KANPUR MURDER CONSPIRACY: ନଜର ରଖିବାରୁ ଶ୍ୱଶୁରକୁ ମର୍ଡର..ମାଷ୍ଟରମାଇଣ୍ଡ ବାହାରିଲା ବୋହୂ
ଶ୍ୱଶୁର ବୀନିତ ଶୋଇବା ପରେ ତାଙ୍କୁ ମାରିବାକୁ ବସିଥିଲେ ଘର ଭିତରେ ଲୁଚିଥିବା ବିଶାଳ ଓ ରାଜ। କିନ୍ତୁ ଘରେ ପହଞ୍ଚିବା ମାତ୍ରେ ବୀନିତ ଲାଇଟ ଜଳାଇଦେଇଥିଲେ ଓ ଦୁହିଁଙ୍କୁ ଦେଖିଦେଇଥିଲେ। ଏହା ପରେ ଦୁହେଁ ଛୁରୀ ଭୁଷି ତାଙ୍କୁ ହତ୍ୟା କରିଦେଲେ। ବାଥରୁମରେ ହାତଗୋଡ଼ ଧୋଇ ପଳାଇଯାଇଥିଲେ। ସିସିଟିଭି ସର୍ଭେଲାନ୍ସରେ କ୍ଷୁବ୍ଧ ଥିଲେ ବୋହୂ।

୬ଲକ୍ଷ ଟଙ୍କା ଦେବି। ଶ୍ୱଶୁରକୁ ମାରିଦେ। ପୂର୍ବତନ ଚାକରଠୁ ଫୁଲମାଳ ନେବା ବାହାନାରେ ଡାକି ବୋହୂ କରିଥିବା ମର୍ଡର ପ୍ଲାନ ନେଇ କାନପୁରରେ ଏବେ ହଇଚଇ। ପୁଲିସକୁ ଅଭିଯୁକ୍ତ ଚାକର ବିଶାଳର ଏଭଳି ବୟାନ ଯିଏ ଶୁଣୁଛି, ତାଜୁବ୍ ହୋଇପଡ଼ୁଛି। ୨୦ ଦିନ ପୂର୍ବରୁ ଶାଲୁ ଭାଉଜ ତାକୁ ଘରକୁ ଡାକିଥିଲେ। ତାଙ୍କ ଶ୍ୱଶୁର ବିନୀତ ମିନୋଚାଙ୍କୁ ହତ୍ୟା କରିଦେ ବା ଆକ୍ସିଡେଣ୍ଟ କରାଇ ମାରିଦେ। ଏହା ବଦଳରେ ୬ଲକ୍ଷ ଟଙ୍କା ଦେବି। ହେଲେ ସେ ଏହା କରିବାକୁ ମନା କରିବାରୁ ସେ ସାହସ ଦେଲେ। ଭୟ କରନି, ମୁଁ ତୋ ସହ ଅଛି ବୋଲି କହିଥିଲେ ଭାଉଜ। ଯେହେତୁ ଆକ୍ସିଡେଣ୍ଟ କରାଇ ମାରିବାକୁ ପ୍ରସ୍ତୁତ ନଥିଲି। ସେଥିଲାଗି ଭାଉଜ ଆଉ ଏକ ପ୍ଲାନ୍ ଦେଲେ। ଶୋଇବା ବେଳେ ତକିଆରେ ମୁହଁକୁ ଚାପିଦେବୁ। ଲୋକଙ୍କୁ ଏହା ହାର୍ଟଆଟାକରୁ ମୃତ୍ୟୁ ବୋଲି ଲାଗିବ। ଏ କାମ କରିବା ପରେ ସେ ତାକୁ ଚାକିରୀରେ ରଖିଦେବେ ବୋଲି କହିଥିଲେ ଶାଲୁ ଭାଉଜ। ଏ କଥା ଶୁଣିବା ପରେ ମର୍ଡର ପ୍ଲାନରେ ସେ ନିଜ ସାଙ୍ଗ ରାଜକିଶୋରକୁ ସାମିଲ୍ କରିଥିଲା। ତାକୁ ୩୦ହଜାର ଟଙ୍କା ଦେବାର ପ୍ରଲୋଭନ ଦେଖାଇଥିଲା। ଶାଲୁ ଭାଉଜ ବିଶାଳକୁ କହିଥିଲେ ଯେ ଫୁଲମାଳ ଦେବା ବାହାନାରେ ସେ ତାଙ୍କ ଆପାର୍ଟମେଣ୍ଟକୁ ଆସିବେ। ସିକ୍ୟୁରିଟି ଗାର୍ଡକୁ ନିଜ ନାଁ ବିଶାଳ ବଦଳରେ ଶିବମ କହିବାକୁ କହିଥିଲେ। ପ୍ଲାନ ମୁତାବକ ସେପ୍ଟେମ୍ୱର ୫ ରାତିରେ ଦୁଇ ଅଭିଯୁକ୍ତ ବିଶାଳ ଓ ରାଜ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ। ଶାଲୁକୁ ଫୁଲମାଳ ଦେଇଥିଲେ। ଶାଲୁ ଦୁହିଁଙ୍କୁ ନିଜ ଘରେ ଲୁଚାଇ ଦେଇଥିଲେ। ଆଉ ସ୍ୱାମୀ ସୁବ୍ରତ ଓ ପୁଅ ସହ କିଟି ପାର୍ଟିକୁ ଚାଲିଗଲେ। ଶ୍ୱଶୁର ବୀନିତ ଶୋଇବା