ODISHA GOVT ACTION: ଦିଲ୍ଲୀ କୋଠା ଭୁଶୁଡ଼ିବା ପରେ ଆକ୍ସନ୍ ମୋଡ୍ ରେ ରାଜ୍ୟ ସରକାର
ଦିଲ୍ଲୀରେ କୋଠା ଭୁଶୁଡ଼ିବା ଘଟଣା ପରେ ରାଜ୍ୟ ସରକାର ତତ୍ପର। ଦୁର୍ବଳ କୋଠା ଉପରେ କଡ଼ା ନଜର, ଭାଙ୍ଗିବାକୁ ନିର୍ଦ୍ଦେଶ: ନଗର ଉନ୍ନୟନ ମନ୍ତ୍ରୀ।
ଭୁବନେଶ୍ୱର: ଦିଲ୍ଲୀରେ କୋଠା ଭୁଶୁଡ଼ିବା ଘଟଣା ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ରାଜ୍ୟର ବିଭିନ୍ନ ସହରରେ ଥିବା ଦୁର୍ବଳ ତଥା ବିପଦସଙ୍କୁଳ କୋଠାଗୁଡ଼ିକ ଉପରେ ନଜର ରଖାଯାଉଛି। ଦୁର୍ବଳ ସରକାରୀ କୋଠାଗୁଡ଼ିକୁ ଭାଙ୍ଗିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ମନ୍ତ୍ରୀ କହିଛନ୍ତି, ସହରଗୁଡ଼ିକରେ ଥିବା ଦୁର୍ବଳ ସରକାରୀ କୋଠାଗୁଡ଼ିକୁ ଚିହ୍ନଟ କରାଯାଇ ଭାଙ୍ଗିବା ପାଇଁ ପଦକ୍ଷେପ ନିଆଯାଉଛି। ଏହାସହ ବେସରକାରୀ ସ୍ତରରେ ଥିବା ଦୁର୍ବଳ କୋଠାଗୁଡ଼ିକୁ ମଧ୍ୟ ଭାଙ୍ଗିବା ପାଇଁ ସମ୍ପୃକ୍ତ ମାଲିକଙ୍କୁ ଚିଠି କରାଯିବ। ବିଶେଷକରି ବିଭିନ୍ନ ସ୍ଥାନରେ ଥିବା ଦୁର୍ବଳ ସ୍କୁଲ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ଭାଙ୍ଗିବା ପାଇଁ ଚିଠି କରାଯାଇସାରିଛି। ସେହିପରି ସହର ଭିତରେ ଥିବା ବିପଦସଙ୍କୁଳ ଓ ଦୁର୍ବଳ କୋଠାଗୁଡ଼ିକୁ ମଧ୍ୟ ଭାଙ୍ଗିବାକୁ କୁହାଯାଇଛି। ଦୁର୍ବଳ କୋଠାଗୁଡ଼ିକୁ ନେଇ ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଇଛି। ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ବିପଦସଙ୍କୁଳ କୋଠା ଚିହ୍ନଟ ଓ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
