Crude Oil Crisis : ତେଲ ଦରରେ ନିଆଁ - ୧୦୩ ଡଲାର ଛୁଇଁଲା ମୂଲ୍ୟ
ମଧ୍ୟପ୍ରାଚ୍ୟରେ ବଢୁଥିବା ଅଶାନ୍ତି ମଧ୍ୟରେ କ୍ରୁଡ୍ ଅଏଲ୍ ଦର ୧୦୩ ଡଲାର ପାଖାପାଖି ପହଞ୍ଚିଛି । ହର୍ମୁଜ୍ ପ୍ରଣାଳୀରେ ତେଲ ପରିବହନକୁ ନେଇ ବିପଦ ବଢ଼ିବା ସହ ଯୋଗାଣ ବାଧାର ଆଶଙ୍କା ରହିଛି।ଏହା ସହିତ ଆମେରିକା, ରୁଷିଆ ଓ ଚୀନର ଇନ୍ଧନ ସମ୍ପର୍କିତ ପଦକ୍ଷେପର ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡ଼ିପାରେ।

ଆମେରିକା ପକ୍ଷରୁ ଇରାନ ଉପରେ ବଡ଼ ଆକ୍ରମଣର ଆଶଙ୍କା ବଢ଼ିଛି । ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ୍ ୪.୪% ବଢ଼ି ବ୍ୟାରେଲ ପିଛା ୧୦୨.୩୧ ଡଲାରରେ ବନ୍ଦ ହୋଇଛି । ତେଲ ନେଇ ସମୁଦ୍ର ଦେଇ ଯାଉଥିବା ଜାହାଜଗୁଡ଼ିକ, ସେଗୁଡ଼ିକୁ ଅଟକାଇପାରୁଥିବା ଆକ୍ରମଣର ଆଶଙ୍କା, ଏବଂ ଏହି ମଧ୍ୟରେ ଆଉ ଏକ ଆମେରିକୀୟ ବିମାନବାହୀ ଯୁଦ୍ଧଜାହାଜ, ଅର୍ଥାତ୍ ଏୟାରକ୍ରାଫ୍ଟ କ୍ୟାରିଅର୍, ମୁତୟନ ହେବାର ଖବର ଆସିଛି | ଏହି ଘଟଣା ଯୋଗୁଁ ଗତକାଲି ରାତିରେ କ୍ରୁଡ଼ ଅଏଲ୍ ବଜାରରେ ହଇଚଇ କରି ଦେଇଥିଲା | ବ୍ୟବସାୟୀମାନଙ୍କୁ ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷରେ ଏକ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଲା, ଯଦି ଅଗକୁ ଆସୁଥିବା ଦିନରେ ତେଲ ଓ ଇନ୍ଧନର ବିକ୍ରି କେତେ ସୁରକ୍ଷିତ ରହିବ | ଏହି ଚିନ୍ତା ମଧ୍ୟରେ ଅନ୍ତଃରାଷ୍ଟ୍ରୀୟ ବଜାରରେ ବ୍ରେଣ୍ଟ କ୍ରୁଡ଼ ଅଏଲ୍ ୪.୪% ବଢି ୧୦୨.୩୧ ଡଲାର ପ୍ରତି ବେରଲ ରେ ବନ୍ଦ ହୋଇଛି | କିନ୍ତୁ ଯେମିତି ଆଜି ସକାଳେ ବଜାର ଖୋଲିଛି ,ଅଶୋଧିତ ତେଲର ମୂଲ୍ୟ ୧୦୩ ଡଲାର ପ୍ରତି ବେରଲ ରେ ପହଞ୍ଚିଛି | ଆମେରିକା ୱେଷ୍ଟ ଟେକ୍ସାସ୍ ଇଣ୍ଟରମିଡିଏଟ(WTI) କ୍ରୁଡ଼ ଫ୍ୟୁଚର୍ସର ଦର ୨.୭% ବଢି ପ୍ରତି ବ୍ୟାରେଲ ୯୨.