜ କରିବା ବା ଡକ୍ଟର ମନମୋହନ ସିଂଙ୍କ ବିରୁଦ୍ଧରେ ମାମଲା ଚାଲିବାକୁ ସଂଜ୍ଞାନ ନେଇ ସମନ କରିବାର କୌଣସି କାରଣ ନଥିଲା। ତେବେ କୋର୍ଟ ସ୍ପଷ୍ଟ କରିଛନ୍ତି, ଏ ଫୈସଲା କେବଳ ପୂର୍ବତନ ପିଏମ ମନମୋହନ ସିଂଙ୍କ ଅଫିସିଆଲ ପୋଜିସନ ଯାଏ ସୀମିତ। ଅନ୍ୟ ଅଭିଯୋଗ ସହ ଜଡ଼ିତ ମାମଲାରେ ଏହାର କୌଣସି ପ୍ରଭାବ ପଡ଼ିବନି। ଏହି ଫୈସଲା ସହ ଡିସେମ୍ୱର ୨୦୨୪ରେ ଦିବଂଗତ ପୂର୍ବ ପିଏମ ମନମୋହନ ସିଂଙ୍କୁ କୋଇଲା ବ୍ଲକ ଆବଣ୍ଟନ ମାମଲାରେ ବଡ଼ ଅଦାଲତି ଆଶ୍ୱସ୍ତି

କୋଲ୍ ବ୍ଲକ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ବଡ଼ ଅଦାଲତି ଆଶ୍ୱସ୍ତି। ସିବିଆଇ ଏ ସନ୍ଦର୍ଭରେ ମନମୋହନଙ୍କୁ ଦେଇଥିଲା କ୍ଲିନଚିଟ୍। କିନ୍ତୁ ଟ୍ରାଏଲ କୋର୍ଟ କରିଥିଲେ ସମନ। ଏହି ସମନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। କୋଇଲା ଘୋଟାଲାରେ ମନମୋହନ ସିଂଙ୍କ ବିରୁଦ୍ଧରେ କେସ୍ ସମାପ୍ତ କଲେ ସୁପ୍ରିମକୋର୍ଟ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିରୁଦ୍ଧରେ କୋଲ୍ ବ୍ଲକ ଆବଣ୍ଟନ ମାମଲାରେ ଚାଲିଥିବା ଅପରାଧିକ କାର୍ଯ୍ୟାନୁଷ୍ଠାନକୁ ସମାପ୍ତ କଲେ ସର୍ବୋଚ୍ଚ ଅଦାଲତ। ଅଦାଲତ ତାଙ୍କ ପିଟିସନକୁ ଗ୍ରହଣ ପୂର୍ବକ ମାର୍ଚ୍ଚ ୧୧, ୨୦୧୫ର ଟ୍ରାଏଲ କୋର୍ଟର ଆଦେଶକୁ ରଦ୍ଦ କରିଦେଲେ। ଯେଉଁଠି ସିବିଆଇର କ୍ଲୋଜର ରିପୋର୍ଟକୁ ଖାରଜ କରି ତାଙ୍କୁ ମକଦ୍ଦମାର ସମ୍ମୁଖୀନ ହେବାକୁ ସମନ ଜାରି ହୋଇଥିଲା। ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ସିବିଆଇ ଦ୍ୱାରା ଦାଖଲ କ୍ଲୋଜର ରିପୋର୍ଟକୁ ଖାରଜ କରିବା ବା ଡକ୍ଟର ମନମୋହନ ସିଂଙ୍କ ବିରୁଦ୍ଧରେ ମାମଲା ଚାଲିବାକୁ ସଂଜ୍ଞାନ ନେଇ ସମନ କରିବାର କୌଣସି କାରଣ ନଥିଲା। ତେବେ କୋର୍ଟ ସ୍ପଷ୍ଟ କରିଛନ୍ତି, ଏ ଫୈସଲା କେବଳ ପୂର୍ବତନ ପିଏମ ମନମୋହନ ସିଂଙ୍କ ଅଫିସିଆଲ ପୋଜିସନ ଯାଏ ସୀମିତ। ଅନ୍ୟ ଅଭିଯୋଗ ସହ ଜଡ଼ିତ ମାମଲାରେ ଏହାର କୌଣସି ପ୍ରଭାବ ପଡ଼ିବନି। ଏହି ଫୈସଲା ସହ ଡିସେମ୍ୱର ୨୦୨୪ରେ ଦିବଂଗତ ପୂର୍ବ ପିଏମ ମନମୋହନ ସିଂଙ୍କୁ କୋଇଲା ବ୍ଲକ ଆବଣ୍ଟନ ମାମଲାରେ ବଡ଼ ଅଦାଲତି ଆଶ୍ୱସ୍ତି ମିଳିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ କାର୍ଯ୍ୟକାଳର ସବୁଠାରୁ ବଡ଼ ବିବାଦମଧ୍ୟରୁ ଗୋଟିଏ ଥିଲା କୋଇଲା ବ୍ଲକ୍ ଆବଣ୍ଟନ ଦୁର୍ନୀତି ବା କୋଲଗେଟ୍।୧୯୯୩ରୁ ୨୦୧୦ ମଧ୍ୟରେ କେନ୍ଦ୍ର ସରକାର ବିଭିନ୍ନ ସରକାରୀ ଓ ବେସରକାରୀ କମ୍ପାନୀଙ୍କୁ କ୍ୟାପ୍ଟିଭ୍ ଖଣି ଉଦ୍ଦେଶ୍ୟରେ କୋଇଲା ବ୍ଲକ୍ ଆବଣ୍ଟନ କରିଥିଲେ। ବିବାଦର ମୂଳ କାରଣ ଥିଲା, ଏହି ବ୍ଲକ୍ଗୁଡ଼ିକୁ ନିଲାମ (Auction) ବଦଳରେ ସ୍କ୍ରିନିଂ କମିଟି ମାଧ୍ୟମରେ ବଣ୍ଟନ କରାଯାଇଥିଲା। ଏହା ଫଳରେ କିଛି କମ୍ପାନୀ ଅନୁଚିତ ସୁବିଧା ପାଇଥିବା ଅଭିଯୋଗ ଉଠିଥିଲା। ୨୦୦୪ରୁ ୨୦୦୬ ମଧ୍ୟରେ ଡ. ମନମୋହନ ସିଂହ ପ୍ରଧାନମନ୍ତ୍ରୀଙ୍କ ସହ କୋଇଲା ମନ୍ତ୍ରଣାଳୟର ଦାୟିତ୍ୱ ମଧ୍ୟ ସମ୍ଭାଳୁଥିଲେ। ୨୦୦୫ରେ ଓଡ଼ିଶାର ତଳବିରା-୨ କୋଇଲା ବ୍ଲକ୍ ବଣ୍ଟନକୁ ନେଇ ହୋଇଥିବା ମାମଲାରେ ସିବିଆଇ ତଦନ୍ତ ପରେ ତାଙ୍କ ନାମ ମଧ୍ୟ ଅଭିଯୁକ୍ତ ତାଲିକାରେ ଆସିଥିଲା। ୨୦୧୫ରେ ସ୍ୱତନ୍ତ୍ର ସିବିଆଇ ଅଦାଲତ ମନମୋହନ ସିଂହଙ୍କୁ ତଲବ କରିଥିଲେ। ୨୦୧୭ରେ ଏକ ବିଶେଷ ଅଦାଲତ କହିଥିଲେ ଯେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କଠାରୁ କିଛି ତଥ୍ୟ ଲୁଚାଯାଇଥିଲା, ଯାହା ତାଙ୍କୁ ବଡ଼ ଆଇନଗତ ଆଶ୍ୱସ୍ତି ଦେଇଥିଲା। ୨୦୧୪ରେ ସୁପ୍ରିମକୋର୍ଟ କୋଇଲା ବ୍ଲକ୍ ବଣ୍ଟନ ପ୍ରକ୍ରିୟାକୁ ଅସ୍ୱଚ୍ଛ ଓ ବେଆଇନ ବୋଲି ମନେ କରି ୨୧୪ଟି କୋଇଲା ବ୍ଲକ୍ ବଣ୍ଟନକୁ ବାତିଲ୍ କରିଥିଲେ।
