ଦିଲ୍ଲୀ ଲଜ୍ଜା- ଚଳନ୍ତା ସ୍ଲିପର ବସରେ ଗଣଦୁଷ୍କର୍ମ!
ଡ୍ରାଇଭର କୁଲଦୀପ ଓ କଣ୍ଡକ୍ଟର ସନ୍ଦୀପ ତାଙ୍କୁ ବସରେ ଯିବାକୁ କହିଥିଲେ। ଆଉ ଏହାର ସୁଯୋଗ ନେଇ ତାଙ୍କୁ ଦୁଷ୍କର୍ମ କରିଥିଲେ। କାଶ୍ମିରୀଗେଟ୍ ପାଖରେ ବସ୍ ରଖି ଦୁହେଁ ପାଶବିକ ଅତ୍ୟାଚାର କରିଥିଲେ। ମୈନପୁରୀର ୧୬ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ପ୍ରାୟ ୪୭ କିଲୋମିଟର ବସରେ ପରଦା ଟାଣି କୁକର୍ମ କରିଥିଲେ।

ବସ ଭିତରେ ଗଣଦୁଷ୍କର୍ମ। ୧୬ ବର୍ଷୀୟା ଯୁବତୀକୁ ଯେଉଁ ବସରେ ଗଣଦୁଷ୍କର୍ମ ହୋଇଛି, ସେ ବସକୁ ସିଜ୍ କରିଛି ପୁଲିସ। ବସକୁ ଫରେନସିକ୍ ପରୀକ୍ଷା ଲାଗି ପଠାଯାଇଛି। ଅଗଷ୍ଟ ୪ ରାତିରେ ଏ ଘଟଣା ଘଟିଥିଲା। ନୋଏଡ଼ାରେ ଥିବା ସମ୍ପର୍କୀୟଙ୍କୁ ଭେଟିବାକୁ ୟୁପିରୁ ବାହାରିଥିଲେ ଯୁବତୀ। ହେଲେ ପ୍ରବଳ ବର୍ଷାରୁ ଜାଣି ନପାରି ପରି ଛକରେ ଓହ୍ଲାଇପଡ଼ିଥିଲେ। ସେତିକିବେଳେ ଓ୍ୱାର୍କସପରୁ ଫେରୁଥିଲା ଏସି ବସ୍। ଆଉ ପୁରା ସ୍ଲିପର ବସରେ କେହି ଯାତ୍ରୀ ନଥିଲେ। ଡ୍ରାଇଭର କୁଲଦୀପ ଓ କଣ୍ଡକ୍ଟର ସନ୍ଦୀପ ତାଙ୍କୁ ବସରେ ଯିବାକୁ କହିଥିଲେ। ଆଉ ଏହାର ସୁଯୋଗ ନେଇ ତାଙ୍କୁ ଦୁଷ୍କର୍ମ କରିଥିଲେ। କାଶ୍ମିରୀଗେଟ୍ ପାଖରେ ବସ୍ ରଖି ଦୁହେଁ ପାଶବିକ ଅତ୍ୟାଚାର କରିଥିଲେ। ମୈନପୁରୀର ୧୬ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ପ୍ରାୟ ୪୭ କିଲୋମିଟର ବସରେ ପରଦା ଟାଣି କୁକର୍ମ କରିଥିଲେ। ଗଣଦୁଷ୍କର୍ମ କରି ପୀଡ଼ିତାଙ୍କୁ ଆଇଏସବିଟି ବସ୍ ଷ୍ଟାଣ୍ଡ ପାଖ ରିଂରୋଡରେ ଛାଡ଼ି ପଳାଇଥିଲେ। ସେହି ରାତିରେ ହିଁ ପୀଡ଼ିତା ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ତ୍ୱରିତ କାର୍ଯାନୁଷ୍ଠାନସ୍ୱରୂପ ରିଂରୋଡର ସିସିଟିଭି ଫୁଟେଜ୍ ତନାଘନା କରି ପୀଡ଼ିତାଙ୍କୁ ସବୁ ଫୁଟେଜ୍ ଦେଖାଇଥିଲା। ଆଉ ବସ ଚିହ୍ନଟ କରି ତୁରନ୍ତ ଡ୍ରାଇଭର ଓ କଣ୍ଡକ୍ଟରକୁ ଗିରଫ କରିଥିଲା। ଦୁଇ ଅଭିଯୁକ୍ତ ବସ୍ ଭିତରେ ଥିଲେ। ଯେଉଁ ବସରେ ଗଣଦୁଷ୍କର୍ମ ହୋଇଥିଲା, ତାହା ମାସେ ହେଲା ସୁରଜପୁର ଓ୍ୱାର୍କସପରେ ମରାମତି ଲାଗି ଛିଡ଼ା ହୋଇଥିଲା। ବସ ରିପାରିଂ ପରେ ଡ୍ରାଇଭର ଓ କଣ୍ଡକ୍ଟର ଖାଲି ବସ ନେଇ ତିମାରପୁର ଯାଉଥିଲେ। ନୀଳ ରଙ୍ଗର ବସରେ ୟୁପି ନମ୍ୱର। ଗ୍ରେଟର ନୋଏଡାର କଶ୍ମୀରି ଗେଟ୍ ଯାଏ ଗଣଦୁଷ୍କର୍ମର କାହାଣୀ ଆଉ ଏକ ନିର୍ଭୟା କାଣ୍ଡର ପୁନରାବୃତ୍ତି କରିଛି। ପୀଡ଼ିତା ରାଗିକି ନିଜ ଭାଇ ପାଖକୁ ନୋଏଡା ସେକ୍ଟର ୬୩କୁ ଯାଉଥିଲେ।
