Cuttack Fire Victims Support : ଶୋକସନ୍ତପ୍ତ ପରିବାରକୁ କଂଗ୍ରେସର ଆର୍ଥିକ ସହାୟତା
ମାଆ ଓ ଦୁଇ ଶିଶୁଙ୍କ ମୃତ୍ୟୁରେ ଶୋକର ଛାୟା, ପୀଡ଼ିତ ପରିବାରକୁ କଂଗ୍ରେସର ସମବେଦନା ଓ ଆର୍ଥିକ ସହାୟତା |
ଅଗ୍ନିକାଣ୍ଡରେ ଉଜୁଡ଼ିଲା ପରିବାର | କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ପଞ୍ଚାୟତର ଝାଡେଶ୍ୱରପୁର ଗ୍ରାମରେ ଅଗ୍ନିକାଣ୍ଡରେ ମାଆ ଓ ଦୁଇ ନାବାଳକ ସନ୍ତାନଙ୍କ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛି କଂଗ୍ରେସ ପ୍ରତିନିଧି ଦଳ | ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ୍ତ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୃତକଙ୍କ ପରିବାରକୁ ଭେଟି ଗଭୀର ଶୋକ ପ୍ରକାଶ କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି | ସୂଚନା ଅନୁଯାୟୀ, ଝାଡେଶ୍ୱରପୁର ଗ୍ରାମର ସେକ୍ ଗୁଫରାନଙ୍କ ପତ୍ନୀ ଗୁଲଫସା ପରବିନ (୩୦), ଝିଅ ରସନି ପରବିନ (୧୧) ଏବଂ ମାତ୍ର ୯ ମାସର ଶିଶୁପୁତ୍ର ସେକ୍ ଅରହାନ ନଳିପୁରସ୍ଥିତ ଜଣେ ବନ୍ଧୁଙ୍କ ଘରେ ଘଟିଥିବା ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିଲେ | ଏହି ହୃଦୟବିଦାରକ ଘଟଣାରେ ମୃତକଙ୍କ ପରିବାର ପ୍ରତି କଂଗ୍ରେସ ପ୍ରତିନିଧି ଦଳ ଗଭୀର ସମବେଦନା ଜଣାଇଲେ | ଏଥି ସହ ଏଭଳି ଦୁଃଖଦ ସମୟରେ ପରିବାର ସହ ଠିଆ ହୋଇଛନ୍ତି |
