ଅଳିଆ ଜାଗାରେ ତହସିଲଦାରଙ୍କୁ ଫସାଇଦେଲେ ଆରଆଇ!
ଯେହେତୁ କ୍ରେତାଙ୍କ ଭିତରେ ପୂର୍ବତନ ତହସିଲଦାର ଓ ଏବେକାର ଆରଆଇ ଅଛନ୍ତି। ସେଥିଲାଗି ଏମାନେ ଯେ ସଂପୃକ୍ତ ଜାଗାରେ ବିବାଦ ବା ମାଲିମକଦ୍ଦମା ଚାଲିଛି। ଜାଣିନଥିବେ ବୋଲି ବିଶ୍ୱାସ ହୁଏନା। ବିଶେଷକରି ଦେଖିବାକୁ ଗଲେ ଦୁହେଁ ରାଜସ୍ୱ ଓ ଜମି କିଣାବିକା ନିୟମରେ ବେଶ୍ ପ୍ରବୀଣ, ଅଭିଜ୍ଞ ଓ ପାରଙ୍ଗମ।ଯଦି ଜାଗା ବିବାଦୀୟ। ତାହେଲେ କ୍ଲିନ୍ ହେଲା କେମିତି। ଭଲ ଜାଗା ଖୋଜିବା ଚକ୍କରରେ ଅଳିଆ ଓ ବିବାଦୀୟ ଜାଗାରେ କେମିତି ତହସିଲଦାର ବାବୁଙ୍କୁ ନେଇ ପୁରାଇଦେଲେ ଆରଆଇ ମହାଶୟ। ଏ ପୁରା ପ୍ରକରଣରେ ଖଣ୍ଡଗିରି ସବ-ରେଜିଷ୍ଟ୍ରାର ଅଫିସର କିଛି କରିତକର୍ମା କର୍ମଚାରୀଙ୍କ ହାତ ରହିଥିବା ସନ୍ଦେହ

କିଏ ଜାଣିଶୁଣି ବିବାଦୀୟ ଜାଗା କିଣେ କି। ଅଦାଲତଙ୍କ ଅଙ୍କୁଶ ସତ୍ତ୍ୱେ ବେଖାତିର କରି ଆଗକୁ ମାଡ଼ିଯାଏ କି। ଜାଗା କିଣାବିକାରେ ଅଦାଲତି ଅଙ୍କୁଶ ଥିବା କଥା ସବରେଜିଷ୍ଟ୍ରାର ଅଫିସ ଜାଣି ବି କେମିତି ହେଲା ରେଜିଷ୍ଟ୍ରେସନ। ଜାଗା କିଣାବିକା ଏତେ ରକେଟ ବେଗରେ ହେଲା ଯେ, ଆଗରୁ କେବେ ଦେଖିବାକୁ ମିଳିନଥିଲା। ଅଦାଲତ ଜାଗା ଉପରେ ସ୍ଥିତାବସ୍ଥା ବଜାୟ ରଖିଛନ୍ତି। ଜୁଲାଇ ୩୧ ଯାଏ ଏହା ବଳବତ୍ତର ରହିଛି। ତା ସତ୍ତ୍ୱେ ସବରେଜିଷ୍ଟ୍ରାର ଅଫିସରୁ କିଣାବିକାର ବ୍ଲକ୍ କେମିତି ଉଠିଗଲା ଆଉ କିଏ ଉଠାଇଲା। ଜାଗା କିଣାର ୭ ଦିନ ଭିତରେ ପଟ୍ଟା ବି ତୟାର ହୋଇଗଲା। ଭଗବାନପୁର ପାତ୍ରପଡ଼ା ମୌଜାରେ ଥିବା ଏକ ମୂଲ୍ୟବାନ ପ୍ଲଟ କିଣାବିକାରେ ଏମିତି କାରସାଦି ସାମ୍ନାକୁ ଆସିଛି। ଜାଗା କିଣିଥିବା ୮ ଜଣଙ୍କ ଭିତରେ ଭୁବନେଶ୍ୱରର ପୂର୍ବତନ ତହସିଲଦାର, ଏବେକାର ଆରଆଇଙ୍କ ସମ୍ପର୍କୀୟ ବି ଅଛନ୍ତି। ଯେହେତୁ କ୍ରେତାଙ୍କ ଭିତରେ ପୂର୍ବତନ ତହସିଲଦାର ଓ ଏବେକାର ଆରଆଇ ଅଛନ୍ତି। ସେଥିଲାଗି ଏମାନେ ଯେ ସଂପୃକ୍ତ ଜାଗାରେ ବିବାଦ ବା ମାଲିମକଦ୍ଦମା ଚାଲିଛି। ଜାଣିନଥିବେ ବୋଲି ବିଶ୍ୱାସ ହୁଏନା। ବିଶେଷକରି ଦେଖିବାକୁ ଗଲେ ଦୁହେଁ ରାଜସ୍ୱ ଓ ଜମି କିଣାବିକା ନିୟମରେ ବେଶ୍ ପ୍ରବୀଣ, ଅଭିଜ୍ଞ ଓ ପାରଙ୍ଗମ। ତହସିଲଦାର କି ଆରଆଇ ହେଲେ ବୋଲି ସେମାନେ କଅଣ ଜାଗା କିଣିପାରିବେନି କି। ନିଶ୍ଚୟ କିଣିବେ। ଜାଗା କିଣିବାକୁ ସମସ୍ତଙ୍କର ଅଧିକାର ଅଛି। ହେଲେ ଏ ଜାଗାରେ ଏତେ ବିବାଦ ଅଛି। ଏ କଥା ଜାଣି କେମିତି ଅଜଣା ହେବାର ଅଭିନୟ କଲେ ରାଜସ୍ୱ ଅଧିକାରୀ। ଅଦାଲତଙ୍କ ଷ୍ଟାଟସ-କୋ ସତ୍ତ୍ୱେ କେମିତି ଏ ଜାଗାକୁ କିଣିଲେ। ସାଧାରଣ ଲୋକଟିଏ ଜାଗା ରେଜିଷ୍ଟ୍ରେସନ ବେଳେ କେତେ ଆଇନ। ସବରେଜିଷ୍ଟ୍ରାର ଅଫିସ ପୁରା ଜିରାରୁ ଶିରା କାଢ଼େ। ଏହା ବି ହେବା କଥା। ହେଲେ ଖଣ୍ଡଗିରି ସବରେଜିଷ୍ଟ୍ରାର ଏ କ୍ଷେତ୍ରରେ ଆଖି ବୁଜିଦେଲେ କି। ଯେହେତୁ କ୍ରେତା ଭୁବନେଶ୍ୱରର ପୂର୍ବତନ ତହସିଲଦାର। ଆଉ ଜାଗା କିଣାବେଳେ ଇସି ଯେହେତୁ ଆବେଦନ କରିଥିଲେ ଆରଆଇ। ସେଥିଲାଗି ବୋଧହୁଏ ଏତେ ପରଖିବାକୁ ହାତ ଯାଇନଥିବ। ହେଲେ ଜାଗାରେ ଏତେ ଯେ କେଁ, ଦେଖିଲେ ଯେକେହି ତାଜୁବ୍ ହୋଇଯିବ। ପଟା ପାଇଁ ସାଧାରଣ ଲୋକଙ୍କୁ ଅତି କମରେ ୨ମାସ ଲାଗୁଛି। ଏ ଜାଗାର ପଟା ମାତ୍ର ୭ ଦିନରେ କେମିତି ହୋଇଗଲା। ହଁ ଏହା ବି ସମ୍ଭବ। ଯେହେତୁ ପୂର୍ବତନ ତହସିଲଦାର। ଏବେକାର ତହସିଲଦାର ତାଙ୍କ ପରେ ଦାୟିତ୍ୱ ସମ୍ଭାଳିଥିବାରୁ ଏହାକୁ ତୁରନ୍ତ କରିଦେଇଥିବେ। ଏଥିରେ କୌଣସି ଅସଙ୍ଗତି ବି ନାହିଁ। କେବଳ ମନକୁ ଆସେ, ଏମିତି ଅନ୍ୟ ଲୋକଙ୍କ ପଟ୍ଟା ୭ ଦିନରେ ହୋଇପାରୁଛି ତ। ସବୁଠୁ ବଡ଼କଥା ହେଲା। ପାରିବାରିକ ବିବାଦରୁ ଅଦାଲତି ଲଢ଼େଇ ଯାଏ ପେଶି ହେଉଥିବା