ବାଲେଶ୍ବର-ରେମୁଣା ରାସ୍ତା ଅବରୋଧ
ସାମାନ୍ୟ ବର୍ଷାରେ ବୁଡ଼ୁଛି ବାଲେଶ୍ବର-ରେମୁଣା ରାସ୍ତା, ଜଳ ନିଷ୍କାସନ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ। ଯାତାୟାତ ବାଧାପ୍ରାପ୍ତ।
S
By Subhadra DasPublished: Aug 3, 2026, 04:12 PM •1 min read •10 Views
ବାଲେଶ୍ବର: ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଆଜି ବାଲେଶ୍ବର-ରେମୁଣା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ବାଲିଆ ନୂଆସାହି ସିଟି କ୍ଲିନିକ ଅଞ୍ଚଳରେ ସାମାନ୍ୟ ବର୍ଷାରେ ଜଳ ଜମି ଯାଉଥିବାରୁ ଲୋକମାନେ ଯାତାୟାତରେ ଅସୁବିଧା ଭୋଗୁଥିବା ଅଭିଯୋଗ କରିଛନ୍ତି। ପୂର୍ବ ବନ୍ୟା ସମୟରେ ମଧ୍ୟ ଏହି ଅଞ୍ଚଳ ଜଳମଗ୍ନ ହୋଇ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବାରମ୍ବାର ଏଭଳି ସମସ୍ୟା ଦେଖାଦେଉଥିବାରୁ ସ୍ଥାୟୀ ସମାଧାନ ଦାବି କରି ଶହ ଶହ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ସିଟି କ୍ଲିନିକ ଛକରେ ଏକତ୍ରିତ ହୋଇ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।
S
Subhadra DasContent Writer
Comments0
Leave a Reply
Loading comments...
