Delhi Rape & Murder:ଦିଲ୍ଲୀରେ ଲଜ୍ଜା- ଅଟୋ ଭିତରେ ଗଣଦୁଷ୍କର୍ମ ଓ ହତ୍ୟା
ଅପରାଧସ୍ଥଳ ଓ ଆଖପାଖ ରାସ୍ତାର ପ୍ରାୟ ୫୦ରୁ ଅଧିକ କ୍ୟାମେରାର ଯାଞ୍ଚ ହୋଇଥିଲା। ଅନ୍ଧାର କାରଣରୁ ଅଟୋର ନମ୍ୱରର ସ୍ପଷ୍ଟତା ଆସିପାରିନଥିଲା। ଏହା ପରେ ସିସିଟିଭି ଲୋକେସନରୁ ଗାଡ଼ିକୁ ଟ୍ରାକ୍ କରି ଏହାର ରୁଟ୍ ଖୋଜିଥିଲା। ୧୫ ଓ ୧୬ ତାରିଖ ରାତି ତମାମ ତଲାସି ଅଭିଯାନ କରିଥିଲା। ଏହା ପରେ ଅଟୋକୁ ସ୍ୱରୂପ ନଗରରେ ଠାବ କରିଥିଲା।

୧୬ ବର୍ଷର ଝିଅକୁ ଅଟୋରେ ଦୁଷ୍କର୍ମ। ଏହା ପରେ ୮ ଥର ଛୁରୀରେ ଭୁଷି ହତ୍ୟା କଲେ ଦୁର୍ବୃତ୍ତ। ଦିଲ୍ଲୀରେ ନାବାଳିକା ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣାକୁ ନେଇ ହଇଚଇ ଖେଳିଯାଇଛି। ପୁଲିସ ୩ ନାବାଳକ ସମେତ ୪ଜଣଙ୍କୁ ଗିରଫ କରିଛି। ଅଟୋରେ ଯାଉଥିବା ନାବାଳିକା ସହ ସହଯାତ୍ରୀ ଭାବେ ଏମାନେ ଯାତ୍ରା କରୁଥିଲେ। ଏମାନଙ୍କ ମଧ୍ୟରୁ ୩ ଜଣ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଆଉ ଚତୁର୍ଥ ସନ୍ଦିଗ୍ଧ କହିଛି, ସେ ଦୁଷ୍କର୍ମ କରିନି। କିନ୍ତୁ ହତ୍ୟାରେ ସାମିଲ ଥିଲା। ସେପ୍ଟେମ୍ୱର ୧୨ ତାରିଖର ଘଟଣା। ସକାଳୁ ସକାଳୁ କୁଶକ ରୋଡ ପାଖରେ ଥିବା ଏକ ଖୋଲା ମୈଦାନରେ ଶବ ପଡ଼ିଥିବା ଖବର ପାଇଥିଲା ପୁଲିସ। ନାବାଳିକାଙ୍କ ପରିଚୟ ଆରମ୍ଭରୁ ଜଣାପଡ଼ିନଥିଲା। କୌଣସି ପ୍ରତ୍ୟକ୍ଷା ସାକ୍ଷୀ ନଥିବାରୁ ସନ୍ଦିଗ୍ଧଙ୍କୁ ଚିହ୍ନଟ ହୋଇପାରିନଥିଲା। ସେଥିଲାଗି ଆଖପାଖ ଏରିଆରେ ସିସିଟିଭି ଫୁଟେଜକୁ ଖୋଳତାଡ଼ କରିଥିଲା ପୁଲିସ। ଅପରାଧସ୍ଥଳ ଓ ଆଖପାଖ ରାସ୍ତାର ପ୍ରାୟ ୫୦ରୁ ଅଧିକ କ୍ୟାମେରାର ଯାଞ୍ଚ ହୋଇଥିଲା। ଅନ୍ଧାର କାରଣରୁ ଅଟୋର ନମ୍ୱରର ସ୍ପଷ୍ଟତା ଆସିପାରିନଥିଲା। ଏହା ପରେ ସିସିଟିଭି ଲୋକେସନରୁ ଗାଡ଼ିକୁ ଟ୍ରାକ୍ କରି ଏହାର ରୁଟ୍ ଖୋଜିଥିଲା। ୧୫ ଓ ୧୬ ତାରିଖ ରାତି ତମାମ ତଲାସି ଅଭିଯାନ କରିଥିଲା। ଏହା ପରେ ଅଟୋକୁ ସ୍ୱରୂପ ନଗରରେ ଠାବ କରିଥିଲା। ପୁଲିସ ଡ୍ରାଇଭରକୁ ଜେରା ପରେ ସମସ୍ତ ସନ୍ଦିଗ୍ଧ ଧରାପଡ଼ିଥିଲେ। ସେପ୍ଟେମ୍ୱର ୧୨ ରାତିରେ ଜଣେ ସାଙ୍ଗକୁ ଭେଟିବାକୁ ଯାଇଥିଲେ ନାବାଳିକା। ସେ ସାଙ୍ଗ ଆଉ ଜଣେ ସାଙ୍ଗକୁ ଡାକିଥିଲା। ଏହା ପରେ ସାମାନ ଢଙ୍କାଯାଉଥିବା ଡାଲା ଅଟୋରେ ସେମାନେ ବାହାରିଲେ। ସନ୍ଦିଗ୍ଧ ମଦ ପିଇଥିଲେ। ଆଉ ଅଟୋ ଭିତରେ ଯୌନଶୋଷଣ ଆରମ୍ଭ କରିଦେଲେ। ଜବରଦସ୍ତି କରିବାରୁ ଝିଅ ପ୍ରତିବାଦ କଲା ଓ ପୁଲିସକୁ କାଳେ ଜଣାଇଦେବା ଭାବି ସେମାନେ ଛୁରୀରେ ଭୁଷି ହତ୍ୟା କରିଦେଲେ।
