Police Martyrs Day:କେନ୍ଦୁଝରରେ ପୋଲିସ ଶହିଦ ଦିବସ ପାଳିତ
ଦେଶର ସୁରକ୍ଷା ଓ ଜନସାଧାରଣଙ୍କ ସେବା ପାଇଁ ଜୀବନ ଉତ୍ସର୍ଗ କରିଥିବା ବୀର ପୋଲିସ କର୍ମଚାରୀଙ୍କୁ ମନେ ପକାଇଲା କେନ୍ଦୁଝର। ଶ୍ରଦ୍ଧାଞ୍ଜଳି, ସ୍ମୃତିଚାରଣ ଓ ବୃକ୍ଷରୋପଣ ମାଧ୍ୟମରେ ଶହିଦଙ୍କ ତ୍ୟାଗକୁ ସମ୍ମାନ ଜଣାଯାଇଥିଲା।

କେନ୍ଦୁଝର:କେନ୍ଦୁଝର ରିଜର୍ଭ ପୋଲିସ ପଡ଼ିଆରେ ପାଳିତ ହୋଇଛି ପୋଲିସ ଶହିଦ ଦିବସ। କର୍ତ୍ତବ୍ୟ ସମ୍ପାଦନ ସମୟରେ ଦେଶ ପାଇଁ ନିଜର ଅମୂଲ୍ୟ ଜୀବନ ଉତ୍ସର୍ଗ କରିଥିବା ବୀର ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସ୍ମୃତିରେ ଏହି ଦିବସ ପାଳନ କରାଯାଇଥିଲା।ଏହି ଅବସରରେ କେନ୍ଦୁଝର ଏସ୍ପିଙ୍କ ସମେତ ପୋଲିସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଶହିଦମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏକ ସ୍ମୃତିଚାରଣ କାର୍ଯ୍ୟକ୍ରମରେ ଏସ୍ପି ଶହିଦ ସ୍ମୃତିସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଦେଶର ସୁରକ୍ଷା ଓ ଜନସାଧାରଣଙ୍କ ସେବା କରିବା ସମୟରେ ପ୍ରାଣବଳି ଦେଇଥିବା ପୋଲିସ କର୍ମଚାରୀଙ୍କ ଅମର ତ୍ୟାଗକୁ ଏହି ଅବସରରେ ସ୍ମରଣ କରାଯାଇଥିଲା।ପ୍ରତିବର୍ଷ ପୋଲିସ ଶହିଦ ଦିବସ ପାଳନର ଉଦ୍ଦେଶ୍ୟ ହେଉଛି, କର୍ତ୍ତବ୍ୟ ପଥରେ ସର୍ବୋଚ୍ଚ ବଳିଦାନ ଦେଇଥିବା ପୋଲିସ ବାହିନୀର ବୀର ସଦସ୍ୟଙ୍କ ସାହସ, ନିଷ୍ଠା ଓ ଦେଶପ୍ରେମକୁ ସମ୍ମାନ ଜଣାଇବା। ସେମାନଙ୍କ ବଳିଦାନ କେବଳ ପୋଲିସ ବିଭାଗ ପାଇଁ ନୁହେଁ, ବରଂ ସମଗ୍ର ଦେଶ ପାଇଁ ପ୍ରେରଣାର ଉତ୍ସ।କାର୍ଯ୍ୟକ୍ରମର ଶେଷରେ ଶହିଦମାନଙ୍କ ସ୍ମୃତିରେ ବୃକ୍ଷରୋପଣ କରାଯାଇଥିଲା। ଏହା ମାଧ୍ୟମରେ ବୀର ଶହିଦଙ୍କ ସ୍ମୃତିକୁ ଜୀବନ୍ତ ରଖିବା ସହ ସେମାନଙ୍କ ତ୍ୟାଗ ପ୍ରତି ସମ୍ମାନ ଜଣାଇବାର ବାର୍ତ୍ତା ଦିଆଯାଇଥିଲା।
