ଜଳେଶ୍ୱର: ଶ୍ରମିକ ବୋଝେଇ ପିକ୍ଅପ୍ ଓଲଟି ୭ ଗୁରୁତର, ୧୫ରୁ ଅଧିକ ଆହତ
ଜଳେଶ୍ୱର ଥାନା ୫୭ ନଂ ରାଜ୍ୟ ରାଜପଥ ତାଳବଣିଆ ନିକଟ ଭାରସମ୍ୟ ହରାଇ ଓଲଟିଲା ପିକଅପ୍। ୭ ଗୁରୁତର, ୧୫ରୁ ଅଧିକ ଆହତ।
S
By Subhadra DasPublished: Aug 11, 2026, 06:49 PM •1 min read •5 Views
ଜଳେଶ୍ୱର: ଵାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା ଅଧୀନ ୫୭ ନମ୍ବର ରାଜ୍ୟ ରାଜପଥର ତାଳବଣିଆ ନିକଟରେ ଶ୍ରମିକ ବୋଝେଇ ଏକ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୭ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବାବେଳେ ୧୫ରୁ ଅଧିକ ଶ୍ରମିକ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ସମସ୍ତ ଶ୍ରମିକ ଭୋଗରାଇ ଅଞ୍ଚଳରୁ ଚାଷ କାମ ସାରି ମୟୂରଭଞ୍ଜ ଫେରୁଥିବା ସମୟରେ ତାଳବଣିଆ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିବା ସୂଚନା ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
S
Subhadra DasContent Writer
Comments0
Leave a Reply
Loading comments...