୮୭ଡଲାରରେ ପହଞ୍ଚିଛି | ଭଵିଷ୍ୟତରେ ବଜାରରଆଗାମୀ ଦିନରେ ତେଲ ଯୋଗାଣ ହେବା ପାଇଁ ଆଜି ହିଁ ଚୁକ୍ତି ହୋଇଥାଏ | ଅର୍ଥାତ ,ବ୍ୟବସାୟୀମାନେ କେବଳ ବର୍ତ୍ତମାନ ତେଲ ଯୋଗାଣକୁ ନୁହେଁ ,ଆଗାମୀ ଦିନରେ ଯୋଗାଣରେ ବାଧା ସୃଷ୍ଟି ହେବାର ଆଶଂକାକୁ ମଧ୍ୟ ତେଲର ଦରରେ ଯୋଡି ଦିଅନ୍ତି | ଆମେରିକାର ସାମରିକ ମୁତୟନ ସମ୍ପର୍କିତ ଖବର ମଧ୍ୟରେ କଚ୍ଚା ତେଲ ଦରରେ ବୃଦ୍ଧି ଦେଖାଗଲା | ରିପୋର୍ଟ ଅନୁସାରେ, ଆମେରିକା ମିଡିଲ୍ ଇଷ୍ଟକୁ ତୃତୀୟ ଏୟାରକ୍ରାଫ୍ଟ କ୍ୟାରିଅର୍ ଷ୍ଟ୍ରାଇକ୍ ଗ୍ରୁପ୍ ପଠାଉଛି ଏବଂ ଅତିରିକ୍ତ ସୈନ୍ୟ ମଧ୍ୟ ମୁତୟନ କରାଯାଉଛି | ତେବେ, ଏହି ମୁତୟନ ନୂଆ ଆକ୍ରମଣ ଆରମ୍ଭ ହେବାର ପୁଷ୍ଟି ନୁହେଁ | କିନ୍ତୁ ବଜାର ଏହାକୁ ଇରାନ ସହ ସମ୍ଭାବ୍ୟ ବିବାଦ ଆହୁରି ବଢ଼ିବାର ସଙ୍କେତ ଦେଖାଯାଉଛି | ଗତ ସପ୍ତାହରେ ଷ୍ଟ୍ରେଟ ଅଫ ହୋର୍ମୁଜ୍ ଯିବାବେଳେ ତିନୋଟି ଟାଙ୍କର ଆକ୍ରମଣର ଶିକାର ହୋଇଥିଲେ | 'ହର୍ମୁଜ୍ ପ୍ରଣାଳୀ' ତେଲ ପରିବହନର ଏକ ଗୁରୁତ୍ୱପୂର୍ଣ୍ଣ ସମୁଦ୍ରପଥ | ଏଠାରେ ଜାହାଜ ଉପରେ ଆକ୍ରମଣ ହେଲେ ତେଲ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ବଢ଼ିଯାଏ | ତେଲ ବଜାରରେ ମଧ୍ୟ ଏହିଭଳି ଚିନ୍ତା ରହିଛି। ବର୍ତ୍ତମାନ ଯଦିଓ ତେଲ ଯୋଗାଣ ହେଉଛି, କିନ୍ତୁ 'ପରବର୍ତ୍ତୀ ଚାଲାଣ କେଉଁ ରାସ୍ତାରେ ଆସିବ ଏବଂ ସେହି ରାସ୍ତା ସୁରକ୍ଷିତ ରହିବ କି ନାହିଁ', ତାହାକୁ ନେଇ ବିପଦ ରହିଛି |ଅନ୍ୟପଟେ, ୟୁକ୍ରେନର ଆକ୍ରମଣରେ ରୁଷିଆର ରିଫାଇନାରୀଗୁଡ଼ିକ କ୍ଷତିଗ୍ରସ୍ତ ହେବା ପରେ ରୁଷିଆ 'ଡିଜେଲ ରପ୍ତାନି ଉପରେ ରୋକ' ଲଗାଇଛି | ଅର୍ଥାତ୍ ଅନ୍ୟ ଦେଶକୁ ଡିଜେଲ ବିକ୍ରି କରିବାରେ ପ୍ରତିବନ୍ଧକ ଲଗାଯାଇଛି | ଏହା ସହିତ ଇରାନ ଏବଂ ତାହାର ସହଯୋଗୀ ହୁଥି ଗୋଷ୍ଠୀ ମଧ୍ୟ ମଧ୍ୟପ୍ରାଚ୍ୟର ରିଫାଇନାରୀଗୁଡ଼ିକ ଉପରେ ଆକ୍ରମଣ କରିଛନ୍ତି |ଏହି ସବୁ ଘଟଣା ଯୋଗୁଁ ବିଶ୍ୱ ଇନ୍ଧନ ବଜାରରେ ଯୋଗାଣ ସମସ୍ୟା ବଢ଼ିଛି। ଆମେରିକାରେ ଗତ ମାସରେ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଥିଲା | ଗୁରୁବାର ମଧ୍ୟ ଡିଜେଲର ହାରାହାରି ଦର 'ପ୍ରତି ଗ୍ୟାଲନ 6.40 ଡଲାର' ଥିଲା | 'ଗ୍ୟାଲନ' ଆମେରିକାରେ ବ୍ୟବହୃତ ଏକ ଆୟତନ ମାପର ଏକକ |ଗୋଟିଏ ଆମେରିକୀୟ ଗ୍ୟାଲନ ପ୍ରାୟ '3.785 ଲିଟର' ସହ ସମାନ। ଏହା ଆମେରିକାର 'ହାରାହାରି ଡିଜେଲ ଦର'। ବିଶ୍ୱ ଇନ୍ଧନ ବଜାରରେ ଯୋଗାଣ ନେଇ ଚିନ୍ତା ମଧ୍ୟରେ ଆମେରିକାରେ ଡିଜେଲ ରପ୍ତାନି ଉପରେ ରୋକ ଲଗାଇବା ନେଇ ଆଲୋଚନା ଜୋର ଧରିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ବିଚାର କରୁଥିବା କହିଥିଲେ । ଏହି ଯୋଜନାରୁ କିଛିଟା ପଛକୁ ହଟୁଥିବା ସଙ୍କେତ ମିଳିଛି। ଏପର୍ଯ୍ୟନ୍ତ ଡିଜେଲ ରପ୍ତାନି ଉପରେ କୌଣସି ରୋକ ଲାଗୁ ହୋଇନାହିଁ । ଅନ୍ୟପଟେ, ଚୀନରୁ ମଧ୍ୟ ଇନ୍ଧନ ରପ୍ତାନିକୁ ନେଇ ଖବର ଆସିଛି । ଚୀନର କିଛି ରିଫାଇନାରୀ ଅକ୍ଟୋବର ପାଇଁ ନିର୍ଦ୍ଧାରିତ ପେଟ୍ରୋଲ ଓ ଜେଟ୍ ଫ୍ୟୁଏଲର କିଛି ରପ୍ତାନି ଚୁକ୍ତି ବାତିଲ କରିଛନ୍ତି। ଏହା ଘରୋଇ ବଜାରରେ ଇନ୍ଧନ ଯୋଗାଣ ବଜାୟ ରଖିବାର ସଙ୍କେତ ହୋଇପାରେ। ତେବେ, ଏହାକୁ ଚୀନର ସମ୍ପୂର୍ଣ୍ଣ ଇନ୍ଧନ ରପ୍ତାନି ଉପରେ ପ୍ରତିବନ୍ଧ ବୋଲି କୁହାଯାଇପାରିବ ନାହିଁ | ଏହି ପରିସ୍ଥିତିର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିପାରେ | ଇନ୍ଧନର ଅନ୍ତର୍ଜାତୀୟ ଦର ଦୀର୍ଘ ସମୟ ଧରି ଉଚ୍ଚ ରହିଲେ ଆମଦାନି ଓ ପରିବହନ ଖର୍ଚ୍ଚ ବଢ଼ିବା ସହ ବ୍ୟବସାୟିକ ଖର୍ଚ୍ଚ ଏବଂ ମୁଦ୍ରାସ୍ଫୀତି ଉପରେ ଚାପ ପଡ଼ିପାରେ | ତେବେ ଅନ୍ତର୍ଜାତୀୟ ତେଲ ଦର ବଢ଼ିଲେ ଭାରତରେ ପେଟ୍ରୋଲ-ଡିଜେଲ ଦର ତୁରନ୍ତ ସେହି ଅନୁପାତରେ ବଢ଼ିବା ନିଶ୍ଚିତ ନୁହେଁ ବୋଲି କୁହାଯାଇଛି |
