CEO Gopalan VRS:ଏସଆଇଆର ଚାପରେ ଚାକିରୀ ଛାଡ଼ିବେ ଗୋପାଳନ!
କାଳେ ଜନଆକ୍ରୋଶରୁ ମୁକ୍ତ ହେବାକୁ ଚାକିରୀ ଛାଡ଼ୁନାହାନ୍ତି ତ ବୋଲି ଚର୍ଚ୍ଚା ବି ହେଉଛି। ୨୦୦୧ ବ୍ୟାଚର ଆଇଏଏସ ହେଉଛନ୍ତି ଗୋପାଳନ। ଗଲା ୨ ବର୍ଷ ଧରି ସେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାମ କରୁଛନ୍ତି।ଏସଆଇଆର ପ୍ରକ୍ରିୟାରେ ଏତେ ସଙ୍ଗୀନ ଆରୋପ ଉଠିଛି। ଯଦି ଗୋପାଳନ ଚାକିରୀ ଛାଡ଼ୁଛନ୍ତି। ତାହେଲେ ଏହାର ଉତ୍ତରଦାୟିତ୍ୱ କିଏ ନେବ। ଏ ଅଭିଯୋଗରେ ସତ୍ୟତା ଅଛି କି ନା, କିଏ ତାହାର କୈଫୟତ ଦେବ।

ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ ଯେତେବେଳେ ତମାମ ବିରୋଧୀ ଦଳ ଭିତରେ ନିଆଁ କୁହୁଳୁଛି। ଏସଆଇଆରକୁ ନେଇ ତାଙ୍କ ସ୍ୱେଛାଚାରିତାକୁ ନେଇ ପ୍ରଶ୍ନ ଉଠୁଛି। ଏପରିକି ଖୋଦ୍ କମିଶନ ଭିତରେ ସାଂଘାତିକ ମତଭେଦର କଥା ସାମ୍ନାକୁ ଆସିଲାଣି। ଆଉ ଇଣ୍ଡି ମେଣ୍ଟ ଜ୍ଞାନେଶଙ୍କୁ ହଟାଇବାକୁ ଏକଜୁଟ ହେଲେଣି। ସେତିକିବେଳେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଚାକିରୀ ଛାଡ଼ିବା ନିଷ୍ପତ୍ତି ସବୁଠି ଚର୍ଚ୍ଚାର ବିଷୟ ପାଲଟିଲାଣି। ଏସଆଇଆର ବିବାଦ ବେଳେ କାହିଁକି ଭିଆରଏସ ଆବେଦନ କଲେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ.ଗୋପାଳନ। ଯଦିଓ ବ୍ୟକ୍ତିଗତ ଓ ସ୍ୱାସ୍ଥ୍ୟଗତ କାରଣରୁ ସେ ଚାକିରୀ ଛାଡ଼ିବାକୁ ଇଛା ପ୍ରକାଶ କରିଛନ୍ତି। ଏସଆଇଆରରେ ଅନିୟମିତତା ଅଭିଯୋଗକୁ ନେଇ ସାରା ଦେଶରେ ଝଡ଼ ବୋହୁଥିଲା ବେଳେ ଗୋପାଳନଙ୍କ ଭିଆରଏସ ଆବେଦନକୁ ନେଇ ଚର୍ଚ୍ଚା ବଢ଼ିବା ସ୍ୱାଭାବିକ। କାଳେ ଜନଆକ୍ରୋଶରୁ ମୁକ୍ତ ହେବାକୁ ଚାକିରୀ ଛାଡ଼ୁନାହାନ୍ତି ତ ବୋଲି ଚର୍ଚ୍ଚା ବି ହେଉଛି। ୨୦୦୧ ବ୍ୟାଚର ଆଇଏଏସ ହେଉଛନ୍ତି ଗୋପାଳନ। ଗଲା ୨ ବର୍ଷ ଧରି ସେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାମ କରୁଛନ୍ତି। ନିର୍ବାଚନ କମିଶନଙ୍କ ଓଡ଼ିଶା ପ୍ରତିନିଧି ଭାବେ ଦାୟିତ୍ୱ ତୁଲାଇଛନ୍ତି। ଏସଆଇଆର ପ୍ରକ୍ରିୟା ପୁରା ତାଙ୍କ ତତ୍ତ୍ୱାବଧାନରେ ହୋଇଥିଲା। ଏହି ପ୍ରକ୍ରିୟାରେ ୨୦ଲକ୍ଷରୁ ଅଧିକ ଭୋଟର ବାଦ୍ ପଡ଼ିଛନ୍ତି। ପ୍ରକ୍ରିୟାର ସ୍ୱଛତାକୁ ନେଇ ବି ସାଙ୍ଘାତିକ ଅଭିଯୋଗ ଉଠିଥିଲା। କଥା ପଡ଼ିଛି। ଏସଆଇଆର ପ୍ରକ୍ରିୟାରେ ଏତେ ସଙ୍ଗୀନ ଆରୋପ ଉଠିଛି। ଯଦି ଗୋପାଳନ ଚାକିରୀ ଛାଡ଼ୁଛନ୍ତି। ତାହେଲେ ଏହାର ଉତ୍ତରଦାୟିତ୍ୱ କିଏ ନେବ। ଏ ଅଭିଯୋଗରେ ସତ୍ୟତା ଅଛି କି ନା, କିଏ ତାହାର କୈଫୟତ ଦେବ। ଏମିତି ତମାମ ପ୍ରଶ୍ନ ଉଙ୍କିମାରୁଛି ଗୋପାଳନଙ୍କୁ ନେଇ। ଏଭଳି ସମୟରେ ଗୋପାଳନଙ୍କ ଇସ୍ତଫାକୁ ନେଇ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଏହା ସାଧାରଣ ଲୋକଙ୍କ ଭିତରେ ସନ୍ଦେହ ଓ ପ୍ରଶ୍ନ ସୃଷ୍ଟି କରୁଛି। ଅଧିକାରୀଙ୍କ ଚାକିରୀ ଛାଡିବା ନିଷ୍ପତ୍ତି ବ୍ୟକ୍ତିଗତ ବୋଲି କହୁଥିଲା ବେଳେ ଏଭଳି ସମୟ କେବଳ ଏକ ସଂଯୋଗ ନା ଆଉ କିଛି। ପିସିସି