SRC Pressmeet After Cyclone :ବାତ୍ୟା ପରେ SRCଙ୍କ ପ୍ରେସମିଟ୍: ଗଞ୍ଜାମରେ ଅଧିକ ପ୍ରଭାବ
ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ SRCଙ୍କ ପ୍ରେସମିଟ୍। ଗଞ୍ଜାମର ୪ଟି ବ୍ଲକରେ ୨୦୦ ମିମିରୁ ଅଧିକ ବର୍ଷା, ଜଳବନ୍ଦୀ ଓ ଘାଇ ସ୍ଥିତି। ଚାଷ ଜମିର କ୍ଷୟକ୍ଷତି ଆକଳନ ଆରମ୍ଭ ହେବ। ଭୂସ୍ଖଳନ ମୁକାବିଲା ପାଇଁ ସରକାରଙ୍କ ନୂଆ ଯୋଜନା।
ଭୁବନେଶ୍ୱର: ବାତ୍ୟା ପରବର୍ତ୍ତୀ ସ୍ଥିତିକୁ ନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ରାଜେଶ ପ୍ରଭାକର ପାଟିଲ। ବାତ୍ୟାର ପ୍ରଭାବ ପୂର୍ବାନୁମାନ ଅନୁସାରେ କମ୍ ରହିଥିବା ବେଳେ ରାଜ୍ୟର କୌଣସି ସ୍ଥାନରେ ଚିନ୍ତାଜନକ ସ୍ଥିତି ନାହିଁ। ତେବେ ଗଞ୍ଜାମ ଜିଲ୍ଲାରେ ଅଧିକ ପ୍ରଭାବ ପଡ଼ିଛି। SRCଙ୍କ ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାର ୪ଟି ବ୍ଲକରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। କିଛି ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେବା ସହ ଘାଇ ହୋଇଛି। ଏହାସହ ଚାଷ ଜମିରେ ମଧ୍ୟ କ୍ଷୟକ୍ଷତି ହୋଇଛି। ଖୁବଶୀଘ୍ର କ୍ଷୟକ୍ଷତିର ଆକଳନ ଆରମ୍ଭ ହେବ। ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଆଗୁଆ ପ୍ରସ୍ତୁତି କରାଯାଇଥିଲା। ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଥିଲା। ଲୋକମାନେ ସରକାରଙ୍କ ପରାମର୍ଶ ମାନିଥିବାରୁ ବାତ୍ୟାର ପ୍ରଭାବ କମ୍ ରହିଛି। ଏହାର ସମସ୍ତ ଶ୍ରେୟ ଜନସାଧାରଣଙ୍କୁ ଦେଇଛନ୍ତି SRC। ସମସ୍ତ ବିଭାଗ ଟିମ୍ ଭାବେ କାମ କରିଥିବା ସେ କହିଛନ୍ତି। ଅନ୍ୟପଟେ ଭବିଷ୍ୟତରେ ବିପର୍ଯ୍ୟୟ ମୁକାବିଲା ପାଇଁ ରାସ୍ତା, ଜଳସେଚନ ଓ ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ଫୋକସ୍ କରାଯାଉଛି। ଭୂସ୍ଖଳନ ମୁକାବିଲା ପାଇଁ ଓଡ଼ିଶାର ଏକ ଟିମ୍ ଉତ୍ତରାଖଣ୍ଡ ଗସ୍ତ କରି ଅନୁଧ୍ୟାନ କରିଛି। ଆଗକୁ ହିମାଚଳ ପ୍ରଦେଶକୁ ମଧ୍ୟ ଏକ ଟିମ୍ ଯିବ। ଅନୁଧ୍ୟାନ ପରେ ଭୂସ୍ଖଳନ ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି SRC କହିଛନ୍ତି।
