ବିବାହିତା ମହିଳାଙ୍କୁ ପ୍ରେମ କରି ଯୁଵକଙ୍କ ଆତ୍ମହତ୍ଯା
ଘର ଭିତରୁ ଯୁଵକଙ୍କ ମୃତଦେହ ଉଦ୍ଧାର । ପ୍ରେମ ଵ୍ଯାପରକୁ ନେଇ ଆତ୍ମହତ୍ଯା କରିଥିଵା ନେଇ ଅଭିଯୋଗ ଆଣିଲେ ପରିଵାର ଲୋକେ । କାମାକ୍ଷାନଗର କେନ୍ଦୁପଶି ଗାଁର ବିବାହିତା ମହିଳାଙ୍କୁ ପ୍ରେମ କରି ଆତ୍ମହତ୍ୟା କଲେ ଯୁବକ।
S
By Subhadra DasPublished: Jul 18, 2026, 01:05 PM •1 min read •6 Views
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ କେନ୍ଦୁପଶି ଗାଁର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ମହାବିରୋଡ଼ ଥାନା କୁଟୁରିଆ ଗାଁର ଜିତୁ ପଧାନ ବୋଲି ଜଣାପଡ଼ିଛି। ପରିବାର ଲୋକଙ୍କ କହିବା ଅନୁଯାୟୀ, ଜିତୁଙ୍କ ମୃତଦେହ ଘର ଭିତରେ ବେକରେ ଲୁଗା ଲାଗିଥିବା ଅବସ୍ଥାରେ ମିଳିଥିଲା। ଜିତୁ ପ୍ରେମ ଜନିତ କାରଣରୁ ଆତ୍ମହତ୍ୟା କରିଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି । ସେମାନଙ୍କ କହିବା ଅନୁସାରେ, ଜିତୁ ଆଲୁଅଝରଣ ଗାଁର ଜଣେ ବିବାହିତା ମହିଳାଙ୍କ ସହ ସମ୍ପର୍କରେ ଥିଲେ ଏବଂ ଗତ ଦୁଇ ମାସ ଧରି ଉଭୟ କେନ୍ଦୁପଶି ଗାଁରେ ରହୁଥିଲେ। ଗତକାଲି ମହିଳାଙ୍କ ସ୍ୱାମୀ ତାଙ୍କୁ ନେଇଯିବା ପରେ ଜିତୁ ମାନସିକ ଚାପରେ ଥିଵା ସହ ଆତ୍ମହତ୍ଯା କରିଥିଵା ନେଇ ପରିବାର ଲୋକେ କହିଛନ୍ତି। ସୂଚନା ଅନୁଯାଯୀ, ଜିତୁ କେନ୍ଦୁପଶି ଗାଁରେ ରହି ଗାଈ ଚରାଇବା କାମ କରୁଥିଲେ। ସେପଟେ, ଖବର ପାଇ କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।
S
Subhadra DasContent Writer
Comments0
Leave a Reply
Loading comments...
