Naga Chaturthi: ପବିତ୍ର କାର୍ତ୍ତିକ ମାସରେ ନାଗ ଚତୁର୍ଥୀ ପାଳିତ
ରାୟଗଡ଼ା ଜିଲ୍ଲା ପଦ୍ମପୁରରେ ପବିତ୍ର କାର୍ତ୍ତିକ ମାସର ନାଗ ଚତୁର୍ଥୀ ପାଳିତ। ପରିବାର ଓ ପିଲାମାନଙ୍କ ମଙ୍ଗଳ କାମନା କରି ସାପ ବିଳ ନିକଟରେ ପୂଜା କଲେ ମହିଳାମାନେ।
S
By Subhadra DasPublished: Nov 13, 2026, 12:23 PM •1 min read •10 Views
ପଦ୍ମପୁର: ପବିତ୍ର କାର୍ତ୍ତିକ ମାସର ନାଗ ଚତୁର୍ଥୀ ଅବସରରେ ରାୟଗଡ଼ା ଜିଲ୍ଲା ପଦ୍ମପୁର ଅଞ୍ଚଳରେ ଭକ୍ତି ଓ ଶ୍ରଦ୍ଧାର ସହ ପୂଜାର୍ଚ୍ଚନା କରିଛନ୍ତି ମହିଳାମାନେ। ସକାଳୁ ସକାଳୁ ମାନସିକଧାରୀ ମହିଳାମାନେ ନିଜ ପରିବାର ତଥା ପିଲାମାନଙ୍କ ସୁଖ, ଶାନ୍ତି ଓ ମଙ୍ଗଳ କାମନା କରି ସାପ ବିଳ ନିକଟରେ ନାଗ ଦେବତାଙ୍କୁ ପୂଜା କରିଥିଲେ। ପରମ୍ପରା ଅନୁଯାୟୀ, ସାପ ଗାତ ନିକଟରେ ପଞ୍ଚମୁରୁଜରେ ସୁନ୍ଦର ଝୋଟି ଆଙ୍କି ଦୀପ, ଧୂପ ଓ ନୈବେଦ୍ୟ ଅର୍ପଣ କରିବା ସହ କ୍ଷୀର ଓ ଅଣ୍ଡା ରଖି ପୂଜାର୍ଚ୍ଚନା କରିଥିଲେ ମହିଳାମାନେ। ଲୋକବିଶ୍ୱାସ ଅନୁଯାୟୀ, ନାଗ ଦେବତାଙ୍କୁ ଶ୍ରଦ୍ଧା ଓ ଭକ୍ତିର ସହ ପୂଜା କଲେ ପୁଣ୍ୟ ଲାଭ ହେବା ସହ ପରିବାରର ମଙ୍ଗଳ ହୋଇଥାଏ। ଏହି ପାରମ୍ପରିକ ରୀତିନୀତି ଓ ଆଧ୍ୟାତ୍ମିକ ଭାବନା ସହ ପଦ୍ମପୁର ଅଞ୍ଚଳରେ ପାଳିତ ହୋଇଛି ନାଗ ଚତୁର୍ଥୀ ପର୍ବ।
S
Subhadra DasContent Writer
Comments0
Leave a Reply
Loading comments...
