Big Twist in Crusher Case : ନୁନୁଝରଣ କ୍ରସର ମାମଲାରେ ନୂଆ ଟ୍ୱିଷ୍ଟ
କ୍ରସର କବ୍ଜା ଅଭିଯୋଗରେ EOWର ମାରାଥନ୍ ରେଡ୍! ରାଜା ଚକ୍ର ଓ ସହଯୋଗୀଙ୍କ ଘରେ ଚଢ଼ାଉ, ଜବତ ହେବ କି ବଡ଼ ବଡ଼ ଦସ୍ତାବିଜ୍? ଏବେ ତଦନ୍ତରେ ଖୋଲିବ ଅନେକ ରହସ୍ୟ |
S
By Swarna Prava GiriPublished: Nov 4, 2026, 02:45 PM •1 min read •5 Views

ନୁନୁଝରଣ କ୍ରସର ମାମଲାକୁ ନେଇ ପୁଣି ଆକ୍ସନ ମୋଡ୍ରେ EOW | ରାଜା ଚକ୍ର ଓ ତାଙ୍କ ସହଯୋଗୀ ସଦାଶିବ ସାମଲଙ୍କ କେନ୍ଦୁଝର ସହରସ୍ଥିତ ଘରେ ଆଜି ସକାଳୁ ଏକକାଳୀନ ଚଢ଼ାଉ ଜାରି ରହିଛି | EOWର ଦୁଇଟି ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।ସୂଚନା ଅନୁଯାୟୀ, କେନ୍ଦୁଝରର ନୁନୁଝରଣଠାରେ ଥିବା ଏକ କ୍ରସରକୁ ରାଜା ଚକ୍ର ଓ ତାଙ୍କ ସହଯୋଗୀ ଜୋରଜବରଦସ୍ତି କବ୍ଜା କରିଥିବା ଅଭିଯୋଗ ହୋଇଥିଲା | ଏଥିସହ କ୍ରସରର ପ୍ରକୃତ ମାଲିକଙ୍କୁ ଟଙ୍କା ନଦେଇ ନିଜ ନାମରେ କାରବାର କରୁଥିବା ନେଇ EOWରେ ମାମଲା ରୁଜୁ ହୋଇଥିଲା | ଏହି ମାମଲାର ତଦନ୍ତ କ୍ରମରେ କିଛିଦିନ ପୂର୍ବରୁ EOW ପକ୍ଷରୁ ସମ୍ପୃକ୍ତ କ୍ରସରରେ ଚଢ଼ାଉ କରାଯାଇଥିଲା | ଆଉ ଏବେ ମାମଲାର ତଦନ୍ତକୁ ଆଗକୁ ବଢ଼ାଇ ଉଭୟଙ୍କ ଘରେ ଚଢ଼ାଉ କରିଛି ତଦନ୍ତକାରୀ ସଂସ୍ଥା | ତେବେ ଏହି ଚଢ଼ାଉ ସମୟରେ କେଉଁ କେଉଁ ତଥ୍ୟ ଓ ଦସ୍ତାବିଜ୍ ଜବତ ହେଉଛି, ତାହା ଉପରେ ନଜର ରହିଛି |
Comments0
Leave a Reply
Loading comments...
