ରକ୍ଷାବନ୍ଧନ ବିଜ୍ଞାପନ ବିବାଦରେ କ୍ରିତି..
ଆଜି କ୍ରିତିଙ୍କ ଏହି ବିଜ୍ଞାପନକୁ ୟୁଟ୍ୟୁବ୍ ସମେତ ସମସ୍ତ ପ୍ଲାଟଫର୍ମରୁ ହଟାଇଦେଇଛି। କମ୍ପାନୀ ସଫେଇ ଦେଇଛି ଯେ, ଭାରତୀୟ ସଂସ୍କୃତି, ପରମ୍ପରା ଓ ପର୍ବପର୍ବାଣୀ ପ୍ରତି ଆମର ମନରେ ସର୍ବୋଚ୍ଚ ସମ୍ମାନ ରହିଛି। ଗୋଟିଏ ବ୍ରାଣ୍ଡ୍ ରୂପରେ ଏହି ଖୁସିର ମୂହୂର୍ତ୍ତକୁ ପାଳନରେ ବିଶ୍ୱାସ କରେ। ଏଥର ପୋଷା କୁକୁର ପ୍ରତି ଥିବା ସ୍ନେହ ସହ ଏହି ଉତ୍ସବକୁ ଆହୁରି ବ୍ୟାପକ କରିବାକୁ ଚିନ୍ତା କରିଥିଲା କମ୍ପାନୀ।

ବିଜ୍ଞାପନ ବିବାଦରେ ଅଭିନେତ୍ରୀ କ୍ରିତି ସାନନ। ରକ୍ଷାବନ୍ଧନ ବିଜ୍ଞାପନରେ ପିନ୍ଧିଥିବା ଡ୍ରେସକୁ ନେଇ ହୋଇଥିଲା ବବାଲ। ବିବାଦ ପରେ ବିଜ୍ଞାପନ ହଟାଇଲା କମ୍ପାନୀ। ସୋସିଆଲ ମିଡିଆରେ ସଫେଇ ଦେବା ସତ୍ତ୍ୱେ ଥମିନଥିଲା ବିବାଦ। ଏକ ପ୍ରଖ୍ୟାତ ଜୁଏଲାରୀ କମ୍ପାନୀ ଦ୍ୱାରା କ୍ରିତିଙ୍କ ରାକ୍ଷୀ ସ୍ପେଶିଆଲ ଆଡ୍ ରେ ଫିଚର କରାଯାଇଥିଲା। ଏହି ବିଜ୍ଞାପନରେ କ୍ରିଚି ଧଳା ରଙ୍ଗର ବ୍ରାଲେଟ୍ ପିନ୍ଧିଥିଲେ। ବିଜ୍ଞାପନରେ ଭାଇ ଓ ଏକ ପାଳିତ କୁକୁରକୁ ସେ ରାକ୍ଷୀ ବାନ୍ଧିଥିଲେ। ହେଲେ ବିଜ୍ଞାପନରେ କ୍ରିତି ପିନ୍ଧିଥିବା ପୋଷାକକୁ ନେଇ ଲୋକେ ଟ୍ରୋଲ କରିଥିଲେ। ସୋସିଆଲ ମିଡିଆରେ ତାଙ୍କର ଭରପୁର ସମାଲୋଚନା କରାଯାଇଥିଲା। ବିବାଦ ଏତେ ବଢ଼ିଗଲା ଯେ, କଙ୍ଗନା ରାଣାଓ୍ୱତଙ୍କ ସମେତ ଅନେକ ସେଲିବ୍ରିଟି ବି ଏହି ବିଜ୍ଞାପନକୁ ଛିଛାକର କରିଥିଲେ। ଆଉ ବିବାଦ ବଡ଼ ଆକାର ନେଉଥିବାରୁ ସଂପୃକ୍ତ କମ୍ପାନୀ ଆଜି କ୍ରିତିଙ୍କ ଏହି ବିଜ୍ଞାପନକୁ ୟୁଟ୍ୟୁବ୍ ସମେତ ସମସ୍ତ ପ୍ଲାଟଫର୍ମରୁ ହଟାଇଦେଇଛି। କମ୍ପାନୀ ସଫେଇ ଦେଇଛି ଯେ, ଭାରତୀୟ ସଂସ୍କୃତି, ପରମ୍ପରା ଓ ପର୍ବପର୍ବାଣୀ ପ୍ରତି ଆମର ମନରେ ସର୍ବୋଚ୍ଚ ସମ୍ମାନ ରହିଛି। ଗୋଟିଏ ବ୍ରାଣ୍ଡ୍ ରୂପରେ ଏହି ଖୁସିର ମୂହୂର୍ତ୍ତକୁ ପାଳନରେ ବିଶ୍ୱାସ କରେ। ଏଥର ପୋଷା କୁକୁର ପ୍ରତି ଥିବା ସ୍ନେହ ସହ ଏହି ଉତ୍ସବକୁ ଆହୁରି ବ୍ୟାପକ କରିବାକୁ ଚିନ୍ତା କରିଥିଲା କମ୍ପାନୀ। ଜୁଏଲାରୀ ବ୍ରାଣ୍ଡର ରକ୍ଷାବନ୍ଧନ ବିଜ୍ଞାପନରେ ବିଜେପି ସାଂସଦ କଙ୍ଗନା କ୍ରିତିଙ୍କୁ ସମାଲୋଚନା କରିଥିଲା ବେଳେ କ୍ରିତିଙ୍କ ସମର୍ଥନରେ ବାହାରିଥିଲେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। କଙ୍ଗନା କ୍ରିତିଙ୍କୁ ଆଉଟଫିଟ୍ ବୋଲି କଟାକ୍ଷ କରିଥିଲେ। ଆଜିର ମହିଳାଙ୍କ ପାଖରେ କକଟେଲ ଡ୍ରେସ୍,ଶାଢୀ, ଜିନ୍ସରୁ ନେଇ ସଲଓ୍ୱାରସୁଟ୍ ଭଳି ଅନେକ ବିକଳ୍ପ ଅଛି। ଏମିତିରେ ଆପଣ ବିକିନି ବା ଅଣ୍ଡରଗାର୍ମେଣ୍ଟସ ଭଳି ପରିଧାନରେ ନିଜ ଭାଇକୁ ରାକ୍ଷୀ ବାନ୍ଧିବେ କି। ଏହି ବିଜ୍ଞାପନ ଜାଣିଶୁଣି ଅସହଜ କଲାଭଳି ଲାଗୁଛି। କାଉଣ୍ଟରରେ ରାହୁଲ କହିଥିଲେ- ମହିଳା କଅଣ ପିନ୍ଧିବେ, କଅଣ କରିବେ ଓ କୁଆଡ଼େ ଯିବେ। ତାହା ତାଙ୍କର ନିଜର ପସନ୍ଦ। ନିଜକୁ ସ୍ୱାଧୀନଚେତା ଭାବି ଚାଲୁଥିବା ମହିଳାଙ୍କୁ ଟ୍ରୋଲ୍ କରିବା ବନ୍ଦ ହେଉ। ଏହା ସହ ରାହୁଲ smash the patriarchy ବା ପିତୃସତ୍ତାକ ସମାପ୍ତ କରିବାର ହାସଟ୍ୟାଗ୍ ବି ବ୍ୟବହାର କରିଥିଲେ। ଶିବସେନା ୟୁବିଟି ସାଂସଦ ସଞ୍ଜୟ ରାଉତ ବି କଙ୍ଗନାଙ୍କୁ ଟାର୍ଗେଟ କରିଥିଲେ। ଆଉ କହିଥିଲେ, ଏଭଳି ବୟାନକୁ ଗମ୍ଭୀରତାର ସହ ନେବା ଜରୁରୀ ନୁହେଁ। ଅସଲ ଜନମୁଦ୍ଦା ଉପରେ କଥାବାର୍ତ୍ତା ଜରୁରୀ।
