CJI SLAMS MAGISTRATE FOR NOTICE:ଛାତ୍ରଙ୍କୁ ୫ଲକ୍ଷର ନୋଟିସ- ମାଜିଷ୍ଟ୍ରେଟଙ୍କୁ କାହିଁକି ରାଗିଲେ ସିଜେଆଇ?
ମାଜିଷ୍ଟ୍ରେଟଙ୍କ ଏତେ ସାହସ ହେଲା କେମିତି। ସେ ଛାତ୍ରଙ୍କୁ ନୋଟିସ କଲେ। ମାଜିଷ୍ଟ୍ରେଟ କେମିତି ଆମ ଆଦେଶକୁ ଉଲ୍ଲଂଘନ କଲେ। ଏ ସନ୍ଦର୍ଭରେ ମାଜିଷ୍ଟ୍ରେଟଙ୍କଠୁ ସ୍ପଷ୍ଟିକରଣ ମଗାଯିବ ବୋଲି କହିଛନ୍ତି ସିଜେଆଇ। ଅବଶ୍ୟ ସୁପ୍ରିମକୋର୍ଟକୁ ଜଣାଇ ଦିଆଯାଇଛି ଯେ, ଛାତ୍ରଙ୍କୁ ଦିଆଯାଇଥିବା ନୋଟିସ ପ୍ରତ୍ୟାହାର କରିନିଆଯାଇଛି।

ନୋଏଡା ମାଜିଷ୍ଟ୍ରେଟଙ୍କୁ ଭର୍ତ୍ସନା କଲେ ସିଜେଆଇ। ନୋଏଡ଼ାର ଗୌତମବୁଦ୍ଧ ୟୁନିଭରସିଟିର ଛାତ୍ର ଅକ୍ଷତ ତ୍ରିପାଠୀଙ୍କୁ ୫ଲକ୍ଷ ଟଙ୍କାର ନୋଟିସ ଦେବା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଏ ମାମଲାକୁ ନେଇ ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତ ନୋଏଡା ମାଜିଷ୍ଟ୍ରେଟଙ୍କ ଉପରେ ବର୍ଷିଛନ୍ତି। ସିଜେଆଇ କହିଛନ୍ତି, ଯଦି ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ଆଦେଶ ଥିଲା କି କୌଣସି ଛାତ୍ରଙ୍କ ବିରୁଦ୍ଧରେ କୌଣସି ଆକ୍ସନ ହେବନି। ତା ହେଲେ ମାଜିଷ୍ଟ୍ରେଟଙ୍କ ଏତେ ସାହସ ହେଲା କେମିତି। ସେ ଛାତ୍ରଙ୍କୁ ନୋଟିସ କଲେ। ମାଜିଷ୍ଟ୍ରେଟ କେମିତି ଆମ ଆଦେଶକୁ ଉଲ୍ଲଂଘନ କଲେ। ଏ ସନ୍ଦର୍ଭରେ ମାଜିଷ୍ଟ୍ରେଟଙ୍କଠୁ ସ୍ପଷ୍ଟିକରଣ ମଗାଯିବ ବୋଲି କହିଛନ୍ତି ସିଜେଆଇ। ଅବଶ୍ୟ ସୁପ୍ରିମକୋର୍ଟକୁ ଜଣାଇ ଦିଆଯାଇଛି ଯେ, ଛାତ୍ରଙ୍କୁ ଦିଆଯାଇଥିବା ନୋଟିସ ପ୍ରତ୍ୟାହାର କରିନିଆଯାଇଛି। ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ ଯେ, ଗ୍ରେଟର ନୋଏଡାର ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ସିଜେପିର ପ୍ରୋଟେଷ୍ଟ ସନ୍ଦର୍ଭରେ ଛାତ୍ରଙ୍କୁ କେମିତି ନୋଟିସ କଲେ। କାରଣ ବିରୋଧ ପ୍ରଦର୍ଶନ ସହ ଜଡ଼ିତ ଏତଲାକୁ ସୁପ୍ରିମକୋର୍ଟ ପୂର୍ବରୁ ରଦ୍ଦ କରିସାରିଥିଲେ। ବରିଷ୍ଠ ଆଇନଜୀବି ବିଶ୍ୱଜିତ ଭଟ୍ଟାଚାର୍ଯ୍ୟ ସିଜେଆଇ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କ ସମ୍ମୁଖରେ ଏହି ମାମଲା ମୌଖିକ ଭାବେ ଉଠାଇଥିଲେ। ବିଶ୍ୱଜିତ କହିଥିଲେ ଯେ, ଗୌତମବୁଦ୍ଧ ୟୁନିଭରସିଟିର ଦ୍ୱିତୀୟ ବର୍ଷ ଛାତ୍ର ଅକ୍ଷତ ତ୍ରିପାଠୀଙ୍କୁ ନୋଟିସ ଜାରି ହୋଇଛି। କାରଣଦର୍ଶାଅ ନୋଟିସର ଜବାବ ମାଗିବା ସହ ଶାନ୍ତି ବଜାୟ ରଖିବାକୁ ସେ କାହିଁକି ୫ଲକ୍ଷ ଟଙ୍କାର ପର୍ସନାଲ ବଣ୍ଡ୍ ଭରିବେନି। ଏହା ସହ ୫ଲକ୍ଷ ଟଙ୍କାର ଦୁଇଟି ଜାମିନ ଭରିବାକୁ କୁହାଯାଇଥିଲା। ଏଭଳି ନୋଟିସକୁ ନେଇ ଅକ୍ଷତଙ୍କ ସମେତ ଅନେକ ଛାତ୍ରଙ୍କ ଭିତରେ ଭୟର ମାହୋଲ ଖେଳିଯାଇଥିଲା। ଏଭଳି କାର୍ଯ୍ୟାନୁଷ୍ଠାନକୁ କୋର୍ଟର ଅବମାନନା ବୋଲି କହିଥିଲେ ଓକିଲ ବିଶ୍ୱଜିତ। ସେପ୍ଟେମ୍ୱର ୪,୨୦୨୬ରେ ନୋଟିସ ଅନୁସାରେ ଛାତ୍ରଙ୍କ ବିରୁଦ୍ଧରେ ଭାରତୀୟ ନାଗରିକ ସଂହିତାର ଧାରା ୧୨୬ ଓ ୧୩୫ ଆଧାରରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହି କାର୍ଯ୍ୟାନୁଷ୍ଠାନ ପୁଲିସର ରିପୋର୍ଟ ଆଧାରରେ ହୋଇଛି। ଯେଉଁଠି ଅଭିଯୋଗ ଥିଲା କି, ଅକ୍ଷତ ତ୍ରିପାଠୀ ଛାତ୍ରମାନଙ୍କୁ ପ୍ରସ୍ତାବିତ ସିଜେପି ପ୍ରୋଟେଷ୍ଟରେ ସାମିଲ ହେବାକୁ ଉସୁକାଇଥିଲେ।
