Excise Raid: ଖଇରାରେ ଅବକାରୀ ବିଭାଗର ଚଢ଼ାଉ: ୬୫ ଲିଟର ଦେଶୀ ମଦ ଜବତ, ୩ ଗିରଫ
ଖଇରା ଅଞ୍ଚଳର ୩ଟି ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ। ୬୫ ଲିଟର ଦେଶୀ ମଦ ଜବତ ସହ ୩ ଜଣ ଗିରଫ, ୩ଟି ମାମଲା ରୁଜୁ।
N
By Namita PattanaikPublished: Sep 10, 2026, 07:12 PM •1 min read •13 Views
ବାଲେଶ୍ୱର: ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ପକ୍ଷରୁ ଚୋରା ଦେଶୀ ମଦ କାରବାର ବିରୋଧରେ ଚଢ଼ାଉ କରାଯାଇଛି। ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍ ବର୍ତ୍ତନା ବଜାର, ପାତ୍ରଖୁଣ୍ଟା ଓ କେନ୍ଦୁଭଦଳୀ ଗ୍ରାମରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ମୋଟ ୬୫ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୧୫ ହଜାର ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଏହି ଘଟଣାରେ ବର୍ତ୍ତନା ଗ୍ରାମର ରାଜେନ୍ଦ୍ର ଦାସ, ପାତ୍ରଖୁଣ୍ଟା ଗ୍ରାମର ସାବିତ୍ରୀ ପାତ୍ର ଏବଂ କେନ୍ଦୁଭଦଳୀ ଗ୍ରାମର ଗୋଲାପ ଦାସଙ୍କୁ ଗିରଫ କରାଯାଇଛି। ପରେ ତିନିଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଚଢ଼ାଉରେ ଖଇରା ଅବକାରୀ ଥାନାର ସହ-ଉପନିରୀକ୍ଷକ ଦୀପିକା ପରିଡ଼ା, କନେଷ୍ଟବଳ ଦେବାଶିଷ ମଲ୍ଲିକଙ୍କ ସମେତ ଅନ୍ୟ ଷ୍ଟାଫ୍ ସାମିଲ ଥିଲେ। ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୩ଟି ମାମଲା ରୁଜୁ କରାଯାଇଛି।
N
Namita PattanaikSr. Producer, Naxatra News
Comments0
Leave a Reply
Loading comments...
