Balasore Brownsugar :୨୫୬ ଗ୍ରାମ ବ୍ରାଉନସୁଗାର ସହ ସୁଇଫ୍ଟ କାର୍ ଜବତ
ବ୍ରାଉନସୁଗାର ଚୋରାଚାଲାଣ ବିରୋଧରେ ସହଦେବଖୁଣ୍ଟା ଥାନା ପୁଲିସକୁ ବଡ଼ ସଫଳତା ମିଳିଛି । ପୁଲିସ ୨୫୬ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଏକ ଧଳା ରଙ୍ଗର ମାରୁତି ସୁଜୁକି ସୁଇଫ୍ଟ କାର୍ ଓ ୩ଟି ମୋବାଇଲ୍ ଫୋନ୍ ଜବତ କରିଛି। ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି ।
ଗାଡ଼ି ଛାଡ଼ି ରେଳଧାରଣା ଆଡ଼କୁ ଦୌଡ଼ିଲେ, ପୁଲିସ କବଳରେ ୩ ଅଭିଯୁକ୍ତ | ବ୍ରାଉନସୁଗାର ଚୋରାଚାଲାଣ ବିରୋଧରେ ସହଦେବଖୁଣ୍ଟା ଥାନା ପୁଲିସକୁ ବଡ଼ ସଫଳତା ମିଳିଛି । ପୁଲିସ ୨୫୬ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଏକ ଧଳା ରଙ୍ଗର ମାରୁତି ସୁଜୁକି ସୁଇଫ୍ଟ କାର୍ ଓ ୩ଟି ମୋବାଇଲ୍ ଫୋନ୍ ଜବତ କରିଛି। ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ପୁଲିସ ସୂଚନା ଅନୁଯାୟୀ, ଆଜି ପ୍ରାୟ ୧୧ଟା ୩୦ ସମୟରେ ସହଦେବଖୁଣ୍ଟା ଥାନା ଅଧିକାରୀ ଓ କର୍ମଚାରୀମାନେ ଆରଡ଼ବଜାର, ମାଲଗୋଦାମ, ଶୋଭାରାମପୁର ଓ କାଶିମାଳା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଏକ ବିଶ୍ୱସ୍ତ ସୂତ୍ରରୁ ଚୋରାଚାଲାଣ ସମ୍ପର୍କରେ ସୂଚନା ପାଇଥିଲେ। ସୂଚନା ମୁତାବକ, ଏକ ଧଳା ମାରୁତି ସୁଜୁକି ସୁଇଫ୍ଟ କାର୍ (ନଂ- OD-33-AR-1637)ରେ ବ୍ରାଉନସୁଗାର ଚାଲାଣ ହେଉଥିବା ଏବଂ ଗାଡ଼ିଟି ଶୋଭାରାମପୁର ଓଭରବ୍ରିଜ୍ ନିକଟ ରେଳଧାରଣା ପାଖରେ ରହିଥିବା ଜଣାପଡ଼ିଥିଲା।ଏହାପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ପୁଲିସକୁ ଦେଖି କାର୍ ଭିତରେ ଥିବା ୩ ଜଣ ବ୍ୟକ୍ତି ରେଳଧାରଣା ଆଡ଼କୁ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ ସେମାନଙ୍କୁ କିଛି ଦୂର ଗୋଡ଼ାଇ କାବୁ କରିଥିଲା।ଏହି ଘଟଣାରେ ସହଦେବଖୁଣ୍ଟା ଥାନାରେ କେସ୍ ନଂ- ୪୦୭ ରୁଜୁ କରାଯାଇ ଏନ୍ଡିପିଏସ୍ ଆଇନର ଧାରା ୨୧(ସି)/୨୯ ଅଧୀନରେ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ମାମଲା ଥିବା ପୁଲିସ ପକ୍ଷରୁ କୁହାଯାଇଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।
