କୁକୁର ବଞ୍ଚେଇଲା ମହିଳାଙ୍କ ଜୀବନ |
ଯୁବକ ଜଣକ ମହିଳାଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ | ମହିଳା ସାହାଯ୍ୟ ପାଇଁ ଚିତ୍କାର କରିଥିଲେ ,ସାହାଯ୍ୟ ପାଇଁ ମଣିଷ ବଦଳରେ ନୀରିହ କୁକୁର ମହିଳାର ଚିତ୍କାର ଶୁଣିଥିଲେ |

ଟ୍ୱିଟରରେ ଭାଇରାଲ୍ ହେଉଛି ଏହି ଭିଡିଓ | ଲାଗୁଛି ଯେପରି ଭଗବାନ ନିଜର ଦୂତ ପଠେଇଛନ୍ତି ଯୁବତୀଙ୍କୁ ବଞ୍ଚାଇବା ପାଇଁ | ଘଟଣାଟି ତାମିଲନାଡୁର କୋୟମ୍ଭଟୁର ଥିବା ଥୁଡିଆଲୁର NGGO କଲୋନୀ -ଅଶୋକାପୁରମ ଅଞ୍ଚଳରେ ଥିବା ଓଭୋରବ୍ରିଜ ପାଖରେ ମଧ୍ୟରାତ୍ରି ୨ଟା ସମୟରେ ହୋଇଥିଲା | ଜଣେ ବ୍ୟକ୍ତି ନିଶାଗ୍ରସ୍ତ ହୋଇ ବ୍ୟକ୍ତିଜଣକ ଉପରେ କୁକୁରମାନେ ଭୁକିବାରୁ ପାଖରେ ଥିବା ମହିଳାଙ୍କୁ କୁକୁରମାନେ ତାଙ୍କର ବୋଲି ପଚରିଥିଲେ | କୁକୁରମାନଙ୍କୁ ଘଉଡାଇବା ପାଇଁ ସେ ତାଙ୍କ ଉପରେ ପଥର ପକେଇଥିଲେ କିନ୍ତୁ କୁକୁରମାନେ ସମ୍ପୂର୍ଣ ଭାବେ ସେଠାରୁ ଯାଇନଥିଲେ | ଏହାପରେ ଯୁବକ ଜଣକ ମହିଳାଙ୍କ ସହ କଥିତ ଭାବେ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ | ମହିଳା ସାହାଯ୍ୟ ପାଇଁ ଚିତ୍କାର କରିଥିଲେ | ସେହି ସମୟରେ କୁକୁରମାନେ ଆକ୍ରମକ ଭାବରେ ଯୁବକ ଜଣକ ଗୋଡଟିକୁ କାମୁଡି ପକାଇ ମହିଳା ଠାରୁ ଦୂରକୁ ଟାଣି ଆଣିବା ପରେ ବାରମ୍ବାର ଭୋକିବାକୁ ଲାଗିଥିଲେ | ଏହାପରେ ଯୁବକଜଣକ ସେଠାରୁ ଦୌଡ଼ି ପଳାଇବାକୁ ଲାଗିଲେ , କୁକୁର ତାଙ୍କର ବହୁତ ଦୂର ପଯ୍ୟନ୍ତ ପିଛା କଲେ , ଯାହା ଫଳରେ ତାଙ୍କର ଉଦ୍ୟମ ବିଫଳ ହୋଇଗଲା | ଏହି ଘଟଣା ପାଖରେ ଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା | ଯାହାକୁ ପୋଲିସ ଅନ୍ୟ କୌଣସି କେସ ତଦନ୍ତ ସମୟରେ ଏହି ଘଟଣାଟିକୁ ଦେଖିଥିଲେ | ଫୁଟେଜର ଆଧାରରେ ଅଭିଯୁକ୍ତଙ୍କ ପରିଚୟ ଜଣାପଡିଥିଲା ଓ ତାଙ୍କୁ ଧାରା ଯାଇଥିଲା | ରିପୋର୍ଟ ଅନୁଯାୟୀ ଅଭିଯୁକ୍ତଜଣକ ନାବାଳକ ଥିବା ଯୋଗୁ ତାକୁ Observation Home କୁ ପଠାଯାଇଥିଲା | ଟ୍ୱିଟରରେ ଭାଇରାଲ୍ହେଉଥିବା ଏହି ଭିଡିଓରେ ବହୁତ ସାରା ଲୋକେ କମେଣ୍ଟ କରି କହିଛନ୍ତି " ସାହାଯ୍ୟ ପାଇଁ ମଣିଷ ବଦଳରେ ନୀରିହ କୁକୁର ମହିଳାର ଚିତ୍କାର ଶୁଣିଥିଲେ | "
