ବ୍ରେକଅପ ପଛରେ ଧର୍ମାନ୍ତରିକରଣର ଚାପ!
ତାଙ୍କୁ ଗୋଟିଏ ପ୍ରଶ୍ନ ବିଚଳିତ କରୁଥିଲା। ସେ ମଲା ପରେ ତାଙ୍କୁ ଜଳାଯିବ ନା ପୋତାଯିବ। ଅଭିନେତ୍ରୀଙ୍କ ଏହି ବୟାନ ପରେ ଖୁବ ବବାଲ ସୃଷ୍ଟି ହୋଇଛି। ଆସିମଙ୍କୁ ବେଶ୍ ସମାଲୋଚନା କରାଯାଇଥିଲା। ହେଲେ ଆସିମ ଚୁପ୍ ବସିନାହାନ୍ତି। ଆଉ ଓ୍ୱାଟସଆପ୍ ଚାଟ୍ ଦେଖାଇ ଏହାର ଉତ୍ତର ରଖିଛନ୍ତି। ଆସିମ ଏକ୍ସ ପୋଷ୍ଟରେ ଦାବି କରିଛନ୍ତି ଯେ, ବ୍ରେକଅପର ପ୍ରାୟ ୩ ମାସ ପରେ ମାର୍ଚ୍ଚରେ ହିମାଂଶୀ ତାଙ୍କୁ ପୁଣି ଥରେ ସମ୍ପର୍କରେ ଫେରିବାକୁ ମେସେଜ କରିଥିଲେ।

ବିବାଦରେ ଆସିମ ରିୟାଜ୍। ବ୍ରେକଅପର ୩ ମାସ ପରେ କାହିଁକି ପୁଣି ତାଙ୍କ ଲାଇଫରେ ଆସିବାକୁ ଚାହାନ୍ତି ହିମାଂଶୀ। ଏହାର କାରଣ କହିବାକୁ ଯାଇ ହିମାଂଶୀଙ୍କୁ ଏକ୍ସପୋଜ୍ କରିଛନ୍ତି ରିୟାଜ। ପୁଣି ଥରେ ରିଲେସନସିପରେ ରହିବାକୁ କୁଆଡ଼େ ହିମାଂଶୀ ହିଁ ଓ୍ୱାଟସଆପରେ ମେସେଜ କରିଥିଲେ। ଆସିମ ରିୟାଜ୍ ଓ ହିମାଂଶୀ ଖୁରାନାଙ୍କ ଭିତରେ ସମ୍ପର୍କ ଏବେ ଚର୍ଚ୍ଚାର ହଟ୍ ଟପିକ୍ ସାଜିଛି। ହିମାଂଶୀ ନିକଟରେ ପାରସ ଛାଓ୍ୱଡ଼ାଙ୍କ ପଡକାଷ୍ଟରେ ତାଙ୍କର ଓ ଆସିମଙ୍କ ସମ୍ପର୍କରେ ଆସିଥିବା ଧାର୍ମିକ ମତଭେଦକୁ ନେଇ କିଛି କଥା କହିଥିଲେ। ଆସିମଙ୍କ ନାଁ ନ ନେଇ ହିମାଂଶୀ କହିଥିଲେ, ତାଙ୍କ ଉପରେ ଧର୍ମ ପରିବର୍ତ୍ତନର ଚାପ ପଡ଼ୁଥିଲା। ତାଙ୍କୁ ସିଧାସଲଖ ଧର୍ମ ପରିବର୍ତ୍ତନ କରିବାକୁ କୁହାଯାଉନଥିଲା। କିନ୍ତୁ ତାଙ୍କ ପାର୍ଟନର ତାଙ୍କୁ ନିଜ ଧର୍ମ ବାବଦରେ ଭଲ କଥା ବତାଉଥିଲେ ଓ ଚାହୁଁଥିଲେ କି, ସେ ଏହାକୁ ବୁଝି ଏହାକୁ ସ୍ୱୀକାର କରିନିଅନ୍ତୁ। ଯେଉଁଥିଲାଗି ସେ ପ୍ରସ୍ତୁତ ନଥିଲେ। ସେତିକିବେଳେ ତାଙ୍କ ମନକୁ ଆସିଥିଲା ଯେ, ସେ ନିଜ ଭଗବାନଙ୍କୁ ଧୋକା ଦେଉଛନ୍ତି। ତାଙ୍କୁ ଗୋଟିଏ ପ୍ରଶ୍ନ ବିଚଳିତ କରୁଥିଲା। ସେ ମଲା ପରେ ତାଙ୍କୁ ଜଳାଯିବ ନା ପୋତାଯିବ। ଅଭିନେତ୍ରୀଙ୍କ ଏହି ବୟାନ ପରେ ଖୁବ ବବାଲ ସୃଷ୍ଟି