ଚାରିଥରର ଚାମ୍ପିଅନ ଜର୍ମାନୀ- ପେନାଲଟି ସୁଟଆଉଟରେ ହାରି ବିଶ୍ୱକପରୁ ବିଦା
ଅନୁଭବୀ ଗୋଲକିପର ମାନୁଆଲ ନୋୟର ଗୋଲପୋଷ୍ଟ ଜଗି ଜର୍ମାନୀର ଆଶାକୁ ବଞ୍ଚାଇ ରଖିଥିଲେ। କିନ୍ତୁ ଶେଷରେ ପାରାଗୁଏ ନିଜର ତୃତୀୟ ନିର୍ଣ୍ଣାୟକ ମଉକାର ଫାଏଦା ଉଠାଇ ଅନ୍ତିମ-୧୬ରେ ନିଜର ଜାଗା ପକ୍କା କରିଦେଲା। ୪ଥରର ବିଶ୍ୱ ଚାମ୍ପିଅନ ଜର୍ମାନୀ ରାଉଣ୍ଡ ଅଫ-୩୨ରୁ ବାଧ୍ୟ ହେଲା ଘରକୁ ଫେରିବାକୁ।

ଫିଫା ବିଶ୍ୱକପରେ ଜର୍ମାନୀକୁ ବଡ଼ ଝଟକା। ଫିଫା ବିଶ୍ୱକପ ଇତିହାସରେ ଜର୍ମାନୀ କେବେ ବି ପେନାଲଟି ସୁଟଆଉଟରେ କୌଣସି ମ୍ୟାଚ୍ ହାରିନଥିଲା। ହେଲେ ପାରାଗୁଏ ଚଳିତ ମ୍ୟାଚରେ ଜର୍ମାନୀକୁ ବଡ଼ ଝଟକା ଦେଲା। କେବଳ ପେନାଲଟି ସୁଟଆଉଟରେ ୪-୩ରେ ହରାଇଲାନି। ଏହି ପରାଜୟ ସହ ଜର୍ମାନୀକୁ ବିଶ୍ୱକପରୁ ବାହାରରାସ୍ତା ବି ଦେଖାଇଦେଲା। ମ୍ୟାଚର ନିର୍ଦ୍ଧାରିତ ୯୦ମିନିଟ ଓ ଏକ୍ସଟ୍ରା ଟାଇମ ଯାଏ ଉଭୟଙ୍କ ଗୋଲ ୧-୧ରେ ବରାବର ଥିଲା। ଆଉ ୪ଥରର ବିଶ୍ୱ ଚାମ୍ପିଅନ ଜର୍ମାନୀ ରାଉଣ୍ଡ ଅଫ-୩୨ରୁ ବାଧ୍ୟ ହେଲା ଘରକୁ ଫେରିବାକୁ। ମଙ୍ଗଳବାର ବୋଷ୍ଟନ ଷ୍ଟାଡିୟମରେ ଖେଳାଯାଇଥିଲା ଏହି ମ୍ୟାଚ୍। ଏଥର ଜର୍ମାନୀ ଟିମ୍ ଶେଷ ସମୟ ଯାଏ ସଂଘର୍ଷ କରିଥିଲା। ଅନୁଭବୀ ଗୋଲକିପର ମାନୁଆଲ ନୋୟର ଗୋଲପୋଷ୍ଟ ଜଗି ଜର୍ମାନୀର ଆଶାକୁ ବଞ୍ଚାଇ ରଖିଥିଲେ। କିନ୍ତୁ ଶେଷରେ ପାରାଗୁଏ ନିଜର ତୃତୀୟ ନିର୍ଣ୍ଣାୟକ ମଉକାର ଫାଏଦା ଉଠାଇ ଅନ୍ତିମ-୧୬ରେ ନିଜର ଜାଗା ପକ୍କା କରିଦେଲା। ମ୍ୟାଚର ୪୨ ମିନିଟରେ ଜୁଲିୟୋ ଏନସିନୋ ଗୋଲ୍ କରି ପାରାଗୁଏକୁ ୧-୦ରେ ଆଗୁଆ କରିଥିଲେ। ଦ୍ୱିତୀୟ ହାଫରେ ଫ୍ଲୋରିୟନ ଭିଣ୍ଟେଜଙ୍କ କ୍ରସରେ କାଇ ହେଭେଣ୍ଟେଜ୍ ହେଡରରେ ଗୋଲ କରି ସ୍କୋରକୁ ୧-୧ କରିଦେଲେ। ଏହା ପରେ ଜୋନାଥନ ବି ହେଡରେ ଗୋଲ୍ କରିଲେ। କିନ୍ତୁ ଏହି ଗୋଲକୁ ଅମାନ୍ୟ କରିଦେଲେ ରେଫରି। ଆଉ ମ୍ୟାଚ୍ ଶେଷ ଯାଏ କୌଣସି ଗୋଲ୍ ହୋଇପାରିଲାନି। ସେଥିଲାଗି ପେନାଲଟି ସୁଟଆଉଟରେ ଫୈସଲା ହୋଇଥିଲା। ସୁଟଆଉଟର ଆରମ୍ଭ କରିଥିଲା ଜର୍ମାନୀ। କିନ୍ତୁ କାଇ ହେଭେଣ୍ଟେଜଙ୍କ ପ୍ରଥମ ପେନାଲଟି ଆଟାକକୁ ପାରାଗୁଏର ଗୋଲକିପର ରୋକିବାକୁ ସକ୍ଷମ ହେଲେ। ତେବେ ପାରାଗୁଏ ପାଇଁ ନିର୍ଣ୍ଣାୟକ ଗୋଲ୍ କରିଥିଲେ ଜୋସେ କନାଲେ।
