ଫିଫା ବିଶ୍ୱକପ: ଇତିହାସ ରଚିଲା କାନାଡ଼ା
ଏହା ପୂର୍ବରୁ ୧୯୮୬ ଓ ୨୦୨୨ରେ କାନାଡ଼ା ବିଶ୍ୱକପ୍ ଖେଳିଥିଲା। ହେଲେ ଗ୍ରୁପ ଷ୍ଟେଜରୁ ବାହାରି ଯାଇଥିଲା। ଏଥର ମ୍ୟାଚର ୭୫ ମିନିଟରେ କାନାଡ଼ା ବଡ଼ ଚତୁରତାର ସହ ଚାଲ୍ ଖେଳିଥିଲା। ଷ୍ଟାର ଖେଳାଳୀ ଅଲଫାନ୍ସୋ ଡେଭିସଙ୍କୁ ମୈଦାନକୁ ଓହ୍ଲାଇଥିଲା।

କାନାଡ଼ା ରଚିଲା ଇତିହାସ। ପ୍ରଥମ ଥର ପାଇଁ ଫିଫା ବିଶ୍ୱକପ ରାଉଣ୍ଡଅଫ-୧୬ରେ ଏଣ୍ଟ୍ରି ମାରି ଐତିହାସିକ ସଫଳତା ହାସଲ କରିଛି। ୨୦୨୬ ଫିଫା ବିଶ୍ୱକପ୍ରେ ସହ-ଆୟୋଜକ କାନାଡା ଇତିହାସ ରଚିଛି। ରାଉଣ୍ଡ ଅଫ୍-୩୨ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୧-୦ ଗୋଲରେ ପରାସ୍ତ କରି କାନାଡା ପ୍ରଥମ ଥର ପାଇଁ ବିଶ୍ୱକପ୍ର ନକ୍-ଆଉଟ୍ ପର୍ଯ୍ୟାୟରେ ବିଜୟ ହାସଲ କରି ରାଉଣ୍ଡ ଅଫ୍-୧୬ରେ ସ୍ଥାନ ସୁନିଶ୍ଚିତ କରିଛି। ଲସ୍ ଏଞ୍ଜେଲସରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଉଭୟ ଦଳ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଲ କରିବାରେ ବିଫଳ ହୋଇଥିଲେ। ହେଲେ ଦକ୍ଷିଣ ଆଫ୍ରିକାର ଡିଫେନ୍ସ କାନାଡାର ଆକ୍ରମଣକୁ ଶେଷପର୍ଯ୍ୟନ୍ତ ରୋକି ରଖିଥିଲା। କିନ୍ତୁ ଅତିରିକ୍ତ ସମୟର ଦ୍ୱିତୀୟ ମିନିଟ୍ (୯୦+୨)ରେ ମିଡଫିଲ୍ଡର ତଥା କ୍ୟାପଟେନ୍ ଷ୍ଟିଫେନ୍ ଇଉଷ୍ଟାକିଓଙ୍କ ଏକ ଚମତ୍କାର ଭଲି ଶଟ୍ରେ ବିଜୟସୂଚକ ଗୋଲ କାନାଡାକୁ ଐତିହାସିକ ବିଜୟ ଦେଇଥିଲା। କାନାଡା ପକ୍ଷରୁ ଜୋନାଥନ ଡେଭିଡ୍, ତାଜୋନ ବୁକାନନ ଓ ଅନ୍ୟ ଆକ୍ରମଣାତ୍ମକ ଖେଳାଳିମାନେ ଅନେକ ସୁଯୋଗ ସୃଷ୍ଟି କରିଥିଲେ। ଅନ୍ୟପଟେ, ଦକ୍ଷିଣ ଆଫ୍ରିକାର ଗୋଲକିପର ରୋନୱେନ୍ ୱିଲିୟମ୍ସ ଅନେକ ଚମତ୍କାର ସେଭ୍ କରିଥିଲେ। ତେବେ ଶେଷ ମୁହୂର୍ତ୍ତର ଗୋଲ ଦକ୍ଷିଣଆଫ୍ରିକାର ସ୍ୱପ୍ନକୁ ଭାଙ୍ଗି ଦେଇଥିଲା। ଏହି ବିଜୟ ସହ କାନାଡା ରାଉଣ୍ଡ ଅଫ୍-୧୬ରେ ପ୍ରବେଶ କରିଛି। ପରବର୍ତ୍ତୀ ମ୍ୟାଚ୍ରେ କାନାଡା ନେଦରଲ୍ୟାଣ୍ଡସ୍ କିମ୍ୱା ମୋରୋକ୍କୋ ମଧ୍ୟରୁ ବିଜେତା ଦଳକୁ ଭେଟିବ। ନିଜ ଫୁଟବଲ ଇତିହାସର ତୃତୀୟ ଫିଫା ବିଶ୍ୱକପ୍ ଖେଳୁଛି କାନାଡ଼ା। ପ୍ରଥମ ଥର ରାଉଣ୍ଡ ଅଫ୍-୧୬ ବା ଅନ୍ତିମ ୧୬ରେ ନିଜ ଜାଗା ପକ୍କା କରିସାରିଛି। ଏହା ପୂର୍ବରୁ ପ୍ରତିଥର ଗ୍ରୁପ ଷ୍ଟେଜ ମ୍ୟାଚରୁ ହିଁ ବାହାରିଯାଇଥିଲା। ଏହା ପୂର୍ବରୁ ୧୯୮୬ ଓ ୨୦୨୨ରେ କାନାଡ଼ା ବିଶ୍ୱକପ୍ ଖେଳିଥିଲା। ହେଲେ ଗ୍ରୁପ ଷ୍ଟେଜରୁ ବାହାରି ଯାଇଥିଲା। ଏଥର ମ୍ୟାଚର ୭୫ ମିନିଟରେ କାନାଡ଼ା ବଡ଼ ଚତୁରତାର ସହ ଚାଲ୍ ଖେଳିଥିଲା। ଷ୍ଟାର ଖେଳାଳୀ ଅଲଫାନ୍ସୋ ଡେଭିସଙ୍କୁ ମୈଦାନକୁ ଓହ୍ଲାଇଥିଲା। ଡେଭିସ୍ ମୈଦାନକୁ ଓହ୍ଲାଇବା ମାତ୍ରେ କାନାଡ଼ା ନିଜ ଆଟାକକୁ ଜୋରଦାର କରିଥିଲା।