ହୋଇଛି। ଆସିମଙ୍କୁ ବେଶ୍ ସମାଲୋଚନା କରାଯାଇଥିଲା। ହେଲେ ଆସିମ ଚୁପ୍ ବସିନାହାନ୍ତି। ଆଉ ଓ୍ୱାଟସଆପ୍ ଚାଟ୍ ଦେଖାଇ ଏହାର ଉତ୍ତର ରଖିଛନ୍ତି। ଆସିମ ଏକ୍ସ ପୋଷ୍ଟରେ ଦାବି କରିଛନ୍ତି ଯେ, ବ୍ରେକଅପର ପ୍ରାୟ ୩ ମାସ ପରେ ମାର୍ଚ୍ଚରେ ହିମାଂଶୀ ତାଙ୍କୁ ପୁଣି ଥରେ ସମ୍ପର୍କରେ ଫେରିବାକୁ ମେସେଜ କରିଥିଲେ। ଆସିମ କହିଛନ୍ତିସ ସେ ଲେଖାର ସ୍କ୍ରିନସଟ୍ ବି ତାଙ୍କ ପାଖରେ ଅଛି। ଆବଶ୍ୟକ ପଡ଼ିଲେ, ତାକୁ ସେ ସାର୍ବଜନୀନ କରିବେ। ଆସିମ ନିଜ ପୋଷ୍ଟରେ ହିଂମାଶୀଙ୍କ ଚେହେରା ଓ ଲୁକ୍ସକୁ ନେଇ ବି ଅନେକ ଆପତ୍ତିଜନକ ଟିପ୍ପଣୀ କରିଛନ୍ତି। ଯଦି ଦୁହିଁଙ୍କ ସମ୍ପର୍କ ଏତେ ଖରାପ ଥିଲା। ଏହାର କାରଣ ତାଙ୍କର ଥାଏରଏଡ୍, ଚିନ୍ତା, ଡିପ୍ରେସନ ଓ ନାକରୁ ରକ୍ତ ବାହାରୁଥିଲା। ଚେହେରା ବୟସ୍କ ଦିଶୁଥିଲା। ବାଳରୁ ଦୁର୍ଗନ୍ଧ ଓ ମୁହଁରେ ଚମକ ନଥିଲା। ତାହେଲେ ୩ ମାସ ପରେ ପୁଣି ଥରେ ତାଙ୍କ ସହ ସମ୍ପର୍କ ରଖିବାକୁ କାହିଁକି ମନବଳାଉଛନ୍ତି ହିଂମାଶୀ। ସେ କେବେ ବି କାହାକୁ ନିଜର ଧର୍ମ ପରିବର୍ତ୍ତନ କରିବକୁ କହିନାହାନ୍ତି। ସେ କେବଳ ନିଜ ଧର୍ମର ଭଲ କଥାକୁ ସେୟାର କରନ୍ତି। ଆଉ ଧର୍ମକୁ ନେଇ କୌଣସି ପ୍ରକାର ଚାପ ପକାଇବାର ପ୍ରଶ୍ନ ଉଠୁନି। ଧର୍ମ ବେଶ୍ ସମ୍ୱେଦନଶୀଳ ମୁଦ୍ଦା ଅଟେ। ଆଉ ଏହାକୁ ନେଇ ତାଙ୍କ ବିରୁଦ୍ଧରେ ଘୃଣା ପ୍ରଚାର କରିବାକୁ ବ୍ୟବହାର କରିବା ଠିକ୍ ହେଉନି। ସେ ହିଂମାଶୀଙ୍କ ଫିଟନେସକୁ ବି ପ୍ରେରିତ କରୁଥିଲେ ବୋଲି ଦାବି କରିଛନ୍ତି। ଆସିମ୍ ପରେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରି କାହାର ନାମ ନନେଇ ଜଣେ ବ୍ୟକ୍ତିଙ୍କୁ “fame digger” ବୋଲି କହିଥିଲେ। ସେହି ବ୍ୟକ୍ତି ଭଲପାଇବା ଅପେକ୍ଷା ନାମ, ଇମେଜ୍ ଓ ଖ୍ୟାତିକୁ ଅଧିକ ଗୁରୁତ୍ୱ ଦେଉଥିବା ଏବଂ ସମ୍ପର୍କକୁ career move ଭାବେ ବ୍ୟବହାର କରିଥିବା ଆସିମ୍ ଇଙ୍ଗିତ କରିଥିଲେ। ଏହାକୁ ଅନେକ ଲୋକ ହିମାଂଶୀଙ୍କୁ ଟାର୍ଗେଟ୍ କରିଥିବା ମନେ କରିଥିଲେ। ଆସିମଙ୍କ ପୋଷ୍ଟ ପରେ ହିଂମାଶୀଙ୍କ ଆସିଛି କ୍ରିପ୍ଟିକ ପୋଷ୍ଟ। କହିଲେ, ସରି। ସେ ଲୋ ମେଣ୍ଟାନାନ୍ସ ବାଲା ଝିଅ ନୁହଁନ୍ତି। ଏଭଳି ହୀନ ପୋଷ୍ଟ ଉପପରେ ସେ କୁହନ୍ତିନି। ଏହା ସହ ଆସିମଙ୍କ ଉପରେ ଲଗାଇଛନ୍ତି ଗମ୍ଭୀର ଆରୋପ। ଲମ୍ୱାଚଉଡ଼ା ପୋଷ୍ଟ କରି ଆପୋଷ ସମ୍ପର୍କକୁ ନେଇ ଅନେକ କଥା କହିଛନ୍ତି। ହିଂମାଶୀ କହିଛନ୍ତି, ଯେବେ ତାଙ୍କର ସ୍ୱାସ୍ଥ୍ୟକୁ ନେଇ ଉପହାସ କରାଯାଉଛି। ଆଉ ତାଙ୍କ ସଂଘର୍ଷକୁ ନେଇ ପ୍ରଶ୍ନ କରାଯାଉଛି। ସେ ଏବେ ଏ ସବୁର ଉତ୍ତର ଖୋଲିଦେବା ଜରୁରୀ ମନେକରନ୍ତି। ଅଲଗା ଅଲଗା ପ୍ରଡକ୍ସନ ହାଉସ ଓ ଚାନେଲ ଆସିମଙ୍କ ଖରାପ ଆଚରଣ ବାବଦରେ ଲୁଚାଇଥିଲେ। ଯଦି ଆସିମ ପ୍ରମାଣ ସହ ଖେଳିବାକୁ ଚାହୁଁଛନ୍ତି। ତାହେଲେ ସ୍ୱଛତାର ସହ ଖେଳିବା ଜାରି ରହୁ। ତଥ୍ୟ, ଦସ୍ତାବିଜ୍ ଓ ପୁରା ସତ ସହ ସେ ବି ଅଛନ୍ତି। ସେ ଆହୁରି କହିଛନ୍ତି ଯେ ଯଦି ତାଙ୍କ ଉପରେ ଅଭିଯୋଗ ଓ ପ୍ରମାଣ ନେଇ ପ୍ରଶ୍ନ ଉଠୁଛି, ତେବେ ସେ CCTV footage ଓ recordings ଭଳି ପ୍ରମାଣ ଦେଖାଇବାକୁ ପ୍ରସ୍ତୁତ। ସେ ସମ୍ପର୍କ ସମୟରେ ନିଜ ସହ ହିଂସା ଘଟିଥିବା ମଧ୍ୟ ଅଭିଯୋଗ କରିଛନ୍ତି। ହିମାଂଶୀ ଓ ଆସିମ୍ Bigg Boss 13 ସମୟରେ ପରସ୍ପର ର ନିକଟତର ହୋଇଥିଲେ। ପ୍ରାୟ ୪ ବର୍ଷର ସମ୍ପର୍କ ପରେ ଡିସେମ୍ୱର ୬, ୨୦୨୩ରେ ସେମାନେ ବିଚ୍ଛେଦ ଘୋଷଣା କରିଥିଲେ। ସେତେବେଳେ ଦୁହେଁ ନିଜ ନିଜ ଭିନ୍ନ ଧାର୍ମିକ ବିଶ୍ୱାସକୁ ବ୍ରେକଅପ୍ର ମୁଖ୍ୟ କାରଣ ଭାବେ ଦର୍ଶାଇଥିଲେ। ୨୦୨୩ରେ ସମ୍ପର୍କ ଶେଷ ହୋଇଥିଲେ ମଧ୍ୟ ୨୦୨୬ରେ ପୁଣି ଏହା ଚର୍ଚ୍ଚାକୁ ଆସିଛି। ହିମାଂଶୀ ନିଜ ଧର୍ମୀୟ ପରିଚୟ ନେଇ ଥିବା ମାନସିକ ଦ୍ୱନ୍ଦ୍ୱ ବିଷୟରେ କହିଥିବାବେଳେ, ଆସିମ୍ ଧର୍ମ ପରିବର୍ତ୍ତନ କରିବାକୁ ସେ କେବେ କହିନଥିବା ଦାବି କରିଛନ୍ତି। ଏବେ ଦୁଇ ପକ୍ଷର ମତାମତକୁ ନେଇ ସୋସିଆଲ୍ ମିଡିଆରେ ତୀବ୍ର ଚର୍ଚ୍ଚା ଚାଲିଛି
