Tamilnadu Breakfast Politics: ପ୍ରାତଃଭୋଜନ ଯୋଜନାର ନାଁ ବଦଳାଇଦେଲେ ଥଲପତି
ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ଏମକେ ଷ୍ଟାଲିନର 'ମୁଖ୍ୟମନ୍ତ୍ରୀ ବ୍ରେକଫାଷ୍ଟ ସ୍କିମ' କୁ ' ପେରୁଂଥଲେୱର କାମରାଜର ବ୍ରେକଫାଷ୍ଟ ସ୍କିମ ' ନାମ ଜାରି ରଖିବାର ନିଷ୍ପତି ନେଇଛନ୍ତି |

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ଏମକେ ଷ୍ଟାଲିନ ସରକାରର ସବୁଠୁ ଚର୍ଚ୍ଚିତ କଲ୍ୟାଣକାରି ଯୋଜନା 'ମୁଖ୍ୟମନ୍ତ୍ରୀ ବ୍ରେକଫାଷ୍ଟ ସ୍କିମ'କୁ ଜାରି ରଖିବାର ନିଷ୍ପତି ନେଇଛନ୍ତି | ମୁଖ୍ୟମନ୍ତ୍ରୀ ବିଜୟ ଏହି ଯୋଜନାରେ DMK ସରକାରର ନାମକୁ ସଂଯୋଗ ନକରି ବରଂ ଏହାର ନାମ ବଦଳାଇ ଦେଇଥିଲେ | CM ବିଜୟ ଏହି ଯୋଜନାରେ କଂଗ୍ରେସର ନେତା କାମରାଜଙ୍କ ନାମରେ ଏହି ଯୋଜନାକୁ ରଖି ରାଜନୈତିକ ପରିଚୟ ଦେଇଛନ୍ତି | ସରକାର 'ମୁଖ୍ୟମନ୍ତ୍ରୀ ବ୍ରେକଫାଷ୍ଟ ସ୍କିମ' ନାମ ବଦଳାଇ ' ପେରୁଂଥଲେୱର କାମରାଜର ବ୍ରେକଫାଷ୍ଟ ସ୍କିମ ' କରିଛନ୍ତି | ଏହା ମାଧ୍ୟମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା କାମରାଜଙ୍କ ମନେପକାଇ ଐତିହ୍ୟକୁ ସ୍ମରଣ କରାଯାଇଛି ,ଯାହାଙ୍କୁ ସ୍କୁଲ ଶିକ୍ଷାର ପ୍ରସାର ଏବଂ ରାଜୟୱାର ମଧ୍ୟାହ୍ନ ଭୋଜନ (ମିଡ଼-ଡେ-ମିଲ) ଯୋଜନା ଆରମ୍ଭ କରିବା କରିବାର ଶ୍ରେୟ ଦିଆଯାଏ | CM ବିଜୟ ଏହି ଯୋଜନାକୁ ଆଗକୁ ବଢାଇବା ସହିତ ପିଲାମାନଙ୍କ ପାଇଁ ଖାଇବା ତିଆରି କରୁଥିବା ଫଟୋ ସାମ୍ନାକୁ ଆସିଛି | ମୁଖମନ୍ତ୍ରୀ ସ୍କୁଲ ଯାଇ ପିଲାମାନଙ୍କ ଭେଟିଲେ, ସେମାନଙ୍କୁ ଜଳଖିଆ ଖୁଆଇଲେ ଏବଂ ସେମାନଙ୍କ ସହିତ ତଳେ ବସି ନିଜେ ମଧ୍ୟ ଜଳଖିଆ ଖାଇଲେ | ବିଜୟର ସରକାର ଏବେ ଏହି ଯୋଜନାକୁ ଆଗକୁ ନେବା ସହିତ ୧୫,୪୫୪ଟି ସରକାରୀ ଓ ସରକାରୀ ସାହାଯ୍ୟ ପ୍ରାପ୍ତ ସ୍କୁଲଙ୍କୁ ୧୫.୩୦ଲକ୍ଷ ଅଧିକ ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିଛନ୍ତି | ମୁଖ୍ୟମନ୍ତ୍ରୀ ବିଜୟଙ୍କ ସରକାର ଏହା ପାଇଁ ୨୧୭.୬୩ କୋଟି ଟଙ୍କା ଅତିରିକ୍ତ ରାଶି ବଣ୍ଟନ କରିଛନ୍ତି | ଏହିଥିରେ ସରକାରଙ୍କ ସମୁଦାୟ ଖର୍ଚ୍ଚ ୭୨୪ କୋଟି ହେବ | ଏହି ଯୋଜନାରେ ଅଷ୍ଟମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଜଳଖିଆ ଦିଆଯିବ | CM ବିଜୟ ପୁରୁଣା ସରକାରଙ୍କ କୌଣସି ଭଲ ଯୋଜନାକୁ ନଷ୍ଟ କରିବାକୁ ଚାଁହୁନାହାନ୍ତି | ବରଂ ଏହା ସହିତ ତାଙ୍କ ସରକାର ଏହି ଯୋଜନାକୁ ଆଗକୁ ବଢଉଛନ୍ତି ଯାହା DMKର କଲ୍ୟାଣକାରୀ ପଦକ୍ଷେପଗୁଡିକର ଏକ ମୁଖ୍ୟ ପରିଚୟ ପାଲଟିଗଲା |
