BOUDH GANJA SEIZURE ; ରେଳଫାଟକ ନିକଟରୁ ଗଞ୍ଜେଇ ଜବତ କରିଛି ବୌଦ୍ଧ ପୋଲିସ
ବୌଦ୍ଧ ପୋଲିସ ୩୧୮କେଜି ଗଞ୍ଜେଇ ହରିଆଣା ନମ୍ବର ଥିବା ଏକ କଣ୍ଟେନରକୁ ସରସରା ରେଳ ଫାଟକ ନିକଟରୁ ଜବତ କରିଛି |

ହରଭଙ୍ଗା ବ୍ଲକ୍ ବୌଦ୍ଧ ଥାନା ସରସରା ରେଳ ଫାଟକ ନିକଟରୁ ବୌଦ୍ଧ ପୋଲିସ ଦ୍ବାରା ଗତ ରାତିରୁ ଅଟକ ରଖା ଯାଇଥିବା କଣ୍ଟେନରରୁ ୩୧୮କେଜି ଗଞ୍ଜେଇ ଜବତ କରିଛି ବୌଦ୍ଧ ପୋଲିସ l ଗତକାଲି ବିଳମ୍ବିତ ରାତି 3ଟା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବୌଦ୍ଧ ପୋଲିସ ହରିଆଣା ନମ୍ବର ଥିବା ଏକ କଣ୍ଟେନରକୁ ସରସରା ରେଳ ଫାଟକ ନିକଟରେ ଅଟକ ରଖିଥିଲା l ଆଜି ମାଜିଷ୍ଟ୍ରେଟ୍ ତଥା ହରଭଙ୍ଗା ଅତିରିକ୍ତ ତହସିଲଦାର ସନ୍ଦୀପ ଧଳଙ୍କ ଉପସ୍ଥିତିରେ କଣ୍ଟେନରକୁ ଯାଞ୍ଚ କରାଯାଇଥିଲା | ଜବତ ଗଞ୍ଜେଇକୁ ଓଜନ କରାଯିବାପରେ ଏହାର ପରିମାଣ ୩୧୮କେଜି ବୋଲି ନିଶ୍ଚିତ କରାଯାଇଥିଲା | ଉକ୍ତ କଣ୍ଟେନର ଚାଳକ ଓ ହେଲପରଙ୍କୁ ପୋଲିସ୍ ଗିରଫ କରି ବୌଦ୍ଧ ଥାନାରେ NDPS ଆକ୍ଟରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ସୂଚନା ମିଳିଛି | ଏହି ଚାଲାଣର ସୌରଶ ଏବଂ କେଉଁ ସ୍ଥାନକୁ ଯିବାର ଥିଲା , ତାହା ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରହିଛି | ଗଞ୍ଜେଇ ଜବତ ସମୟରେ ମାଜିଷ୍ଟ୍ରେଟଙ୍କ ସହିତ ସବ୍ ଇନ୍ସପେକ୍ଟର ଯଶୋବନ୍ତ କନ୍ହର୍, ସବ୍ ଇନ୍ସପେକ୍ଟର ବିଶ୍ୱାମିତ୍ର ଲୋଇ, ଏଏସଆଇ ମଦନ ମୋହନ ପ୍ରଧାନଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ |
