CEC Gyanesh Kumar Contempt Of Court:ନିର୍ବାଚନ କମିଶନରଙ୍କ ବିରୁଦ୍ଧରେ ଅଦାଲତ ଅବମାନନା!
କିଏ ଭୋଟ ଦେବେ କିଏ ନ ଦେବେ ସେହି ନିଷ୍ପତ୍ତି ନେବାରେ ନିର୍ବାଚନ କମିସନଙ୍କ ଭୂମିକାକୁ ନେଇ ବିବାଦ ଓ ବିତର୍କ ଭାରତବର୍ଷର ରାଜନୀତିକୁ ଆଚ୍ଛାଦିତ କରିଛି । ବାରମ୍ୱାର ଭୋଟର ତାଲିକାରୁ ନାମ କଟିବା ଏବଂ ଯୋଡିବାର ପ୍ରହସନ, ଦୁଇ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀ ବାରମ୍ୱାର ଆପତ୍ତି , ଜ୍ଞାନେଶ କୁମାର ଡାଟାବେସ୍ କୁ ଅକ୍ତିଆର ରଖିବା ଭଳି ଗର୍ହିତ କାର୍ଯ୍ୟର ଖୁଲାସା କରିଛି ଏକ ରିପୋର୍ଟ।

ଅଡୁଆରେ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା ସହ ଉଲ୍ଲଂଘନର ଆରୋପ। ସୁପ୍ରିମକୋର୍ଟର ଓକିଲ ବ୍ରଜେଶ ସିଂ ଆଜି ଏ ସନ୍ଦର୍ଭରେ ଆଟର୍ଣ୍ଣି ଜେନେରାଲ ଆର.ଭେଙ୍କଟରମଣଙ୍କୁ ଲେଖିଥିବା ଚିଠିରେ କୋର୍ଟ ଅବମାନନା କଥାର ଅବତାରଣା କରିଛନ୍ତି। ସେଥିଲାଗି ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୁଦ୍ଧରେ କେସ୍ କରିବାକୁ ସରକାରଙ୍କୁ ଅପିଲ୍ କରିଛନ୍ତି ବ୍ରଜେଶ। ୩ କୋଟି ଭୋଟରଙ୍କୁ ଧୋକ୍କା ଦେଇଛନ୍ତି। ଦୁଇ କମିଶନରଙ୍କୁ ବିଶ୍ୱାସକୁ ନ ନେଇ ତାଙ୍କ ଅକ୍ତିଆରରେ ଥିବା ଡାଟାବେସର ଦୁରୁପଯୋଗ କରିଛନ୍ତି ଜ୍ଞାନେଶ। ଗଲା ୧୦ ମାସରେ ୧୪ଥର ଆପତ୍ତି ସତ୍ତ୍ୱେ ଫଳ ଶୂନ। ଏକ ଇଂରାଜୀ ଖବରକାଗଜ ଦି ଇଣ୍ଡିଆନ ଏକ୍ସପ୍ରେସରେ ଏ ଚାଞ୍ଚଲ୍ୟକର ତଥ୍ୟ ଆଗକୁ ଆସିବା ପରେ ଅଡ଼ୁଆ ବଢ଼ିଛି। ଭାରତର ନିର୍ବାଚନ କମିସନଙ୍କ ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ(ଏସଆଇଆର) ଜୁନ୍ ୨୦୨୫ ରେ ବିହାରରୁ ଆରମ୍ଭ ହୋଇଥିଲା। ଏହି ପ୍ରକ୍ରିୟାରେ ୩୦ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ୧୩ କୋଟିରୁ ଅଧିକ ନାମ ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି । କିଏ ଭୋଟ ଦେବେ କିଏ ନ ଦେବେ ସେହି ନିଷ୍ପତ୍ତି ନେବାରେ ନିର୍ବାଚନ କମିସନଙ୍କ ଭୂମିକାକୁ ନେଇ ବିବାଦ ଓ ବିତର୍କ ଭାରତବର୍ଷର ରାଜନୀତିକୁ ଆଚ୍ଛାଦିତ କରିଛି । ବାରମ୍ୱାର ଭୋଟର ତାଲିକାରୁ ନାମ କଟିବା ଏବଂ ଯୋଡିବାର