ପ୍ରଥମ ଭାରତୀୟ ଭାବେ ଜିତିଲେ ରଷିଆ 'ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍-2026' ସୁଦର୍ଶନ
ବିଶ୍ୱ ବାଲୁକା କଳା ମାନଚିତ୍ରରେ ପୁଣି ଥରେ ଓଡ଼ିଶା ତଥା ସମଗ୍ର ଦେଶର ଟେକ ରଖିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ରଷିଆର ମସ୍କୋ ସହରରେ ଆୟୋଜିତ ରଷିଆ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍- 2026 ପ୍ରତିଯୋଗିତାରେ ଚାମ୍ପିଅନ୍ ହୋଇ ସେ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି।

ବିଶ୍ୱ ବାଲୁକା କଳା ମାନଚିତ୍ରରେ ପୁଣି ଥରେ ଓଡ଼ିଶା ତଥା ସମଗ୍ର ଦେଶର ଟେକ ରଖିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ରଷିଆର ମସ୍କୋ ସହରରେ ଆୟୋଜିତ ପ୍ରତିଷ୍ଠିତ 'ରଷିଆ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍- 2026' (Grand Sand Master Cup) ପ୍ରତିଯୋଗିତାରେ ଚାମ୍ପିଅନ୍ ହୋଇ ସେ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଏହି ଗୌରବଜନକ ପୁରସ୍କାର ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ବାଲୁକା ଶିଳ୍ପୀ। ମସ୍କୋର କୋଲୋମେନ୍ସକୋଏ ମ୍ୟୁଜିୟମ-ରିଜର୍ଭଠାରେ ଅନୁଷ୍ଠିତ ଏହି ଚାମ୍ପିଅନସିପ୍ରେ ବିଶ୍ୱର ଅନେକ ପ୍ରତିଭାଶାଳୀ ବାଲୁକା ଶିଳ୍ପୀ ଭାଗ ନେଇଥିଲେ। ଏହି କଡ଼ା ପ୍ରତିଯୋଗିତାରେ ସୁଦର୍ଶନ ଭାରତୀୟ ସଂସ୍କୃତିର ମୂଳମନ୍ତ୍ର 'ବସୁଧୈବ କୁଟୁମ୍ବକମ୍' (ସମଗ୍ର ବିଶ୍ୱ ଏକ ପରିବାର) ଏବଂ ବିଶ୍ୱ ଶାନ୍ତିର ବାର୍ତ୍ତା ଦେଇ ଏକ ଚିତ୍ତାକର୍ଷକ ବାଲୁକା କଳା ପ୍ରଦର୍ଶନ କରିଥିଲେ, ଯାହା ବିଚାରକ ମଣ୍ଡଳୀ ଓ ସେଠାକାର ଦର୍ଶକଙ୍କୁ ବେଶ୍ ମନ୍ତ୍ରମୁଗ୍ଧ କରିଥିଲା। ଏହି ଆନ୍ତର୍ଜାତୀୟ ବିଜୟ ପାଇଁ ସୁଦର୍ଶନଙ୍କ ନିକଟକୁ ସାରା ଦେଶ ଓ ଓଡ଼ିଶାରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସେ ନିଜର ଅସାଧାରଣ ପ୍ରତିଭା ବଳରେ ଆଉ ଏକ ବିଶ୍ୱସ୍ତରୀୟ ମଞ୍ଚରେ ଓଡ଼ିଶାର କଳା ଓ ଭାରତୀୟ ସଂସ୍କୃତିର ପତାକା ଉଡ଼ାଇବାରେ ସଫଳ ହୋଇଛନ୍ତି।
