ସିଜେପି ପ୍ରୋଟେଷ୍ଟରେ ଥିଲେ ୨୮୭୩ ହତ୍ୟା-ଦୁଷ୍କର୍ମ ଅଭିଯୁକ୍ତ!
ପ୍ରାୟ ୩ କିଲୋମିଟର ଯାଏ ଜମିଥିଲେ ଲୋକେ। ପୁଲିସ ମାତ୍ର ୫ହଜାର ଥିଲେ। ଆନ୍ଦୋଳନକାରୀଙ୍କ ଉପରେ କୌଣସି ଅତ୍ୟଧିକ ବଳପ୍ରୟୋଗ ବା ମାତ୍ରାଧିକ ବଳପ୍ରୟୋଗ କରାଯାଇନି। ଯେବେ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଗଲା, ବାଧ୍ୟ ହୋଇ ଆନ୍ଦୋଳନକାରୀ ଓ ପୁଲିସ ଭିତରେ ସଂଘର୍ଷର ସ୍ଥିତି ଉତ୍ପନ୍ନ ହୋଇଥିଲା।ସିଜେପି ପ୍ରୋଟେଷ୍ଟ ଭିତରେ ଥିଲେ ୨୮୭୩ ହତ୍ୟା-ଦୁଷ୍କର୍ମ ଅଭିଯୁକ୍ତ> ବିନା ଗମ୍ଭୀର ଅପରାଧିକ ରେକର୍ଡରେ କୌଣସି ବଳପୂର୍ବକ ଆକ୍ସନକୁ ନା କହିଲେ ସିଜେଆଇ।

ଜନ୍ତରମନ୍ତରରେ ପୁଲିସର ବର୍ବରତା- ଆସିଲା ସୁପ୍ରିମ ରାୟ। ଉଚ୍ଚସ୍ତରୀୟ କମିଟି ଘୋଷଣା କଲେ ସୁପ୍ରିମକୋର୍ଟ। ନିରପେକ୍ଷ ତଦନ୍ତ ଲାଗି ପୂର୍ବତନ ବିଚାରପତି ଓ ପୂର୍ବତନ ଡିଜିପିଙ୍କୁ ନେଇ ହେବ କମିଟି । ବିନା ଗମ୍ଭୀର ଅପରାଧିକ ରେକର୍ଡରେ କୌଣସି ବଳପୂର୍ବକ ଆକ୍ସନକୁ ନା କହିଲେ ସିଜେଆଇ। ସଲିସିଟର ଜେନେରାଲ କହିଲେ, ୨ଶହରୁ ଉର୍ଦ୍ଧ୍ୱ ପୁଲିସ କର୍ମୀ ଗୁରୁତର ଆହତ ହୋଇଥିଲେ। ପୀଡ଼ିତଙ୍କ ସହ କୋର୍ଟ ଅଛି। ସଭ୍ୟ ସମାଜରେ କେମିତି ଏହା ଘଟୁଛି କହି କ୍ଷୋଭ ଝାଡ଼ିଲେ ସିଜେଆଇ। ଦିଲ୍ଲୀ ପୁଲିସ କହିଲା, ଆନ୍ଦୋଳନକାରୀଙ୍କ ଭିତରେ ହିଷ୍ଟ୍ରିସିଟର ବା ଅଭ୍ୟାସଗତ ଅପରାଧୀ ବି ପଶିଥିଲେ। ପୁଲିସ ସତ୍ୟପାଠ ଜରିଆରେ ଦର୍ଶାଇଛି ଯେ, ଆନ୍ଦୋଳନରେ ୩୦ହଜାରରୁ ଅଧିକ ପ୍ରଦର୍ଶନକାରୀ ଥିଲେ। ପ୍ରାୟ ୩ କିଲୋମିଟର ଯାଏ ଜମିଥିଲେ ଲୋକେ। ପୁଲିସ ମାତ୍ର ୫ହଜାର ଥିଲେ। ଆନ୍ଦୋଳନକାରୀଙ୍କ ଉପରେ କୌଣସି ଅତ୍ୟଧିକ ବଳପ୍ରୟୋଗ ବା ମାତ୍ରାଧିକ ବଳପ୍ରୟୋଗ କରାଯାଇନି। ଯେବେ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଗଲା, ବାଧ୍ୟ ହୋଇ ଆନ୍ଦୋଳନକାରୀ ଓ ପୁଲିସ ଭିତରେ ସଂଘର୍ଷର ସ୍ଥିତି ଉତ୍ପନ୍ନ ହୋଇଥିଲା। ସତ୍ୟପାଠ ଅନୁସାରେ, ଏଥିରେ ୨୪୦ରୁ ଅଧିକ ପୁଲିସକର୍ମୀ ଓ ପ୍ରାୟ ୨ଶହ ସାଧାରଣ ଲୋକ ଆନ୍ଦୋଳନକାରୀଙ୍କ ଭିତରେ ଫସିଗଲେ। ଆଉ ସମସ୍ତଙ୍କୁ ଗମ୍ଭୀର ଆଘାତ ଲାଗିଛି। ଏପରିକି ଆନ୍ଦୋଳନକାରୀଙ୍କୁ ସଂସଦ ଯାଏ ପଦଯାତ୍ରା କରିବାକୁ କୌଣସି ଅନୁମତି ଦିଆଯାଇନଥିଲା। ସେଥିଲାଗି ପୁଲିସ ଦର୍ଶାଇଛି, ସଂସଦ ଆଡ଼କୁ ବଢ଼ିବା ଆଇନବିରୋଧୀ ଥିଲା। ଆଉ ସେହି ସମୟରେ ଆନ୍ଦୋଳନକାରୀଙ୍କ ଅବୈଧ ଭିଡ଼ ଜମିଥିଲା। ପୁଲିସ ସେତେବେଳେ ଆକ୍ସନକୁ ଓହ୍ଲାଇଥିଲା, ଯେତେବେଳେ ବ୍ୟାରିକେଡ୍ ପାର୍ କରି ହିଂସ୍ରିକ ଗତିବିଧି ଆରମ୍ଭ କରିଦେଇଥିଲେ ଆନ୍ଦୋଳନକାରୀ। ସିଜେପି ପ୍ରୋଟେଷ୍ଟ ଭିତରେ ଥିଲେ ୨୮୭୩ ହତ୍ୟା-ଦୁଷ୍କର୍ମ ଅଭିଯୁକ୍ତ। ଅର୍ଥାତ୍ ୨୮୭୩ ଭିତରେ ହତ୍ୟା, ଦୁଷ୍କର୍ମ, ପୋକ୍ସୋ, ଲୁଟ୍, ଡକାୟତି ମାମଲାରେ ସଂଶ୍ଲିଷ୍ଟ ଅଭିଯୁକ୍ତ ଅଛନ୍ତି। ପୁଲିସ ନିଜ ସତ୍ୟପାଠରେ ସ୍ପଷ୍ଟ କରିବାକୁ ଚାହିଁଛି ଯେ, ଜୁଲାଇ ୨୦ ଦିଲ୍ଲୀର ଜନ୍ତରମନ୍ତରରେ ହୋଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନ ଅଚାନକ ହୋଇନି କି ବିନା କାରଣରେ ହୋଇନି। ବ୍ୟାରିକେଡ୍ ଭାଙ୍ଗି ସଂସଦ ଆଡ଼କୁ ମୁହାଁଉଥିବା ଭିଡ଼କୁ ସମ୍ଭାଳିବା ଲାଗି ପରିସ୍ଥିତି ଅନୁସାରେ ବଳ ପ୍ରୟୋଗ ହୋଇଥିଲା।ଭିଡ଼ ଏତେ ଉଗ୍ର ଓ ହିଂସ୍ରିକ ହୋଇପଡ଼ିଥିଲା ଯେ, ଭିଡ଼ହିଂସାରେ ପୁଲିସକୁ ଟାର୍ଗେଟ କରାଯାଇଥିଲା। ପଥର, ବାଡ଼ିରେ ଆକ୍ରମଣ କରାଯାଇଥିଲା। ପୁଲିସ ଅଫିସର ପିନ୍ଧିଥିବା ପ୍ରୋଟେକ୍ଟିଭ୍ ଗିଅରକୁ ବି ଟାଣି ଚିରିଦେଲେ। ତଳେ ପକାଇ ସେମାନଙ୍କ ହେଲମେଟ ଛଡ଼ାଇନେଇଥିଲେ। ଛାତ୍ରମାନେ କଦାପି ଏତେ ଉଗ୍ର ହୁଅନ୍ତିନି। ଏହା ସାଧାରଣରେ ଧାରଣା ଥାଏ। ସେମାନଙ୍କ ଭିତରେ ପଶିଥିବା ଅପରାଧୀ ଏ ସବୁ କରିଛନ୍ତି। ସେଥିଲାଗି ମୁକାବିଲା ପାଇଁ ଅନ୍ ଦି ସ୍ପଟ ତୁରନ୍ତ ନିଷ୍ପତ୍ତି ନେବାକୁ ପଡ଼ିଲା। ଓ୍ୱାନ ସାଇଡ ପିକଚର ଓ ଭିଡ଼ିଓ ଦେଖାଇ ପୁଲିସର ବର୍ବରତାର କଥା କହି ଦର୍ଶାଯାଉଛି। ଅଧା ଫଟୋ, ଭିଡ଼ିଓ ଦେଖାଯାଉଛି। ପୁରା ସତ ଓ ଫୁଲ୍ ପିକଚର ଦେଖିଲେ ସ୍ଥିତି କେମିତି ଥିଲା ଜଣାପଡ଼ିବ। ସଂସଦର ସୁରକ୍ଷା କରିବା ପୁଲିସର ପ୍ରାଥମିକ ଦାୟିତ୍ୱ ଥିଲା।
