ବଚ୍ଚନ ପରିବାରକୁ ପ୍ରଶ୍ନ- ପ୍ରତିଷ୍ଠା ନାଁରେ କେତେ ପୀଢ଼ି ଯାଏ ଚାଲିବ ?
କୌଣସି ଖାସ୍ ଉପନାମରେ ନିଜର ପ୍ରତିଷ୍ଠା ଥାଏ। ଯାହା ଉପଲବ୍ଧି ବା ବିଶେଷ କ୍ଷେତ୍ରରେ ଅର୍ଜିତ ଖ୍ୟାତିରେ ହୋଇଥାଏ। ଏହି ପ୍ରତିଷ୍ଠାକୁ ଯଦି ଏକ ଟ୍ରେଡମାର୍କ ଭାବେ ଦାବି କରାଯାଉଛି। ତାହେଲେ କଅଣ ଏହା ପୀଢ଼ି ପରେ ପୀଢ଼ି ଚାଲିଥିବ କି। ଏମିତି ଚାଲିଲେ ଏହାର ସୀମା କେଉଁଯାଏ ରହିବ।

ବଚ୍ଚନ ପରିବାରକୁ ଅଦାଲତଙ୍କ ବଡ଼ ପ୍ରଶ୍ନ। କଅଣ ପରିବାର ନାଁରେ ଚାଲିଥିବା ପ୍ରତିଷ୍ଠା ପୀଢ଼ି ପରେ ପୀଢ଼ି ଆଗକୁ ଚାଲିଥିବ କି। ଅଭିନେତା ଅଭିଷେକ ବଚ୍ଚନ ଓ ଅଭିନେତ୍ରୀ ଐଶ୍ୱର୍ଯ୍ୟା ବଚ୍ଚନଙ୍କ ଝିଅ ଆରାଧ୍ୟ ବଚ୍ଚନଙ୍କ ବାବଦରେ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ପୋଷ୍ଟ ମାମଲାରେ ଶୁଣାଣୀ ବେଳେ ଏଭଳି ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ କରିଛନ୍ତି ଅଦାଲତ। ଜଷ୍ଟିସ ଅନୁପ ଜେ ଭମ୍ୱାନୀ ପଚାରିଛନ୍ତି, ଯଦି କୌଣସି ପରିବାର ନାଁରେ କୌଣସି ଟ୍ରେଡମାର୍କ ଭଳି ପ୍ରତିଷ୍ଠା ଲାଗିଛି। ଏହା ଆସନ୍ତା କେତେ ପୀଢ଼ି ଯାଏ ପରିବାର ନାଁରେ ଥିବା ଏହି ପ୍ରତିଷ୍ଠାର ସେମାନେ ଲାଭ ନେଉଥିବେ। ୨୦୨୩ର ଘଟଣା। ବଚ୍ଚନ ପରିବାର ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଆରାଧ୍ୟା ଓ ଅଭିଷେକ ଏହି ପିଟିସନ ଦାଖଲ କରିଥିଲେ। ଆରୋପ ଲଦିଥିଲେ ଯେ, ୟୁଟ୍ୟୁବରେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଓ ବ୍ୟକ୍ତିଗତ ଜୀବନ ବାବଦରେ ପୁରା ମିଛ ଓ ବିଭ୍ରାନ୍ତିକର ଭିଡ଼ିଓ ପ୍ରସାରିତ କରାଯାଉଛି। ଶୁଣାଣୀ ବେଳେ ଜଷ୍ଟିସ କହିଛନ୍ତି, ଟ୍ରେଡମାର୍କ ଓ ତାଙ୍କ ପ୍ରତିଷ୍ଠା କୌଣସି ପ୍ରଡ଼କ୍ଟ ବା ସର୍ଭିସ ସହ ଜଡ଼ିତ ଥାଏ। କିନ୍ତୁ ଯେବେ କୌଣସି ବ୍ୟକ୍ତିଙ୍କ ବାବଦରେ କଥା ପଡ଼େ। ତାହେଲେ ଏ ମାମଲା ରିଫ୍ରେସ ଭାବରେ କିଛି ଦୂର ଯାଏ ଅଲଗା ହୋଇପାରେ। ଜଷ୍ଟିସ ଭମ୍ୱାନୀ ପ୍ରଶ୍ନ କରିଛନ୍ତି, କୌଣସି ଖାସ୍ ଉପନାମରେ ନିଜର ପ୍ରତିଷ୍ଠା ଥାଏ। ଯାହା ଉପଲବ୍ଧି ବା ବିଶେଷ କ୍ଷେତ୍ରରେ ଅର୍ଜିତ ଖ୍ୟାତିରେ ହୋଇଥାଏ। ଏହି ପ୍ରତିଷ୍ଠାକୁ ଯଦି ଏକ ଟ୍ରେଡମାର୍କ ଭାବେ ଦାବି କରାଯାଉଛି। ତାହେଲେ କଅଣ ଏହା ପୀଢ଼ି ପରେ ପୀଢ଼ି ଚାଲିଥିବ କି। ଏମିତି ଚାଲିଲେ ଏହାର ସୀମା କେଉଁଯାଏ ରହିବ। ଏହା ବ୍ୟତୀତ ଅଦାଲତ ପ୍ରଶ୍ନ କରିଛନ୍ତି କି କଅଣ କୌଣସି ଫେକ୍ ନ୍ୟୁଜ୍ ପବ୍ଲିସ କରିବାରେ ସେ ଘୃଣାଜନକ ହେଉ ବା ବୌଦ୍ଧିକ ସମ୍ପଦା ଅଧିକାରର ଉଲ୍ଲଂଘନ ହୋଇପାରେ କି। ସେପଟେ ଓକିଲ ତର୍କ ରଖିଛନ୍ତି ଯେ, ଏଭଳି ପୋଷ୍ଟରେ ପୁରା ପରିବାରର ଫଟୋକୁ ବ୍ୟବହାର ହୋଇଛି। ବଚ୍ଚନ ନାଁକୁ ବ୍ୟବହାର କରି ଫେକ୍ ନ୍ୟୁଜ୍ ର ପ୍ରସାର କରାଯାଉଛି। ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଏପ୍ରିଲ ୨୦, ୨୦୨୩ରେ ଅନେକ ୟୁଟ୍ୟୁବ ଚାନେଲକୁ ରୋକ୍ ଲଗାଇଥିଲେ। ଯେଉଁମାନେ ଆରାଧ୍ୟା ବଚ୍ଚନଙ୍କ ସ୍ୱାସ୍ଥ୍ୟ ବାବଦରେ ବିଭ୍ରାନ୍ତିକର ତଥ୍ୟ ପରିବେଷଣ କରିଥିଲେ। ଅଦାଲତ କହିଥିଲେ, କୌଣସି ପିଲା ବାବଦରେ ଭୁଲ ତଥ୍ୟ ପ୍ରଚାରପ୍ରସାର କରିବା ବେମାରୀ ମାନସିକତାକୁ ପ୍ରଦର୍ଶିତ କରୁଛି। ଗୁଗଲ ଏଭଳି କଣ୍ଟେଣ୍ଟର ପ୍ରସାର କରିବାକୁ ଅନୁମତି ଦେଇପାରିବନି। ଏ ମାମଲାର ପରବର୍ତ୍ତୀ ଶୁଣାଣୀ ସେପ୍ଟେମ୍ୱରରେ ହେବ।