ପରେ ତାଙ୍କୁ ମାରିବାକୁ ବସିଥିଲେ ଘର ଭିତରେ ଲୁଚିଥିବା ବିଶାଳ ଓ ରାଜ। କିନ୍ତୁ ଘରେ ପହଞ୍ଚିବା ମାତ୍ରେ ବୀନିତ ଲାଇଟ ଜଳାଇଦେଇଥିଲେ ଓ ଦୁହିଁଙ୍କୁ ଦେଖିଦେଇଥିଲେ। ଏହା ପରେ ଦୁହେଁ ୨୬ଥର ଛୁରୀ ଭୁଷି ତାଙ୍କୁ ହତ୍ୟା କରିଦେଲେ। ବାଥରୁମରେ ହାତଗୋଡ଼ ଧୋଇ ପଳାଇଯାଇଥିଲେ। ଘଟଣା କଲ୍ୟାଣପୁରର ରେତନ ଅର୍ବିଟ ଆପାର୍ଟମେଣ୍ଟରେ ଶନିବାର ରାତି ୧୧.୨୮ରେ କୋଟିପତି ବ୍ୟବସାୟୀ ବିନୀତ ମିନୋଚାଙ୍କୁ ହତ୍ୟା ହୋଇଥିଲା। ରବିବାର ଭୋର ୩ଟାରେ ପରିବାର ଲୋକେ ଘରକୁ ଫେରି ଦେଖିଲେ ଯେ, ବେଡରୁମରେ ତାଙ୍କର ରକ୍ତ ଜୁଡୁବୁଡ଼ୁ ଶରୀର ପଡ଼ିଛି। ସିସିଟିଭିରେ ଦୁଇ ଅଭିଯୁକ୍ତଙ୍କ ଗତିବିଧି ଦେଖିଥିଲା ପୁଲିସ। ଏନକାଉଣ୍ଟର କରି ଦୁଇ ଅଭିଯୁକ୍ତଙ୍କୁ ଧରିଥିଲା ପୁଲିସ। ଆଉ ଜେରା ପରେ ସବୁ ଷଡ଼ଯନ୍ତ୍ର ପଛରେ ବିନୀତଙ୍କ ବୋହୂ ଶାଲୁ ଥିବାର କଥା ସାମ୍ନାକୁ ଆସିଥିଲା। ପୁଲିସ ଶାଲୁକୁ ଗିରଫ କରି ଜେଲ୍ ପଠାଇଦେଇଛି। ପୁଲିସ ଜେରାରେ ବିଶାଳ କହିଥିଲା, ସେ ୪ ବର୍ଷ ପୂର୍ବେ ଶାଲୁ ଭାଉଜଙ୍କ ସ୍ୱାମୀ ସୁବ୍ରତଙ୍କ ଘରେ କାମ କରୁଥିଲା। ପରେ ତାକୁ ଚାକିରୀରୁ ବାହାର କରି ଦିଆଯାଇଥିଲା। ସେ ଅନ୍ୟଜାଗାରେ କାମ କରୁଥିଲା ଅବଶ୍ୟ। କିନ୍ତୁ ୪ ବର୍ଷ ହେଲା ଏକପ୍ରକାର ବେରୋଜଗାର ଥିଲା। କେବେ କେମିତି ସୁବ୍ରତ ତାଙ୍କୁ ଘରର ଛୋଟମୋଟର କାମ କରିବାକୁ ଡାକନ୍ତି। ବିଶାଳ ଉପରେ ୨ଲକ୍ଷ ଟଙ୍କାର କରଜ ଥିଲା। କରଜ ଭାରରେ ବୁଡ଼ିଥିବା ବିଶାଳ କେମିତି ସୁଝିବେ, ଚିନ୍ତାରେ ଥିଲା ବେଳେ କିଛି ଦିନ ପୂର୍ବରୁ ସେ କାମ ଅନ୍ୱେଷଣରେ ସୁବ୍ରତଙ୍କ ଘରକୁ ଯାଇଥିଲେ। ସେଠାରେ ଶାଲୁଙ୍କ ସହ ଦେଖାହୋଇଥିଲା। ଶାଲୁ କହିଥିଲେ, ସେ ଶ୍ୱଶୁରଙ୍କଠୁ ମୁକ୍ତି ଚାହୁଁଛନ୍ତି। ସବୁ କଥାରେ ତାଙ୍କୁ ରୋକୁଛନ୍ତି। ଘରେ ସିସିଟିଭି କ୍ୟାମେରା ଲଗାଇଦେଇଛନ୍ତି। ପ୍ରତି ମୂହୂର୍ତ୍ତରେ ନଜର ରଖୁଛନ୍ତି। ଲେଟ୍ ନାଇଟ ପାର୍ଟିରୁ ଫେରିଲେ ଚିଡ଼ନ୍ତି। ଟଙ୍କାର ଅଭାବ ନଥିଲେ ସୁଦ୍ଧା ପକେଟ ମନି ବା ଛୋଟ ଛୋଟ ଖର୍ଚ୍ଚ ଲାଗି ଶ୍ୱଶୁରଙ୍କ ଉପରେ ନିର୍ଭର କରିବାକୁ ପଡେ। କାରଣ ସେ ସବୁ କଥାରେ ଆକଟ କରନ୍ତି। ବାସ୍ ଏଭଳି କହି ପୁରା ମର୍ଡର ପ୍ଲାନ କରିଥିଲେ ଶାଲୁ। ୧୨ ଦିନ ପୂର୍ବରୁ ଫ୍ଲାଟର ଡୁପ୍ଲିକେଟ ଚାବି ଦେଇଥିଲେ। ୧୨ଶହ ଟଙ୍କା ଦେଇଥିଲେ।