ଏ ଜାଗାକୁ କ୍ରେତାଙ୍କୁ ଜୁଟାଇଥିଲେ ପାତ୍ରପଡା ଆରଆଇ। ତହସିଲଦାର ବାବୁ ବି ସବୁ କୁଆଡ଼େ ଛାନଭିନ କରି ଜାଗା କ୍ଲିନ୍ ଅଛି ବୋଲି ହୃଦବୋଧ ପରେ କିଣିଲେ। ଏଠି ପ୍ରଶ୍ନ। ଯଦି ଜାଗା କ୍ଲିନ୍ । ତାହେଲେ ଜାଗାରେ କୌଣସି ବିବାଦ ନଥିବ। ଆଉ ଯଦି ଜାଗା ବିବାଦୀୟ। ତାହେଲେ କ୍ଲିନ୍ ହେଲା କେମିତି। ଭଲ ଜାଗା ଖୋଜିବା ଚକ୍କରରେ ଅଳିଆ ଓ ବିବାଦୀୟ ଜାଗାରେ କେମିତି ତହସିଲଦାର ବାବୁଙ୍କୁ ନେଇ ପୁରାଇଦେଲେ ଆରଆଇ ମହାଶୟ। ଏ ପୁରା ପ୍ରକରଣରେ ଖଣ୍ଡଗିରି ସବ-ରେଜିଷ୍ଟ୍ରାର ଅଫିସର କିଛି କରିତକର୍ମା କର୍ମଚାରୀଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି। ଖଣ୍ଡଗିରି ସବ-ରେଜିଷ୍ଟ୍ରାରଙ୍କୁ ଅନ୍ଧାରରେ ରଖାଯାଇନି ତ। କାରଣ ଜମି ପଞ୍ଜୀକରଣ ବେଳେ କିଣାବିକା ନେଇ ଲାଗିଥିବା ବ୍ଲକ୍ ବାବଦରେ କିଛି କର୍ମଚାରୀଙ୍କୁ ଭଲ ଭାବରେ ଜଣା ଅଛି। ୫ ମାସ ହେଲା ଏ ଜାଗା କିଣାବିକା ଉପରେ ପ୍ରତିବନ୍ଧକ ଲଗାଇବାକୁ ଆବେଦନପତ୍ରକୁ ଗ୍ରହଣ କରିଛି ସବ-ରେଜିଷ୍ଟ୍ରାର ଅଫିସ। ରିସିଭ କରିଛି ଆଉ ଅଫିସର ସିଲ୍ ଓ ଷ୍ଟାମ୍ପ ବି ଲଗାଇଛି। ଯେତେବେଳେ ବିକ୍ରେତାଙ୍କ ଏ ବିବାଦୀୟ ଜାଗା ପଞ୍ଜୀକରଣ ହେବାକୁ ଗଲା, ସେତେବେଳେ ସବରେଜିଷ୍ଟ୍ରାରଙ୍କୁ କାହିଁକି କେହି କିଛି ଜଣାଇଲେନି। ବ୍ଲକ୍ ଅଛି କି ନାହିଁ। ଯଦି ନାହିଁ, ଉଠାଇଲା କିଏ। ଯଦି ଅଛି, କାହିଁକି ଅଛି। ଏ ବାବଦରେ କହିଲେନି କାହିଁକି। ଯଦିବା କେହି କହିଥିବେ, ଖଣ୍ଡଗିରି ସବରେଜିଷ୍ଟ୍ରାର ଏହାକୁ ଗୁରୁତ୍ୱ ଦେଲେନି କି। ଏମିତି ତମାମ ପ୍ରଶ୍ନ ଆନ୍ଦୋଳିତ କରୁଛି ଏ ମାମଲାରେ। ହୁଏତ ଖଣ୍ଡଗିରି ସବ-ରେଜିଷ୍ଟ୍ରାରଙ୍କୁ ଅନ୍ଧାରରେ ରଖି ଅନ୍ୟମାନେ ଏସବୁ କାରସାଦିରେ ହାତ ମିଳାଇଥିବେ। ମେ ୧୯ରେ ରେଜିଷ୍ଟ୍ରେସନ ହୋଇଗଲା ଜାଗା। ଜାଗାର ପଟ୍ଟା ବି ହୋଇଗଲା। ହେଲେ ଅଡ଼ୁଆ ଯେ ତୁଟିନି ଏ କଥା ଜାଣିଛନ୍ତି କି ନାହିଁ କ୍ରେତା। କାରଣ ଅଳିଆ ଜାଗା କିଣି କେମିତି ଲୋକେ ଫସୁଛନ୍ତି। ଆଉ ଜୀବନର ସବୁ ପୁଞ୍ଜି ଖଟାଇ ଶେଷରେ ନିଃସ୍ୱ ହୋଇଯାଆନ୍ତି। ଏହାର ଅନେକ ଉଦାହରଣ ରହିଛି। ଅଦାଲତର ଚକ୍କର କାଟିବା ସହ ତହସିଲ ଓ ସବରେଜିଷ୍ଟ୍ରାର ଅଫିସ ସହ ବିକ୍ରେତାଙ୍କ ଘରକୁ ଦୌଡ଼ିବା ସାର ହୁଏ। ଯଦି ସାଧାରଣ ଲୋକଟିଏ ଏଭଳି ବିବାଦୀୟ ଜାଗା କିଣିଥାଆନ୍ତା, ସେ କଅଣ ନିଶ୍ଚିତରେ ବସିପାରିଥାଆନ୍ତା କି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବି ଜମି କିଣାବିକାରେ ସ୍ୱଛତା ରଖିବା ସକାଶେ ଅନେକ ସଂସ୍କାର ଆଣିଛନ୍ତି। ସବରେଜିଷ୍ଟ୍ରାର ଅଫିସ ବି ନିଜେ ଧନ୍ଦି ହେବା ଭୟରେ ଉଭୟ କ୍ରେତା ଓ ବିକ୍ରେତାଙ୍କୁ ସମପରିମାଣରେ ଦାୟୀ କରିବାର ବାଟ ଖୋଲିଛି। ଆଉ ସେହି ନିୟମରେ ରେଜିଷ୍ଟ୍ରେସନ କରୁଛି। ଜମିର ନକ୍ସାରୁ ନେଇ ଉତ୍ତରାଧିକାରୀ ବିବାଦ ଯାଏ, ଯେକୌଣସି ତ୍ରୁଟି ହେଲେ ଉଭୟ କ୍ରେତା ଓ ବିକ୍ରେତା ଦାୟୀ ବୋଲି ଉଭୟଙ୍କ ଦସ୍ତଖତ ରଖୁଛି। ଏ ମାମଲାରେ ଯଦି କେଉଁଠି ଅସଙ୍ଗତି ଦେଖିବ ଅଫିସ। ତାହେଲେ ନିୟମ ମୁତାବକ ଉଭୟ କ୍ରେତା ଓ ବିକ୍ରେତାଙ୍କୁ ନୋଟିସ କରିବ କି। କେହି ଖଣ୍ଡଗିରି ସବରେଜିଷ୍ଟ୍ରାର ବା ଭୁବନେଶ୍ୱର ତହସିଲଦାରଙ୍କୁ ଏବେ ଅଭିଯୋଗ କଲେ, ତାକୁ କେମିତି ନ୍ୟାୟ ମିଳିବ। ପଞ୍ଜୀକରଣରୁ ନେଇ ପଟ୍ଟା ଯାଏ। ରଦ୍ଦ ହେବ କି। ଯେଉଁ ହାତକାଟି ପଞ୍ଜୀକରଣ କରାଗଲା। ଯେଉଁ ହାତରେ ରକେଟ ବେଗରେ ପଟ୍ଟା ହୋଇଗଲା। ସେମାନେ ଦାୟୀ ନା ଜାଣିଶୁଣି ପଦପଦବୀର ଗୁରୁତ୍ୱ ଦେଖାଇ କାମ କରାଇନେଇଥିବା ରାଜସ୍ୱ ଅଧିକାରୀ ଦାୟୀ। ଏ ପୁରା ପ୍ରକରଣର ଚିଠା ଖୋଲିବ ନକ୍ଷତ୍ର ନ୍ୟୁଜ୍..।