ପ୍ରହସନ, ଦୁଇ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀ ବାରମ୍ୱାର ଆପତ୍ତି , ଜ୍ଞାନେଶ କୁମାର ଡାଟାବେସ୍ କୁ ଅକ୍ତିଆର ରଖିବା ଭଳି ଗର୍ହିତ କାର୍ଯ୍ୟର ଖୁଲାସା କରିଛନ୍ତି ସାମ୍ୱାଦିକା ରିତିକା ଚୋପ୍ରା । ଏସଆଇଆର କାର୍ଯ୍ୟ ତିନି ସଦସ୍ୟ ବିଶିଷ୍ଟ ନିର୍ବାଚନ କମିସନଙ୍କ ତତ୍ତ୍ୱାବଧାନରେ ହେବା କଥା । ମାତ୍ର ତାହା ହୋଇଛି କେବଳ କାଗଜ କଲମରେ । ବାସ୍ତବରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଏକା ଏକା ସବୁ ନିଷ୍ପତ୍ତି ନେଇଛନ୍ତି । ଅନ୍ୟ ଦୁଇ କମିସନର ଶ୍ରୀ ସାନ୍ଧୁ ଏବଂ ଶ୍ରୀ ଯୋଶୀଙ୍କୁ ସେ ବିଶ୍ୱାସକୁ ନେଇନାହାନ୍ତି । ଶ୍ରୀ ସିନ୍ଧୁ ଏବଂ ଶ୍ରୀ ଯୋଶୀ ଏହା ଉପରେ ଆପତ୍ତି ଉଠାଇଥିଲେ । ଗତ ୧୦ ମାସରେ ୧୪ ଥର ଲିଖିତ ଭାବରେ ଏହାର ପ୍ରତିବାଦ କରିଥିଲେ । ସେମାନଙ୍କ ଅଜାଣତରେ ସବୁ ନିଷ୍ପତ୍ତିକୁ ନେଇ ପ୍ରଶ୍ନ କରିଥିଲେ । ମାତ୍ର ତାହାର ଉତ୍ତର ମିଳିଲାନି । ସାଧାରଣତଃ ନୂଆ ଭୋଟର ପଞ୍ଜୀକରଣ, ନାଁ ବାଦ୍ ଇତ୍ୟାଦି ବିଭିନ୍ନ ଅଭିଯୋଗଗୁଡ଼ିକର କପି ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ପାଖକୁ ଯାଉଥିଲା । ତାଙ୍କ ଜାଣତରେ କିଛି ଅଭିଯୋଗ ଉପ ନିର୍ବାଚନ କମିଶନରଙ୍କ ନିକଟକୁ ପଠାଯାଉଥିଲା । ଏହି ସୁଯୋଗରେ ମୁଖ୍ୟ ନିର୍ବାଚନ କମିସନର ଅନ୍ୟ ଦୁଇ ସଦସ୍ୟଙ୍କୁ ଅନ୍ଧାରରେ ରଖି ଏକାକୀ ସବୁ କାର୍ଯ୍ୟକାରୀ କରୁଥିଲେ ବୋଲ କୁହାଯାଇଛି ରିପୋର୍ଟରେ। ନିକଟରେ, ଏକ ନିର୍ଦ୍ଦିଷ୍ଟ ମାମଲାରେ ଶ୍ରୀ ସାନ୍ଧୁ ତାଙ୍କ ପ୍ରତିବାଦକୁ ଲିଖିତ ଆକାରରେ ଦେଇଥିଲେ । ଦୁଇ କମିସନରଙ୍କ ଲିଖିତ ପରାମର୍ଶ ବିରୋଧରେ ନିର୍ବାଚନ କମିସନ କରିଥିବା କାର୍ଯ୍ୟ ଅନଧିକୃତ ଏବଂ ବେଆଇନ ବୋଲି ଦର୍ଶାଇଥିଲେ । ସେହିଭଳି, ଭୋଟର ସଫ୍ଟୱେୟାରର ବିଶ୍ୱସନୀୟତା ପ୍ରସଙ୍ଗରେ ଏହି ଦୁଇ ନିର୍ବାଚନ କମିସନର କ୍ୟାବିନେଟ୍ ସଚିବଙ୍କର ଦ୍ୱାରସ୍ଥ ହୋଇଥିଲେ । ପୃଥକ୍ ଭାବେ ତାଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ । ମାତ୍ର କିଛି ହେଲା ନାହିଁ । ଏହାର ପରିଣାମସ୍ୱରୂପ କେବଳ ୪ ମାସ ପରେ ଅର୍ଥାତ ସେପ୍ଚେମ୍ୱର ୯ରେ ଦୁଇ ନିର୍ବାଚନ କମିଶନରଙ୍କ ସହ ବୈଠକ କରିଥିଲେ ଜ୍ଞାନେଶ କୁମାର। ଏହା ସେମାନଙ୍କର ପ୍ରଥମ ପୂର୍ଣ୍ଣ ବୈଠକ ଥିଲା । ପୂର୍ବରୁ ତିନି କମିଶନର ଏକାଠି ବୈଠକ ବି କରି ନ ଥିଲେ । ନିର୍ବାଚନ କମିସନ ନିଯୁକ୍ତି ସଂକ୍ରାନ୍ତୀୟ ୨୦୨୩ ନିୟମାବଳୀ ଆଧାରରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ ପ୍ୟାନେଲ୍ ଏହି ତିନିଜଣଙ୍କୁ ନିଯୁକ୍ତି ଦେଇଥିଲେ । ମାର୍ଚ୍ଚ ୨୦୨୪ରେ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁଙ୍କ ନିଯୁକ୍ତିକୁ ତତ୍କାଳୀନ କଂଗ୍ରେସ ସଂସଦୀୟ ଦଳ (ବିରୋଧୀ ଦଳ) ନେତା ଅଧୀର ରଞ୍ଜନ ଚୌଧୁରୀ ବିରୋଧ କରିଥିଲେ । ସେହିଭଳି ଫେବ୍ରୁଆରୀ ୨୦୨୫ରେ ଜ୍ଞାନେଶ କୁମାରଙ୍କ ମୁଖ୍ୟ ନିର୍ବାଚନ କମିସନର ଭାବେ ପଦୋନ୍ନତି ଏବଂ ବିବେକ ଯୋଶୀଙ୍କ ନିଯୁକ୍ତିକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିରୋଧ କରିଥିଲେ । ‘ଭୋଟ ଚୋରି’ ଉପାଖ୍ୟାନରେ ମୁଖ୍ୟ ଖଳନାୟକ ଭାବେ ଜ୍ଞାନେଶ କୁମାରଙ୍କୁ ଚିତ୍ରଣ କରିଥିଲେ ରାହୁଲ ଗାନ୍ଧୀ । ଭାରତୀୟ ସମ୍ୱିଧାନ ଓ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚନ କମିସନ ଭଳି ମର୍ଯ୍ୟାଦାସମ୍ପନ୍ନ, ନିରପେକ୍ଷ ଏବଂ ପବିତ୍ର ଅନୁଷ୍ଠାନକୁ ସେ ବଦନାମ ଓ ଛାରଖାର କରିଦେଇଥିବା ବିରୋଧୀ ଦଳ ଅଭିଯୋଗ କରି ଆସୁଛନ୍ତି। ଜ୍ଞାନେଶ କୁମାରଙ୍କ ବିରୋଧରେ କ୍ରିମିନାଲ କଣ୍ଟେପ୍ଟ ବା ଅଦାଲତ ଅବମାନନା ମାମଲା ଆରମ୍ଭ କରିବା ପାଇଁ ଅନୁମତି ମାଗାଯାଇଛି। ଅଭିଯୋଗ ହେଉଛି, ନିର୍ବାଚନ କମିଶନରଙ୍କ କିଛି କାର୍ଯ୍ୟ ସୁପ୍ରିମକୋର୍ଟର ପୂର୍ବତନ ରାୟ ସହିତ ବିରୋଧାଭାସ ସୃଷ୍ଟି କରୁଛି। ଏଥିରେ ବିଶେଷକରି ଟି.ଏନ୍. ଶେଷାନ ମାମଲା ଏବଂ ଅନୂପ ବରନୱାଲ ମାମଲାର ରାୟକୁ ଉଲ୍ଲେଖ କରାଯାଇଛି। ଭୋଟର ତାଲିକାରେ ପରିବର୍ତ୍ତନ, ନାମ ଯୋଡ଼ା ଓ ବାଦ୍ ଦେବା, ଫର୍ମ-୬ ଏବଂ ଭୋଟର ତଥ୍ୟ ପରିଚାଳନା ଭଳି କିଛି ପ୍ରସଙ୍ଗରେ ଅନ୍ୟ ନିର୍ବାଚନ କମିଶନରମାନେ ଆପତ୍ତି ଜଣାଇଥିବା କୁହାଯାଉଛି। ଅବଶ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ ଆଭ୍ୟନ୍ତରୀଣ ଆଲୋଚନା ସମୟରେ ମତଭେଦ ହେବା ସ୍ୱାଭାବିକ ଏବଂ ଅନ୍ତିମ ନିଷ୍ପତ୍ତିଗୁଡ଼ିକ ସର୍ବସମ୍ମତିରେ ନିଆଯାଇଛି।
