Dara Singh Premature Release:ଜେଲରୁ ବାହାରିବେନି ଦାରା ସିଂ!
ସାମ୍ପ୍ରଦାୟିକ ସଦ୍ଭାବନା ନଷ୍ଟ ସହ ଆଇନଶୃଙ୍ଖଳା ବ୍ୟବସ୍ଥା ବିଗିଡ଼ିବାର ଆଶଙ୍କା ଥିବାରୁ ୨୦୧୬, ୨୦୧୯,୨୦୨୦, ୨୦୨୨ ଓ ୨୦୨୩ରେ ସମୟ ପୂର୍ବରୁ ରିଲିଜ ଆବେଦନକୁ ଏହି ଆଧାରରେ ଖାରଜ କରିଦିଆଯାଇଥିଲା। କେନ୍ଦୁଝର ଜିଲ୍ଲା ପ୍ରଶାସନ ଅଗଷ୍ଟ ୨୮,୨୦୨୬ରେ ଗୋଟିଏ ରିପୋର୍ଟ ପଠାଇଥିଲା। ଏହି ରିପୋର୍ଟରେ କୁହାଯାଇଥିଲା, ଅଗଷ୍ଟ ୧୫ରେ ଦାରା ସେନା ସହ ଜଡ଼ିତ ପ୍ରାୟ ୨୫୦ ଲୋକ କେନ୍ଦୁଝର ଜିଲ୍ଲା ଜେଲ ବାହାରେ ଦାରା ସିଂଙ୍କ ପ୍ରସ୍ତାବିତ ମୁକ୍ତିକୁ ନେଇ ଏକାଠି ହୋଇଥିଲେ।

୧୯୯୯ର ବହୁ ଚର୍ଚ୍ଚିତ ଗ୍ରାହମ ଷ୍ଟେନସ ଓ ତାଙ୍କ ଦୁଇ ପୁଅଙ୍କ ହତ୍ୟାକାଣ୍ଡ ମାମଲାରେ ଦୋଷୀ ଦାରା ସିଂଙ୍କୁ ସମସ ପୂର୍ବରୁ ରିଲିଜ ଆବେଦନକୁ ଓଡ଼ିଶା ସରକାର ଖାରଜ କରିଦେଇଛନ୍ତି। ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ବିଗିଡ଼ିବା ଆଶଙ୍କା କରି ଷ୍ଟେଟ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ଏହି ନିଷ୍ପତ୍ତି ନେଇଥିଲା। ଆଉ ଆଜି ସୁପ୍ରିମକୋର୍ଟରେ ଥିଲା ଦାରା ସିଂ ମୁକ୍ତି ସମ୍ପର୍କିତ ମାମଲାର ଶୁଣାଣୀ। ୧୯୯୯ରେ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ଅଷ୍ଟ୍ରେଲିୟ ମିଶନାରୀ ଗ୍ରାହାମ ଷ୍ଟେନସ ଓ ତାଙ୍କ ଦୁଇ ଛୋଟ ପୁଅଙ୍କୁ ଜୀଅନ୍ତା ଜାଳି ମାରିବା ଘଟଣାରେ ମୁଖ୍ୟ ଦୋଷୀ ଥିଲା ରବୀନ୍ଦ୍ର ପାଲ ଓରଫ ଦାରା ସିଂ। ଜେଲରେ ପ୍ରାୟ ୨୫ ବର୍ଷ କାଟିସାରିଲେଣି ଦାରା ସିଂ। ମୁକ୍ତି ଲାଗି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଦାରା ସିଂ। ରାଜ୍ୟ ସରକାର ଏହା ଉପରେ ଫୈସଲା ନେବାକୁ ନିର୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଗୃହ ସଚିବ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଷ୍ଟେଟ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ବା SSRB ର ସ୍ୱତନ୍ତ୍ର ବୈଠକରେ ଦାରା ସିଂଙ୍କ ରିଲିଜ ଆବେଦନକୁ ଖାରଜ କରିଦେଇଛନ୍ତି। ବୋର୍ଡ ଆବେଦନକୁ ଖାରଜ କରିବା ସହ ସରକାର ବି ଉଲ୍ଲେଖ କରିଛନ୍ତି ଯେ, ସାମ୍ପ୍ରଦାୟିକ ସଦ୍ଭାବନା ନଷ୍ଟ ସହ ଆଇନଶୃଙ୍ଖଳା