Delhi Airport security lapse:ଦିଲ୍ଲୀ ଏୟାରପୋର୍ଟ ରେ ସୁରକ୍ଷା ତ୍ରୁଟି ; ଇମିଗ୍ରେସନ କ୍ଲିୟରାନ୍ସ ବିନା ଦେଶରୁ ବାହାରକୁ ଗଲେ 3 ବିଦେଶୀ
ତିନି ଜଣ ଇଟାଲିୟାନ ନାଗରିକ ବିନା ଜରୁରୀ ଇମିଗ୍ରେସନ ଯାଞ୍ଚ ରେ ଭାରତ ରୁ ବାହାରକୁ ଯାତ୍ରା କରିଛନ୍ତି | ଘଟଣା ସାମ୍ନାକୁ ଆସିବାପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏୟାର ଇଣ୍ଡିଆ କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି |

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନ୍ଟରନ୍ୟାଶନାଲ ଏୟାରପୋର୍ଟ ରୁ ସୁରକ୍ଷା ତ୍ରୁଟି ର ଘଟଣା ସାମ୍ନାକୁ ଆସିଛି | ତିନି ଜଣ ଇଟାଲିୟାନ ନାଗରିକ ବିନା ଜରୁରୀ ଇମିଗ୍ରେସନ ଯାଞ୍ଚ ରେ ଭାରତ ରୁ ବାହାରକୁ ଯାତ୍ରା କରିଛନ୍ତି | ଘଟଣା ସାମ୍ନାକୁ ଆସିବାପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏୟାର ଇଣ୍ଡିଆ କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି | ମନ୍ତ୍ରାଳୟ 12 ସେପ୍ଟେମ୍ବର 2026 କୁ ଏୟାର ଇଣ୍ଡିଆ ର CEO ଙ୍କୁ ନୋଟିସ ପଠାଇ ଜବାବ ଦେବାପାଇଁ 7 ଦିନ ସମୟ ଦେଇଛି | ଘଟଣାଟି 3 ଓ 4 ସେପ୍ଟେମ୍ବରର। ତିନିଜଣ ଯାତ୍ରୀ ଅମୃତସର ରୁ ଏୟାର ଇଣ୍ଡିଆ ର ଫ୍ଲାଇଟ AI - 1115 ଯୋଗେ ରାତ୍ରି ପ୍ରାୟ 12.50 ସମୟରେ ଦିଲ୍ଲୀ ପହଞ୍ଚିଥିଲ ଓ ସେଠାରୁ 1.45 ସମୟରେ ଲୁଫ୍ଥାନ୍ସା ର ବିମାନ LH - 763 ଯୋଗେ ମ୍ୟୁନିଖ ପାଇଁ ଉଡାଣ ଭରିଥିଲେ | ଏହି ବିମାନଟି ହବ ଆଣ୍ଡ ସ୍ପୋକ ବ୍ୟବସ୍ଥା ଅନ୍ତର୍ଭୁକ୍ତ ଯେଉଁଥିରେ ପ୍ରଥମେ ଛୋଟ ସହରରୁ ରୁ ବଡ ଏୟାରପୋର୍ଟ ଯାଏ ଆସିଥାନ୍ତି ଓ ପରେ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟ ରୁ ବିମାନ ଯାତ୍ରା କରାଯାଏ | ତେବେ ସେମାନେ ଭାରତରୁ ବାହାରକୁ ଜିବା ପୂର୍ବରୁ ତିନିଜଣଙ୍କର ଇମିଗ୍ରେସନ ଯାଞ୍ଚ ହୋଇ ନଥିଲା | ମନ୍ତ୍ରାଳୟ ଅନୁସାରେ, ଏହି ପରି ହବ ଆଣ୍ଡ ସ୍ପୋକ ବ୍ୟବସ୍ଥାରେ ଯାତ୍ରୀମାନଙ୍କ ପାଇଁ ଦୁଇ ପ୍ରକାରର ଘରୋଇ (D) ଓ ଅନ୍ତର୍ଜାତୀୟ (I) ବୋର୍ଡିଙ୍ଗ ପାସ ହୋଇଥାଏ , ତେବେ ଏହି ବିଦେଶୀ ଯାତ୍ରୀମାନଙ୍କର ଘରୋଇ ବୋର୍ଡିଙ୍ଗ ପାସ ଥିବାବେଳେ ତାଙ୍କୁ ଦିଲ୍ଲୀରୁ ଲୁଫ୍ଥାନ୍ସା ଫ୍ଲାଇଟ ର ମଧ୍ୟ ବୋର୍ଡିଙ୍ଗ ପାସ୍ ଦିଆଯାଇଥିଲା , ନିର୍ଧାରିତ SOP ରେ ଏହି ପରି ତୃତୀୟ ବୋର୍ଡିଙ୍ଗ ପାସ ର କୌଣସି ପ୍ରବଧାନ ନାହିଁ ,ତେବେ ଏୟାର ଇଣ୍ଡିଆ ଉତ୍ତର ଦେବାପରେ ଏହା ସ୍ପଷ୍ଟ ହେବ ଯେ ଏହା କେବଳ କର୍ମଚାରୀମାନଙ୍କର ଅବହେଳା ଥିଲା ନା ସିଷ୍ଟମ ହିଁ ଭୁଲ ଭାବେ ପରିଚାଳିତ ହେଉଛି |
