Cuttack Dussehra: ଦଶହରାରେ ଚମକୁଛି କଟକ, ଏବେ ଭସାଣି ଉତ୍ସବକୁ ଅପେକ୍ଷା
ମା’ ଦୁର୍ଗାଙ୍କ ଦର୍ଶନ ପାଇଁ ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼। ଶାନ୍ତିପୂର୍ଣ୍ଣ ଦଶହରା ପରେ ଏବେ ଭସାଣି ଉତ୍ସବକୁ ନେଇ ଚଳଚଞ୍ଚଳ କଟକ। ଶୃଙ୍ଖଳିତ ଭସାଣି ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର!

ସରି ଆସୁଛି କଟକର ପ୍ରସିଦ୍ଧ ଦଶହରା ଉତ୍ସବ। ମା’ ଦୁର୍ଗାଙ୍କ ଦର୍ଶନ ପାଇଁ ଏବେ କଟକ ସହରର ବିଭିନ୍ନ ପୂଜା ମଣ୍ଡପରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ପୂଜା କମିଟିଗୁଡ଼ିକର ସହଯୋଗରେ ଏପର୍ଯ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଦଶହରା ଉତ୍ସବ | ନବବଧୂ ପରି ସଜେଇ ହୋଇଛି ହଜାରେ ବର୍ଷର ପୁରାତନ ସହର କଟକ। ଆକର୍ଷଣୀୟ ତୋରଣ ଓ ସୁନ୍ଦର ଆଲୋକସଜ୍ଜା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରୁଛି। ନିଜ ନିଜର ପସନ୍ଦ ଓ ସୁବିଧା ଅନୁସାରେ କେହି ସାଇକେଲରେ, କେହି ବାଇକ୍, କାର୍ ଓ ଅଟୋରିକ୍ସାରେ ତ ଆଉ କେହି ପାଦରେ ଚାଲି ଚାଲି ବିଭିନ୍ନ ମଣ୍ଡପ ବୁଲି ମା’ଙ୍କ ଦର୍ଶନ କରୁଛନ୍ତି | ଏଥର ଦଶହରାରେ ନେତା ଓ ସେଲିବ୍ରିଟିଙ୍କ ସହ କିଛି ଦିବ୍ୟାଙ୍ଗ ଯୁବକ ଟ୍ରାଇସାଇକେଲରେ ବୁଲି ମା’ଙ୍କ ଦର୍ଶନ କରୁଥିବା ଦୃଶ୍ୟ ମଧ୍ୟ ନଜରକୁ ଆସିଛି। ଉତ୍ସବକୁ ନେଇ ଆୟୋଜକଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ ସୁରୁଖୁରୁରେ ଦଶହରା ପରିଚାଳନା ହେଉଥିବାରୁ ସମସ୍ତେ ଖୁସି ଅଛନ୍ତି | ଅନ୍ୟପଟେ, ଗୁରୁବାର ହେବାକୁ ଥିବା ଭସାଣି ଉତ୍ସବ ପାଇଁ କଟକ ପ୍ରଶାସନ ଓ ପୋଲିସ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଭସାଣି ସମୟରେ ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ କଟକଣା ଲାଗୁ କରାଯିବ। ତେବେ ଶାନ୍ତିପୂର୍ଣ୍ଣ ଦଶହରା ପରେ ଭସାଣି ଉତ୍ସବକୁ ମଧ୍ୟ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ ପ୍ରସ୍ତୁତ ରହିଛି କଟକ ସହର |ସରି ଆସୁଛି କଟକର ପ୍ରସିଦ୍ଧ ଦଶହରା ଉତ୍ସବ। ମା’ ଦୁର୍ଗାଙ୍କ ଦର୍ଶନ ପାଇଁ ଏବେ କଟକ ସହରର ବିଭିନ୍ନ ପୂଜା ମଣ୍ଡପରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ପୂଜା କମିଟିଗୁଡ଼ିକର ସହଯୋଗରେ ଏପର୍ଯ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଦଶହରା ଉତ୍ସବ | ନବବଧୂ ପରି ସଜେଇ ହୋଇଛି ହଜାରେ ବର୍ଷର ପୁରାତନ ସହର କଟକ। ଆକର୍ଷଣୀୟ ତୋରଣ ଓ ସୁନ୍ଦର ଆଲୋକସଜ୍ଜା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରୁଛି। ନିଜ ନିଜର ପସନ୍ଦ ଓ ସୁବିଧା ଅନୁସାରେ କେହି ସାଇକେଲରେ, କେହି ବାଇକ୍, କାର୍ ଓ ଅଟୋରିକ୍ସାରେ ତ ଆଉ କେହି ପାଦରେ ଚାଲି ଚାଲି ବିଭିନ୍ନ ମଣ୍ଡପ ବୁଲି ମା’ଙ୍କ ଦର୍ଶନ କରୁଛନ୍ତି | ଏଥର ଦଶହରାରେ ନେତା ଓ ସେଲିବ୍ରିଟିଙ୍କ ସହ କିଛି ଦିବ୍ୟାଙ୍ଗ ଯୁବକ ଟ୍ରାଇସାଇକେଲରେ ବୁଲି ମା’ଙ୍କ ଦର୍ଶନ କରୁଥିବା ଦୃଶ୍ୟ ମଧ୍ୟ ନଜରକୁ ଆସିଛି। ଉତ୍ସବକୁ ନେଇ ଆୟୋଜକଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ ସୁରୁଖୁରୁରେ ଦଶହରା ପରିଚାଳନା ହେଉଥିବାରୁ ସମସ୍ତେ ଖୁସି ଅଛନ୍ତି | ଅନ୍ୟପଟେ, ଗୁରୁବାର ହେବାକୁ ଥିବା ଭସାଣି ଉତ୍ସବ ପାଇଁ କଟକ ପ୍ରଶାସନ ଓ ପୋଲିସ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଭସାଣି ସମୟରେ ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ କଟକଣା ଲାଗୁ କରାଯିବ। ତେବେ ଶାନ୍ତିପୂର୍ଣ୍ଣ ଦଶହରା ପରେ ଭସାଣି ଉତ୍ସବକୁ ମଧ୍ୟ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ ପ୍ରସ୍ତୁତ ରହିଛି କଟକ ସହର |
