Kuldiha Raid: କୁଳଡିହା ଅଭୟାରଣ୍ୟରେ ବନ ବିଭାଗର ଚଢ଼ାଉ
କୁଳଡିହା ଅଭୟାରଣ୍ୟରେ ବନ ବିଭାଗର ବଡ଼ ଚଢ଼ାଉ। ସିଆଡିମାଳ, ବାବନ୍ଧ ଓ କୁଦୁମଶୂଳ ଅଞ୍ଚଳରୁ ୬ ଜଣ ଶିକାରୀ ଗିରଫ ହେବା ସହ ୮ଟି ବନ୍ଧୁକ ଜବତ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
S
By Swarna Prava GiriPublished: Oct 10, 2026, 07:28 PM •1 min read •2 Views
ବାଲେଶ୍ୱର ଜିଲ୍ଲାର କୁଳଡିହା ଅଭୟାରଣ୍ୟରେ ଶିକାରୀଙ୍କ ବିରୋଧରେ ବନ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ। ଚଢ଼ାଉ ସମୟରେ ୬ ଜଣ ଶିକାରୀ ଧରାପଡ଼ିଥିବା ବେଳେ ୮ଟି ବନ୍ଧୁକ ଜବତ କରାଯାଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ସୂଚନା ଅନୁଯାୟୀ, କୁଳଡିହା ଅଭୟାରଣ୍ୟର ସିଆଡିମାଳ, ବାବନ୍ଧ ଏବଂ କୁଦୁମଶୂଳ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ସମୟରେ ୬ ଜଣ ଶିକାରୀଙ୍କୁ ଧରିବା ସହ ୮ଟି ବନ୍ଧୁକ ଜବତ କରାଯାଇଛି।କୁଳଡିହା ଅଭୟାରଣ୍ୟ ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁଙ୍କ ବାସସ୍ଥଳୀ ହୋଇଥିବାରୁ ଏଠାରେ ଶିକାରୀଙ୍କ ଗତିବିଧି ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ତେବେ ଜବତ ବନ୍ଧୁକଗୁଡ଼ିକ କେଉଁ ଉଦ୍ଦେଶ୍ୟରେ ରଖାଯାଇଥିଲା ଏବଂ ଅଭିଯୁକ୍ତମାନେ କେଉଁ ବନ୍ୟଜନ୍ତୁଙ୍କୁ ଶିକାର କରିବାକୁ ଯୋଜନା କରୁଥିଲେ, ସେନେଇ ଅଧିକ ତଥ୍ୟ ମିଳିନାହିଁ। ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
Comments0
Leave a Reply
Loading comments...
