ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କଲେ ମିଳିବ ୧୦ ମିଲିୟନ ଡଲାର ପୁରସ୍କାର! ଇରାକର ଇସଲାମିକ ପ୍ରତିରୋଧ ସଂଗଠନ ପକ୍ଷରୁ ବଡ଼ ଘୋଷଣା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଏକ ବଡ଼ ପୁରସ୍କାର ରାଶି ଘୋଷଣା କରିଛି ଇରାକର ଇସଲାମିକ ପ୍ରତିରୋଧ ସଂଗଠନ (Islamic Resistance in Iraq) । ଟ୍ରମ୍ପଙ୍କୁ ହତ୍ୟା କଲେ ୧୦ ମିଲିୟନ ଆମେରିକୀୟ ଡଲାର

ବାଗଦାଦ/ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଏକ ବଡ଼ ପୁରସ୍କାର ରାଶି ଘୋଷଣା କରିଛି ଇରାକର ଇସଲାମିକ ପ୍ରତିରୋଧ ସଂଗଠନ (Islamic Resistance in Iraq) । ଟ୍ରମ୍ପଙ୍କୁ ହତ୍ୟା କଲେ ୧୦ ମିଲିୟନ ଆମେରିକୀୟ ଡଲାର (ପ୍ରାୟ ୮୩ କୋଟିରୁ ଅଧିକ ଟଙ୍କା) ପୁରସ୍କାର ଦିଆଯିବ ବୋଲି ଏହି ସଂଗଠନ ଘୋଷଣା କରିଛି। ୨୦୨୦ ମସିହାରେ ଆମେରିକାର ଏକ ଡ୍ରୋନ ଆକ୍ରମଣରେ ଇରାନର କମାଣ୍ଡର ମେଜର ଜେନେରାଲ କାସେମ ସୁଲେମାନି ଏବଂ ଇରାକର ଆବୁ ମହଦୀ ଅଲ-ମୁହନ୍ଦିସ ପ୍ରାଣ ହରାଇଥିଲେ। ଟ୍ରମ୍ପଙ୍କ ସିଧାସଳଖ ନିର୍ଦ୍ଦେଶରେ ଏହି ଅପରେସନ ହୋଇଥିବାରୁ, ଏହାର ପ୍ରତିଶୋଧ ନେବା ପାଇଁ ଏହି ବାଉଣ୍ଟି (Bounty) ବା ପୁରସ୍କାର ରାଶି ଘୋଷଣା କରାଯାଇଛି। ସଂଗଠନର ସଦସ୍ୟ ଏବଂ ସମର୍ଥକଙ୍କ ଦାନ ମାଧ୍ୟମରେ ଏହି ଅର୍ଥ ସଂଗ୍ରହ କରାଯାଇଛି ବୋଲି ସୂଚନା ମିଳିଛି। ଅନ୍ୟପଟେ ଏହି ଘୋଷଣା ମଧ୍ୟରେ ଇରାକର ଏରବିଲ୍ ସହରରେ ଥିବା ଆମେରିକା ଦୂତାବାସ ନିକଟରେ ୮ଟି ବିସ୍ଫୋରକ ଭର୍ତ୍ତି ଡ୍ରୋନକୁ ଆମେରିକା ସେନା ଗୁଳି କରି ନଷ୍ଟ କରିଦେଇଛି। ଏହି ଘଟଣା ପରେ ସେଠାରେ ଉତ୍ତେଜନା ଆହୁରି ବଢ଼ିଯାଇଛି।
