Bhadrakali:ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ
ବିଭିନ୍ନ ଦିବ୍ୟ ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ। ପଞ୍ଚମ ଦିନରେ ଜଗଦ୍ଧାତ୍ରୀ ବେଶରେ ମା’ଙ୍କ ଦର୍ଶନ ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବାବେଳେ, ଚାଲିଛି ଗୀତାପାଠ, ଚଣ୍ଡୀପାଠ ଓ ମହାଯଜ୍ଞ।
P
By Priti Chhanda BeheraPublished: Nov 12, 2026, 09:29 PM •1 min read •3 Views

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ଚାଲିଛି ମହାପୂଜା ଉତ୍ସବ। ଅମାବାସ୍ୟା ତିଥିଠାରୁ ମା’ଙ୍କୁ ସପ୍ତମାତୃକା ବେଶରେ ପୂଜାର୍ଚ୍ଚନା କରାଯାଉଥିବାବେଳେ, ଆଜି ପଞ୍ଚମ ଦିବସରେ ମା’ ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଇଛନ୍ତି। ଜଗତର କଲ୍ୟାଣ ପାଇଁ ମା’ ଏହି ଦିବ୍ୟ ରୂପ ଧାରଣ କରି ଦଣ୍ଡାୟମାନ ହୋଇଛନ୍ତି।ଧାର୍ମିକ ବିଶ୍ୱାସ ଅନୁଯାୟୀ, ମା’ଙ୍କ ଜଗଦ୍ଧାତ୍ରୀ ବେଶ ଦର୍ଶନ କଲେ ସମସ୍ତ ଐହିକ ଦୁଃଖ ଓ ବାଧା ଦୂର ହେବା ସହ ମନସ୍କାମନା ପୂରଣ ହୋଇଥାଏ। ଏହି ବିଶ୍ୱାସକୁ ନେଇ ମା’ଙ୍କ ଦର୍ଶନ ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି।ମହାପୂଜା ଅବସରରେ ମା’ଙ୍କୁ ବିଭିନ୍ନ ରୂପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ଏଥିସହ ପୀଠରେ ଗୀତାପାଠ, ମହାଯଜ୍ଞ ଓ ଚଣ୍ଡୀପାଠ ଭଳି ଧାର୍ମିକ କାର୍ଯ୍ୟକ୍ରମ ଚାଲିଛି। ଭକ୍ତିମୟ ପରିବେଶ ମଧ୍ୟରେ ମା’ଙ୍କ ଦିବ୍ୟ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ପୀଠକୁ ଆସୁଛନ୍ତି।
Comments0
Leave a Reply
Loading comments...
