Fear Grips Gopalpur Village : ନୀଳଗିରିରେ ଚୋରଙ୍କ ରାଜ୍
ଲଗାତାର ଚୋରି ପରେ ଦୁଇଟି ବାଇକ୍ରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ଭୟଭୀତ ଗ୍ରାମବାସୀ, ପୋଲିସର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା।
ଗୋପାଳପୁର ଗାଁରେ ଚୋରଙ୍କ ଆତଙ୍କ । ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଚୋରଙ୍କ ଆତଙ୍କ। ଗୋଟିଏ ପରେ ଗୋଟିଏ ଚୋରି ଘଟଣାକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି ଗ୍ରାମବାସୀ | ଦୁର୍ବୃତ୍ତମାନେ କେବଳ ଚୋରିରେ ସୀମିତ ନରହି ଏବେ ହିଂସାତ୍ମକ କାଣ୍ଡ ଘଟାଇବାକୁ ମଧ୍ୟ ପଛାଉନାହାନ୍ତି। ସୂଚନା ଅନୁଯାୟୀ, ନୀଳଗିରି ଥାନା ଅଧୀନ ଅଯୋଧ୍ୟା ଫାଣ୍ଡି ଅନ୍ତର୍ଗତ ଗୋପାଳପୁର ଗାଁରେ ଦୁର୍ବୃତ୍ତମାନେ ଦୁଇଟି ବାଇକ୍ରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଜାଳି ଦେଇଛନ୍ତି। ଏହି ଘଟଣା ପରେ ସମଗ୍ର ଗାଁରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି | ଲଗାତାର ଚୋରି ଏବଂ ବାଇକ୍ ପୋଡ଼ି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ଘଟଣା ପଛରେ କାହାର ହାତ ରହିଛି? କେଉଁ କାରଣରୁ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଉଛନ୍ତି? ପୋଲିସ କେବେ ଏହି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହେବ?ଏବେ ଏହି ସବୁ ପ୍ରଶ୍ନ ଗ୍ରାମବାସୀଙ୍କ ମନରେ ଚିନ୍ତା ବଢ଼ାଇଛି। ଗାଁରେ ଶାନ୍ତି ଓ ସୁରକ୍ଷା ଫେରାଇ ଆଣିବା ସହ ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ତୁରନ୍ତ ଚିହ୍ନଟ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।