ବ୍ୟବସ୍ଥା ବିଗିଡ଼ିବାର ଆଶଙ୍କା ଥିବାରୁ ୨୦୧୬, ୨୦୧୯,୨୦୨୦, ୨୦୨୨ ଓ ୨୦୨୩ରେ ସମୟ ପୂର୍ବରୁ ରିଲିଜ ଆବେଦନକୁ ଏହି ଆଧାରରେ ଖାରଜ କରିଦିଆଯାଇଥିଲା। କେନ୍ଦୁଝର ଜିଲ୍ଲା ପ୍ରଶାସନ ଅଗଷ୍ଟ ୨୮,୨୦୨୬ରେ ଗୋଟିଏ ରିପୋର୍ଟ ପଠାଇଥିଲା। ଏହି ରିପୋର୍ଟରେ କୁହାଯାଇଥିଲା, ଅଗଷ୍ଟ ୧୫ରେ ଦାରା ସେନା ସହ ଜଡ଼ିତ ପ୍ରାୟ ୨୫୦ ଲୋକ କେନ୍ଦୁଝର ଜିଲ୍ଲା ଜେଲ ବାହାରେ ଦାରା ସିଂଙ୍କ ପ୍ରସ୍ତାବିତ ମୁକ୍ତିକୁ ନେଇ ଏକାଠି ହୋଇଥିଲେ। ଆଉ ଉସୁକାଇବା ଭଳି ନାରାବାଜି କରିଥିଲେ। ଏଭଳି ଦୃଶ୍ୟ ସଙ୍କେତ ଦେଇଥିଲା ଯେ, ଦାରା ସିଂ ରିଲିଜ ହେଲେ ସାମ୍ପ୍ରଦାୟିକ ଦଙ୍ଗା ସ୍ଥିତି ଉପୁଜିପାରେ। ସେଥିଲାଗି ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ଦାରା ସିଂର ଆଗୁଆ ମୁକ୍ତି ଲାଗି ସୁପାରିଶ କରିବାକୁ ମନା କରିଦେଲା। ୟୁପିର ବାସିନ୍ଦା ୬୭ ବର୍ଷୀୟ ଦାରା ସିଂ ଜାନୁଆରୀ ୨୨-୨୩, ୧୯୯୯ ରାତିରେ କେନ୍ଦୁଝରର ମନୋହରପୁର ଗାଁରେ ହୋଇଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲା। ଚର୍ଚ୍ଚ ବାହାରେ ଗାଡ଼ିରେ ଶୋଇଥିଲା ବେଳେ ୫୮ ବର୍ଷୀୟ ଗ୍ରାହାମ ଷ୍ଟେନସ ଓ ତାଙ୍କ ଦୁଇ ପିଅ ଫିଲିପ ଓ ଥିମୋଥିଙ୍କୁ ଗାଡ଼ି ସମେତ ଜୀଅନ୍ତା ଜାଳିଦେଲେ। ୨୦୦୩ରେ ଟ୍ରାଏଲ କୋର୍ଟ ଦାରା ସିଂଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ। ଯାହାକୁ ୨୦୦୫ରେ ଓଡ଼ିଶା ହାଇକୋର୍ଟ ଆଜୀବନ କାରାଦଣ୍ଡକୁ ବଦଳାଇଦେଇଥିଲେ। ୨୦୧୧ରେ ଦାରା ସିଂର ଆଜୀବନ କାରାଦଣ୍ଡକୁ କାଏମ ରଖିଥିଲେ ସୁପ୍ରିମକୋର୍ଟ। ଆଉ ଆଜି ଏ ମାମଲାର ଶୁଣାଣୀ ଥିଲା ସୁପ୍ରିମକୋର୍ଟରେ। ଜଷ୍ଟିସ ମନୋଜ ମିଶ୍ର ଓ ଜଷ୍ଟିସ ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠକୁ ଦାରା ସିଂଙ୍କ ଆବେଦନ ଖାରଜ ପଛର କାରଣକୁ ରାଜ୍ୟ ସରକାର ଅବଗତ କରାଇଥିଲେ। ଶେଷରେ ୩ ସପ୍ତାହ ଲାଗି ଶୁଣାଣୀକୁ ଘୁଞ୍ଚାଇଦେଇଛନ୍ତି ସୁପ୍ରିମକୋର୍ଟ। ଗଲା ଶୁଣାଣୀରେ ଖଣ୍ଡପୀଠ ଚେତାବନୀ ଦେଇଥିଲେ କି, ଯଦି ପରବର୍ତ୍ତୀ ତାରିଖ ସୁଦ୍ଧା ରାଜ୍ୟ ସରକାର ଫୈସଲା ନ ନିଅନ୍ତି, ତାହେଲେ ସରକାରଙ୍କୁ ସମନ ହେବ। ଆଉ ବିଳମ୍ୱ କାରଣର ସ୍ପଷ୍ଟିକରଣ ମଗାଯିବା ଛଡ଼ା କୌଣସି ବିକଳ୍ପ ରହିବନି।
