BSF Fake Certificate:ଜାଲି ସାର୍ଟିଫିକେଟରେ ବିଏସଏଫରେ ଚାକିରୀ- ୪ଶହ ବରଖାସ୍ତ!
ପୁଣି ଥରେ ଚାକିରୀରେ ରଖିବାକୁ ପୂର୍ବ ପାରାମିଲିଟାରି ଜବାନର ଏକ ସଂଗଠନ ସରକାରଙ୍କୁ ଅନୁରୋଧ କରିଛି। ଏ ଜବାନ ମାନେ ୨୦୨୩-୨୪ରେ କେନ୍ଦ୍ର ସରକାରଙ୍କ ରୋଜଗାର ମେଳା ଜରିଆରେ ଫୋର୍ସରେ ସାମିଲ ହୋଇଥିଲେ। ରୋଷେୟା, ପାଣି ଆଣିବା ଓ ଓ୍ୱେଟର ଭାବେ କନଷ୍ଟେବଳ ଚାକିରୀ ଆରମ୍ଭ କରିବା ବେଳେ ସମସ୍ତଙ୍କଠୁ ନାସନାଲ ସ୍କିଲ କ୍ୱାଲିଫିକେସନ ଫ୍ରେମଓ୍ୱର୍କ ସାର୍ଟିଫିକେଟ ମଗାଯାଇଥିଲା।

ଜାଲି ପ୍ରମାଣପତ୍ର ବଳରେ ବିଏସଏଫରେ ଚାକିରୀ କରିଥିବା ୪ଶହ କର୍ମଚାରୀଙ୍କୁ ଛଟେଇ କରିଦିଆଯାଇଥଛି। ଏମାନେ ବିଶେଷ କରି ରୋଷେଇ କରିବା ଓ ପାଣି ଆଣିବା କାମରେ ନିୟୋଜିତ ଥିଲେ। ନକଲି ଦକ୍ଷତା ପ୍ରମାଣପତ୍ର ଦାଖଲ କରି ଚାକିରୀ କରିବା କଥା ଧରା ପଡ଼ିବା ପରେ ଏମାନଙ୍କୁ ବାହାର କରିଦିଆଯାଇଥିଲା। ଏଭଳି ପ୍ରାୟ ୪ଶହ ଜବାନଙ୍କୁ ଛଟେଇ କରିଦିଆଯାଇଥିଲା। ଏ ୪ଶହ କର୍ମଚାରୀଙ୍କୁ ପୁଣି ଥରେ ଚାକିରୀରେ ରଖିବାକୁ ପୂର୍ବ ପାରାମିଲିଟାରି ଜବାନର ଏକ ସଂଗଠନ ସରକାରଙ୍କୁ ଅନୁରୋଧ କରିଛି। ଏ ଜବାନ ମାନେ ୨୦୨୩-୨୪ରେ କେନ୍ଦ୍ର ସରକାରଙ୍କ ରୋଜଗାର ମେଳା ଜରିଆରେ ଫୋର୍ସରେ ସାମିଲ ହୋଇଥିଲେ। ରୋଷେୟା, ପାଣି ଆଣିବା ଓ ଓ୍ୱେଟର ଭାବେ କନଷ୍ଟେବଳ ଚାକିରୀ ଆରମ୍ଭ କରିବା ବେଳେ ସମସ୍ତଙ୍କଠୁ ନାସନାଲ ସ୍କିଲ କ୍ୱାଲିଫିକେସନ ଫ୍ରେମଓ୍ୱର୍କ ସାର୍ଟିଫିକେଟ ମଗାଯାଇଥିଲା। ହେଲେ ଯାଞ୍ଚରେ ସେମାନେ ଦାଖଲ କରିଥିବା ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିଥିଲା। ଆଲାଏନ୍ସ ଅଫ ଅଲ ଏକ୍ସ- ପାରାମିଲିଟାରି ଫୋର୍ସ ଓ୍ୱେଲଫେୟାର ଆସୋସିଏସନ ପ୍ରେସମିଟ୍ କରି ଦାବି କରିଛି ଯେ, ବିନା କୌଣସି କାରଣଦର୍ଶାଅ ନୋଟିସରେ ଏ କର୍ମଚାରୀଙ୍କୁ ବାହାର କରିଦିଆଯାଇଥିଲା।