ସଭାପତି ଭକ୍ତ ଦାସ କହିଲେଣି, ଯେତେବେଳେ ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ ଭୋଟ ଚୋରିର ପ୍ରଶ୍ନ ଉଠିଛି। ଆଉ ସାରାଦେଶରେ ହୁରି ପଡ଼ୁଛି। ଠିକ୍ ଏହି ସମୟରେ ଗୋପାଳନଙ୍କ ଭିଆରଏସ ଆବେଦନ ସନ୍ଦେହ ସୃଷ୍ଟି କରୁଛି। ଏସଆଇଆର ସମ୍ପୂର୍ଣ୍ଣ ସରିଲା ପରେ ଭିଆରଏସ ନେଇପାରିଥାଆନ୍ତେ। ଏସଆଇଆରରେ ତାଙ୍କୁ ଭୁଲ କାମ କରେଇବାକୁ କେହି ପ୍ରବର୍ତ୍ତାଇପାରନ୍ତି ବା ଚାପ ପକାଇଥାଇପାରନ୍ତି। ସିଇସି ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧାଭାସ ତେଜୁଥିଲା ବେଳେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଉପରେ ଚାପ ପଡୁନି ତ। କାରଣ ମହାରାଷ୍ଟ୍ରର ମୁଖ୍ୟ ନିର୍ବାଚନ ଅଧିକାରୀ ନିକଟରେ ଏସଆଇଆର ମୁଦ୍ଦାରେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିସାରିଲେଣି। ମହାରାଷ୍ଟ୍ରର Chief Electoral Officer (CEO) S. Chockalingam ଭୋଟର ତାଲିକାର Special Intensive Revision (SIR) ପ୍ରକ୍ରିୟାକୁ ନେଇ Election Commission of India (ECI)କୁ ଚିଠି ଲେଖି ECINet softwareରେ ୪ଟି ପରିବର୍ତ୍ତନ ଦାବି କରିଛନ୍ତି। ଚିଠିଟି ସେପ୍ଟେମ୍ୱର ୨୪ରେ ପଠାଯାଇଛି। ଏ ପ୍ରମୁଖ ୪ଟି ଦାବିରେ ରହିଛି- Electoral Registration Officers (EROs)ଙ୍କୁ “logical discrepancy” ମାମଲାରେ ଅଧିକ ନିଷ୍ପତ୍ତି ଅଧିକାର ଦିଆଯାଉ। ଯଦି ଭୋଟର ଆବଶ୍ୟକ ଓ ସନ୍ତୋଷଜନକ ଦଲିଲ ଦେଇଥାନ୍ତି, ତେବେ ERO ତାଙ୍କୁ ବ୍ୟକ୍ତିଗତ hearingରୁ ଛାଡ଼ ଦେଇପାରନ୍ତି। ନିର୍ଦ୍ଧାରିତ ତାଲିକା ବାହାରେ ଥିବା ଅନ୍ୟ ବୈଧ ଦଲିଲକୁ ମଧ୍ୟ ବିଚାର କରିବାର ବିକଳ୍ପ ରହୁ। ସଫ୍ଟୱେର ଯୋଗୁଁ ହେଉଥିବା data mismatch ମାମଲାରେ ସ୍ଥାନୀୟ ଅଧିକାରୀଙ୍କୁ ଅଧିକ flexibility ମିଳୁ। ଏହା ପରେ ECI ସେପ୍ଟେମ୍ବର ୨୬ରେ ନିଷ୍ପତ୍ତି ନେଇଛନ୍ତି ଯେ unmapped କିମ୍ୱା logical discrepancy ପାଇଁ notice ପାଇଥିବା ଭୋଟରଙ୍କୁ ସାଧାରଣତଃ ERO officeରେ ଯାଇ hearing ଦେବାକୁ ପଡ଼ିବ ନାହିଁ। BLOମାନେ ଘରକୁ ଯାଇ ଦଲିଲ ସଂଗ୍ରହ କରି ECINetରେ upload କରିପାରିବେ। ଏହାସହ ମହାରାଷ୍ଟ୍ରର SIR claims/objections ଦାଖଲର deadline ଅକ୍ଟୋବର ୧୨, ୨୦୨୬ ପର୍ଯ୍ୟନ୍ତ ବଢ଼ାଯାଇଛି। Notice ଓ claims/objections disposal ପାଇଁ deadline ନଭେମ୍ୱର ୧୦ କରାଯାଇଛି। ଏହି ଘଟଣା SIR ଓ ECINetକୁ ନେଇ Election Commission ଭିତରେ ଚାଲିଥିବା ଚର୍ଚ୍ଚା ସମୟରେ ଆସିଛି। ଦୁଇ Election Commissioner ପୂର୍ବରୁ EROଙ୍କ ଅଧିକାର ଓ ECINet ବ୍ୟବସ୍ଥା ସମ୍ପର୍କରେ ଆପତ୍ତି ଉଠାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ECI କହିଛି ଯେ SIR ସମ୍ପର୍କିତ ମୁଖ୍ୟ ନିଷ୍ପତ୍ତିଗୁଡ଼ିକ Commissionର ସର୍ବସମ୍ମତିରେ ନିଆଯାଇଛି।
