Balijatra Incident: କଟକ ବାଲିଯାତ୍ରାରେ ଅଘଟଣ: ରାମଦୋଳିରୁ ଖସି ଯୁବକଙ୍କ ମୃତ୍ୟୁ
କଟକ ବାଲିଯାତ୍ରାରେ ଅଘଟଣ। ରାମଦୋଳିରୁ ଖସିପଡ଼ି ଗୁରୁତର ଆହତ ଯୁବକଙ୍କ SCB ମେଡିକାଲରେ ମୃତ୍ୟୁ। ମୃତକଙ୍କ ପରିଚୟ ଅସ୍ପଷ୍ଟ।
S
By Subhadra DasPublished: Nov 27, 2026, 11:43 AM •1 min read •1 Views
କଟକ: କଟକ ବାଲିଯାତ୍ରାରେ ପୁଣି ଏକ ଅଘଟଣ ଘଟିଥିବା ଅଭିଯୋଗ । ରାମଦୋଳିରୁ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ମେଳା ପରିସରରେ ଚାଞ୍ଚଲ୍ୟ ଖେଳିଯାଇଛି। ସୂଚନା ଅନୁଯାୟୀ, ଯୁବକ ଜଣକ ରାମଦୋଳିରେ ବସିଥିବା ସମୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ସେ ତଳକୁ ଖସିପଡ଼ିଥିଲେ। ତଳେ ପଡ଼ିବା ଫଳରେ ତାଙ୍କ କାନ ଓ ନାକରେ ଗଭୀର ଆଘାତ ଲାଗିଥିଲା ଏବଂ ସେ ଚେତାଶୂନ୍ୟ ହୋଇଯାଇଥିଲେ। ତୁରନ୍ତ ତାଙ୍କୁ ବାଲିଯାତ୍ରା ପରିସରରେ ଥିବା ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା। ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା(SCB)କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ ଜଣାପଡ଼ିନାହିଁ। ଘଟଣାର ପ୍ରକୃତ କାରଣ ଓ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ତଦନ୍ତ ଜାରି ରହିଛି।
S
Subhadra DasContent Writer
Comments0
Leave a Reply
Loading comments...
