Orangutans Rescue: ଭୋଗରାଇରୁ ଉଦ୍ଧାର ଓରାଙ୍ଗଉଟାନ
ବାଲେଶ୍ବର ଜଙ୍ଗଲରେ ଓରାଙ୍ଗଉଟାନ: ଦେଖିବାକୁ ପ୍ରବଳ ଭିଡ଼, ଉଦ୍ଧାର ହୋଇଥିବା ଓରାଙ୍ଗଉଟାନ ମାନଙ୍କୁ ରଖାଯାଇଛି କ୍ୱାରେନଟାଇନ୍ରେ। ଅନ୍ତର୍ଜାତୀୟ ସ୍ମଗଲିଂ ସନ୍ଦେହ', ଓଡ଼ିଶାକୁ କେମିତି ଆସିଲା ତଦନ୍ତ କରାଯିବ: ମନ୍ତ୍ରୀ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରୁ ଓରାଙ୍ଗଉଟାନ ମିଳିବା ଘଟଣାକୁ ନେଇ ବଢ଼ିଲା ଚର୍ଚ୍ଚା। ଏହି ଘଟଣା ପଛରେ ଆନ୍ତର୍ଜାତୀୟ ମାଫିଆ ଲିଙ୍କ ଥାଇପାରେ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ବଜାରରେ ଗୋଟିଏ ଓରାଙ୍ଗଓଟାନ୍ର ଦାମ ପ୍ରାୟ ୨୫ ଲକ୍ଷ ଟଙ୍କା ହୋଇଥାଏ। ମାଲେସିଆ, ସୁମାତ୍ରା, ଇଣ୍ଡୋନେସିଆ ଓ ଚାଇନା ଭଳି ଅଞ୍ଚଳରେ ଏହି ପ୍ରଜାତି ଦେଖିବାକୁ ମିଳେ। ଭାରତରେ ଏଭଳି ପ୍ରଜାତି ନାହିଁ ବୋଲି ସେ କହିଛନ୍ତି। ଭୋଗରାଇକୁ ଓରାଙ୍ଗଉଟାନ ମାନେ କେଉଁଠୁ ଚାଲାଣ ହୋଇ ଆସିଥିଲେ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣାରେ ଆନ୍ତର୍ଜାତୀୟ ଚୋରାଚାଲାଣର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ କରାଯିବ। ଏବେ ଉଦ୍ଧାର ହୋଇଥିବା ଓରାଙ୍ଗଉଟାନ ମାନଙ୍କୁ କ୍ୱାରେନଟାଇନ୍ରେ ରଖାଯାଇଛି। ଡାକ୍ତରଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ନନ୍ଦନକାନନ ଅଣାଯିବ। ସେଠାରେ ଓରାଙ୍ଗଉଟାନ ମାନଙ୍କୁ ନେଇ ଆବଶ୍ୟକ ରିସର୍ଚ୍ଚ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
