Court rejects Vimal Elaichi plea : ବିମଲ ଇଲାଇଚି କୁ ଝଟକା : ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
ଅଦାଲତ,ବିମଲ ଇଲାଚିର ମାଷ୍ଟର ଲାଇସେନ୍ସପ୍ରାପ୍ତ ସଂସ୍ଥା 'ପିବି ଏଗ୍ରୋ ଏଲଏଲପି'ର ଆବେଦନକୁ କ୍ଷେତ୍ରାଧିକାର ଅଭାବ ଆଧାରରେ ଖାରଜ କରିଛନ୍ତି । ବିଚାରପତି ସ୍ୱର୍ଣ୍ଣକାନ୍ତା ଶର୍ମା ମାମଲାର ଶୁଣାଣି କରି କହିଛନ୍ତି ଯେ, ଦିଲ୍ଲୀରୁ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରିବା କିମ୍ବା ବ୍ୟବସାୟିକ କାର୍ଯ୍ୟାଳୟ ରହିବା ମାତ୍ରକେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କୁ ଆଞ୍ଚଳିକ ଅଧିକାର କ୍ଷେତ୍ର ସାବ୍ୟସ୍ତ କରାଯାଇପାରିବ ନାହିଁ

ବିମଲ ଇଲାଇଚିର ବିଜ୍ଞାପନ ଓ ସରୋଗେଟ ପ୍ରମୋଶନ କୁ ନେଇ ଚାଲିଥିବା ଵିଵାଦରେ ଦିଲ୍ଲୀ ହାଇକୋର୍ଟ ଏକ ବଡ ନିଷ୍ପତି ଶୁଣାଇଛନ୍ତି | ଅଦାଲତ,ବିମଲ ଇଲାଚିର ମାଷ୍ଟର ଲାଇସେନ୍ସପ୍ରାପ୍ତ ସଂସ୍ଥା 'ପିବି ଏଗ୍ରୋ ଏଲଏଲପି'ର ଆବେଦନକୁ କ୍ଷେତ୍ରୀୟ କ୍ଷେତ୍ରାଧିକାର ଅଭାବ ଆଧାରରେ ଖାରଜ କରିଛନ୍ତି । ଏହା ସହିତ ଦିଲ୍ଲୀ ହାଇକୋର୍ଟ ବିମଲ ଇଲାଇଚି ବିଜ୍ଞାପନ ମାମଲାରେ କୌଣସି ଗୁଣାତ୍ମକ ମନ୍ତବ୍ୟ ନଦେଇ ମହାରାଷ୍ଟ୍ରରେ ନିଜର ଆଇନଗତ ଲଢ଼େଇ ଜାରି ରଖିବାକୁ ସଂସ୍ଥାକୁ ସ୍ୱାଧୀନତା ଦେଇଛନ୍ତି। ବିଚାରପତି ସ୍ୱର୍ଣ୍ଣକାନ୍ତା ଶର୍ମା ମାମଲାର ଶୁଣାଣି କରି କହିଛନ୍ତି ଯେ, ଦିଲ୍ଲୀରୁ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରିବା କିମ୍ବା ବ୍ୟବସାୟିକ କାର୍ଯ୍ୟାଳୟ ରହିବା ମାତ୍ରକେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କୁ ଆଞ୍ଚଳିକ ଅଧିକାର କ୍ଷେତ୍ର ସାବ୍ୟସ୍ତ କରାଯାଇପାରିବ ନାହିଁ,କାରଣ ଏହି ସବୁ ତଥ୍ୟ ମହାରାଷ୍ଟ୍ର ଖାଦ୍ୟ ଔଷଧ ପ୍ରଶାସନ (FDA) ଦ୍ୱାରା ଦିଆଯାଇଥିବା କାରଣ ଦର୍ଶାଅ ନୋଟିସର ବୈଧତା ଉପରେ କୌଣସି ପ୍ରତ୍ୟକ୍ଷ ପ୍ରଭାବ ପକାଏ ନାହିଁ। ଏହା ସହିତ କୋର୍ଟ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ଆବେଦନରେ ଆନୁଷଙ୍ଗିକ ତଥ୍ୟକୁ ଆଧାର କରି ମୁଖ୍ୟ ବିବାଦର ସ୍ଥାନକୁ ବଦଳାଯାଇପାରିବ ନାହିଁ, ଯେତେବେଳେ କି ପ୍ରକୃତ ଘଟଣା ଅନ୍ୟ ରାଜ୍ୟ ସହ ଜଡ଼ିତ ରହିଛି। କେନ୍ଦ୍ର ସରକାର ଏବଂ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA)ଙ୍କ ପକ୍ଷରୁ ମଧ୍ୟ କୋର୍ଟରେ ଯୁକ୍ତି ରଖାଯାଇଥିଲା ଯେ ଯେହେତୁ ନୋଟିସ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଜାରି ହୋଇଛି, ତେଣୁ ଏହି ମାମଲା ବମ୍ବେ ହାଇକୋର୍ଟରେ ଆଗତ ହେବା ଉଚିତ। ଦିଲ୍ଲୀ ହାଇକୋର୍ଟ ସ୍ପଷ୍ଟ କରିଛି କି ଯାଚିକା କୁ କେବଳ କ୍ଷେତ୍ରୀୟ କ୍ଷେତ୍ରାଧିକାର ଅଭାବ ଆଧାରରେ ଖାରଜ କରାଯାଉଛି, ଅଦାଲତ ବିମଲ ଇଲାଇଚିର ବିଜ୍ଞାପନ ବୈଧତା କିମ୍ବା ବିବାଦର ମୂଳ ଗୁଣ ଦୋଷ ଉପରେ କୌଣସି ଟିପ୍ପଣୀ କରିବାକୁ ମନାକରିଛି | ଏହାର ସିଧା ଅର୍ଥ ହେଉଛି ଯେ 'ପିବି ଏଗ୍ରୋ ଏଲଏଲପି' ଏବେ ନିଜ ବିଜ୍ଞାପନ ସମ୍ବନ୍ଧୀୟ ଆଇନଗତ ତର୍କକୁ ମହାରାଷ୍ଟ୍ରର ସମ୍ବନ୍ଧିତ ଅଦାଲତ ଅବା ବମ୍ବେ ହାଇକୋର୍ଟ ସମକ୍ଷରେ ପ୍ରସ୍ତୁତ କରିପାରିବ |
